ସ୍ୱାମୀ (#15608)

ହେ ଭଗବାନ୍, ମୋର ଈଶ୍ୱର ! ତୁମର ଏହି ସେବିକା ତୁମ ଉପରେ ଭରସା ରଖି ତୁମ ଆଡ଼କୁ ତାହାର ମୁଖ ଉନ୍ମୁଖ କରି ତୁମକୁ ପ୍ରାର୍ଥନା କରୁଛି କି ତାଉପରେ ତୁମର ସ୍ୱର୍ଗୀୟ କରୁଣା ବର୍ଷଣ କର । ତା ସ୧ୁଖରେ ତୁମର ଆଧ୍ୟାତ୍ମିକ ରହସ୍ୟାବଳୀକୁ ଉନ୍ମୋଚନ କର ଏବଂ ତୁମ ପ୍ରଭୁତ୍ୱର ଆଲୋକକୁ ତାହା ଉପରେ ଅଜାଡ଼ି ଦିଅ । 

ହେ ମୋର ପ୍ରଭୁ ! ମୋର ସ୍ୱାମୀଙ୍କ ଚକ୍ଷୁଯୁଗଳକୁ ଦର୍ଶନ କରିବା ନିମନ୍ତେ ଶକ୍ତି ପ୍ରଦାନ କର । ତୁମ ଜ୍ଞାନର ଆଲୋକ ଦ୍ୱାରା ତାଙ୍କ ହୃଦୟକୁ ତୁମେ ଆନନ୍ଦିତ କର । ତୁମର ଜ୍ୟୋତିର୍ମୟ ସୌନ୍ଦର୍ଯ୍ୟ ପ୍ରତି ତାଙ୍କ ମନକୁ ତୁମେ ଆକର୍ଷିତ କର । ତୁମ ଦୀପ୍ତିମୟ ପ୍ରକାଶକୁ ସଂଦର୍ଶନ କରାଇ, ତାଙ୍କ ଆତ୍ମାକୁ ଉଲ୍ଲସିତ କର । 

ହେ ମୋର ପ୍ରଭୁ ! ତାଙ୍କ ଚକ୍ଷୁ ସ୧ୁଖରେ ଥିବା ପରଦାକୁ ଉଠାଇ ଅପସାରିତ କରିଦିଅ । ତୁମ ପର୍ଯ୍ୟାପ୍ତ ପରିମାଣର କରୁଣା ତାଙ୍କ ଉପରେ ବର୍ଷଣ କର । ପ୍ରେମର ମଦିରାରେ ତାଙ୍କୁ ତୁମ ପାଇଁ     ଉନ୍ମାଦ କରିଦିଅ । ତୁମ୍ଭର ଯେଉଁ ଦେବଦୂତମାନେ ସେମାନଙ୍କର ପଦ ଏହି ଧରାପୃଷ୍ଠରେ ଚାରଣ କରୁଥିଲେ ମଧ୍ୟ ସେମାନଙ୍କର ଆତ୍ମା ସମୂହ ସର୍ବୋଚ୍ଚ ସ୍ୱର୍ଗରେ ବିଚରଣ କରୁଥାନ୍ତି । ସେମାନଙ୍କ ମଧ୍ୟରେ ତାଙ୍କୁ ଜଣେ ପରୀ ହେବା ଲାଗି ଗଢ଼ିତୋଳ । ତୁମ ପ୍ରଜ୍ଞାର ଆଲୋକରେ ଆଲୋକିତ କରି ତୁମ ଜନଗଣଙ୍କ ମଧ୍ୟରେ ତାଙ୍କୁ ଏକ ତେଜୋମୟ ପ୍ରଦୀପ ହେବା ନିମନ୍ତେ ସାହାଯ୍ୟ କର । 

ସତ୍ୟତଃ, ତୁମେ ହେଉଛ ଅମୂଲ୍ୟ ନିଧି, ଚିର-ପ୍ରଦାତା, ଉନ୍ମୁକ୍ତ ଦିବ୍ୟହସ୍ତ !

-`Abdu'l-Bahá
-----------------------

