ସେବିକା (#15598)

ହେ ମୋର ପରିଚାରିକା ପଦବୀଟିର ମଧୁରତାକୁ ତୁମେ ଯଦି ବୁଝିପାରନ୍ତ, ତେବେ ତୁମେ ନିଜକୁ ସକଳ ମାନବ ଜାତିଠାରୁ ଅନାସକ୍ତ ରଖିବାର ଦେଖନ୍ତ । ସ୍ୱୟଂ ଯିଏ ହେଉଛନ୍ତି ଜଗତର ଏକମାତ୍ର ପରମ ଅଭୀପ୍ସା, ସ୍ୱୟଂ ତାଙ୍କ ସହିତ ସଂପର୍କ ସ୍ଥାପନ କରିବାରେ ଦିନ ଓ ରାତି ଅନୁରକ୍ତିର ସହ ବ୍ୟସ୍ତ ରହିଥାନ୍ତି ।

-Bahá'u'lláh
-----------------------

ସେବିକା (#15599)

ହେ ତୁମେ ପରମ ନିୟନ୍ତା ! ସ୍ୱୟଂ ଯାହାଙ୍କର ଭୟାବହ ମହିମାରେ ସକଳ ବସ୍ତୁ ପ୍ରକମ୍ପିତ ହୋଇଅଛି, ସ୍ୱୟଂ ଯାହାଙ୍କର ଆୟତାଧୀନରେ ସକଳ ମାନବଙ୍କର ବ୍ୟାପାରାବଳୀ ଆବଦ୍ଧ ହୋଇ ରହିଅଛି, ସ୍ୱୟଂ ଯାହାଙ୍କର କରୁଣା ଓ ଅନୁଗ୍ରହ ଆଡ଼କୁ ତୁମର ସକଳ ପ୍ରାଣୀମାନଙ୍କ ମୁଖ ନିବିଷ୍ଟ ହୋଇ ରହିଛି ! ନାମାବଳୀର ଦିବ୍ୟ ସାମ୍ରାଜ୍ୟ ମଧ୍ୟରେ ଥିବା ସକଳ ନାମର ଆତ୍ମା ହେବାକୁ ତୁମେ ଯାହା ର୍ନିେଶ ଦେଇଅଛ, ଏହି ଧର୍ମ ପ୍ରକାଶରେ ତୁମ ନାମାବଳୀର     ସାମ୍ରାଜ୍ୟକୁ ପ୍ରକମ୍ପିତ କରିବାରେ ଯାହା କାରଣ ହୋଇଛି, ଯେଉଁମାନେ ତୁମଠାରୁ ଦୂରେଇ ଯାଇଛନ୍ତି ଏବଂ ତୁମ ମହାମହିମ ଓ ସର୍ବସ୧ୁନ୍ନତ ଆତ୍ମସାର ସତ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେହିମାନଙ୍କର ସମାଲୋଚନାରୁ ଆମ୍ଭମାନଙ୍କୁ ସୁରକ୍ଷିତ ରଖିବାକୁ ତୁମର ସେହି ଦିବ୍ୟନାମର ଦ୍ୱାହି ଦେଇ ମୁଁ ତୁମକ ପ୍ରାର୍ଥନା କରୁଅଛି । 

ହେ ମୋର ପ୍ରଭୁ ! ମୁଁ ତୁମର ପରିଚାରିକାମାନଙ୍କ ମଧ୍ୟରୁ ଜଣେ, ମୁଁ ତୁମର କରୁଣାର୍ପୂ ଅନୁଗ୍ରହର ପବିତ୍ର ସ୍ଥାନ ଆଡ଼କୁ ମୋର ମୁଖ ଅଭିମୁଖୀ କରିଅଛି ଏବଂ ତୁମ ମହିମାର ଉପାସନା ସ୍ଥଳକୁ ଭକ୍ତିର ସହିତ ଆରାଧନା କରିଛି । ତୁମର ଯାହା ପ୍ରିୟ ନୁହେଁ ସେହି ସକଳ ବସ୍ତୁରୁ ମୋତେ ପବିତ୍ର ରଖ । ତୁମକୁ ପ୍ରେମ କରିବା ପାଇଁ ଓ ତୁମର ସୁପ୍ରସାଦକୁ ପୂରଣ କରିବା ପାଇଁ ମୋତେ ସୁଦୃଢ଼ କର । ଯ୍ୱାରା ମୁଁ ନିଜେ ତୁମ ସୌନ୍ଦର୍ଯ୍ୟର ଅନୁଧ୍ୟାନ କରିବାରେ ଆନନ୍ଦିତ ହୋଇପାରିବି ଏବଂ ତୁମର କୌଣସି ପ୍ରାଣୀ ପ୍ରତି ଥିବା ସକଳ ଆସକ୍ତିରୁ ମୁକ୍ତ ହୋଇପାରିବି ତଥା ପ୍ରତି ମୁର୍ହୂରେ ଏହା ଉଦ୍ଘୋଷଣା କରିପାରିବି : ଜଗତ ସମୂହର ପ୍ରଭୁ ସ୍ୱୟଂ ଭଗବାନଙ୍କର ମହିମା ଘୋଷିତ ହେଉ ! 

ହେ ମୋର ପ୍ରଭୁ ! ତୁମର ସୌନ୍ଦର୍ଯ୍ୟ ମୋର ଖାଦ୍ୟ ହେଉ, ତୁମ ଉପସ୍ଥିତିର ଆଲୋକ ମୋର ପାନୀୟ ହେଉ, ତୁମର ଆନନ୍ଦ ମୋର ଆଶା ହେଉ, ତୁମର ପ୍ରଶଂସା ମୋର କର୍ମ ହେଉ, ତୁମର ସ୍ମରଣ ମୋର ସାଥୀ ହେଉ, ତୁମର ସାର୍ବଭୌମତ୍ୱ ମୋର ସହାୟକ ହେଉ, ତଥା ତୁମର ଆବାସ ମୋର ବାସସ୍ଥାନ ହେଉ । ପରଦା ସଦୃଶ ପଦାର୍ଥ ଦ୍ୱାରା ତୁମଠାରୁ ଯାହା ପ୍ରତିବନ୍ଧକ କରେ ସେଗୁଡ଼ିକର ସୀମାରେଖାରୁ ଊଦ୍ଧ୍ୱର୍ରେ ଯାହା ତୁମେ ସ୧ୁନ୍ନତ କରି ରଖିଅଛ, ସେହି ଆସ୍ଥାନଟି ମୋର ଗୃହ ହେଉ । 

ବାସ୍ତବିକ, ତୁମେ ହେଉଛ କ୍ଷମତାର ଭଗବାନ୍, ପରମ ବଳଶାଳୀ ଓ ଗୌରବର ଈଶ୍ୱର ।

-Bahá'u'lláh
-----------------------

ସେବିକା (#15600)

ହେ ମୋର ପରମେଶ୍ୱର ! ତୁମର ଜୟ ହେଉ, ମୋର ମୁଖ ସ୍ୱୟଂ ତୁମର ମୁଖାରବିନ୍ଦ ଆଡ଼କୁ ଅଭିମୁଖୀ ହୋଇଛି ଏବଂ ମୋର ମୁଖ ବାସ୍ତବିକ ସ୍ୱୟଂ ତୁମର ମୁଖମଳ ଅଟେ । ମୋର ଆହ୍ୱାନ ହେଉଛି ସ୍ୱୟଂ ତୁମର ଆହ୍ୱାନ ଏବଂ ମୋର ପରିପ୍ରକାଶ ହେଉଛି ସ୍ୱୟଂ     ତୁମର ପରିପ୍ରକାଶ । ମୋର ସା ହେଉଛି ସ୍ୱୟଂ ତୁମର ଆତ୍ମସା, ମୋର ଧର୍ମ ହେଉଛି ସ୍ୱୟଂ ତୁମର ଧର୍ମ, ମୋର ଆଦେଶ ହେଉଛି ସ୍ୱୟଂ ତୁମର ଆଦେଶ, ମୋର ଅସ୍ତିତ୍ୱ ହେଉଛି ସ୍ୱୟଂ ତୁମର ଅସ୍ତିତ୍ୱ, ମୋର ସାର୍ବଭୌମତ୍ୱ ହେଉଛି ସ୍ୱୟଂ ତୁମର ସାର୍ବଭୌମତ୍ୱ, ମୋର ମହିମା ହେଉଛି ସ୍ୱୟଂ ତୁମର ମହିମା ଏବଂ ମୋର ଶକ୍ତି ହେଉଛି ସ୍ୱୟଂ ତୁମର ଶକ୍ତି । 

ହେ ସ୍ୱୟଂ ତୁମେ ରାଷ୍ଟ୍ର ସମୂହର ନିର୍ମାତା ଏବଂ ଶାଶ୍ୱତ କାଳର ଦିବ୍ୟ ରାଜନ୍ ! ତୁମର ପରିଚାରିକାଗଣଙ୍କୁ ତୁମ ଚରିତ୍ରବାର ଶିବିର ମଧ୍ୟରେ ସୁରକ୍ଷିତ ରଖିବାକୁ ଏବଂ ତୁମ ଦିବସରେ ସେମାନଙ୍କର ଅନୁଚିତ କର୍ମଗୁଡ଼ିକୁ ପ୍ରତ୍ୟାହାର କରିଦେବା ପାଇଁ ମୁଁ ତୁମକୁ ଅନୁନୟ ପ୍ରାର୍ଥନା କରୁଛି । 

ହେ ମୋର ଈଶ୍ୱର ! ସେମାନଙ୍କୁ ସମସ୍ତ ସନେ୍ଦହ ତଥା ବୃଥା କଳ୍ପନାରୁ ନିର୍ମଳ ରଖ ଏବଂ ଯାହାସବୁ ତୁମ ସହିତ ସେମାନଙ୍କର ସଂପର୍କ ସ୍ଥାପନ କରେ ନାହିଁ ସେମାନଙ୍କୁ ସେଥିରୁ ବିଶୁଦ୍ଧ ରଖ । ହେ ସ୍ୱୟଂଭୂ ! ତୁମେ ନାମାବଳୀର ପ୍ରଭୁ ଏବଂ ବାଣୀର ପରମ ଉ ତୁମେ ହେଉଛ ସ୍ୱୟଂ ସେହି, ଯାହାଙ୍କ କରାୟତରେ ସମଗ୍ର ସୃଷ୍ଟିର ଲଗାମଗୁଚ୍ଛ ରହିଅଛି । 

ତୁମ ବ୍ୟତୀତ ଅନ୍ୟ କେହି ସର୍ବଶକ୍ତିଶାଳୀ, ସର୍ବସ୧ୁନ୍ନତ, ସର୍ବମହିମାମୟ, ସ୍ୱ-ନିର୍ଭର ଈଶ୍ୱର ନାହାଁନ୍ତି ।

-Bahá'u'lláh
-----------------------

ସେବିକା (#15601)

ହେ ମୋର ପ୍ରଭୁ, ମୋର ପ୍ରିୟତମ, ହେ ମୋର ପରମ ଆକାଙ୍କ୍ଷା ! ମୋର ନିଃସଙ୍ଗତାରେ ମୋର ବନ୍ଧୁ ହୁଅ ଏବଂ ମୋର ନିର୍ବାସନରେ ମୋର ସାଥୀ ହୁଅ । ମୋର ଦୁଃଖ ଦୂରକର । ତୁମର ସୌନ୍ଦର୍ଯ୍ୟ ପ୍ରତି ମୋତେ ନିଷ୍ଠାପର କରାଅ । ତୁମ ବ୍ୟତୀତ ଅନ୍ୟ ସକଳ ବସ୍ତୁରୁ ମୋତେ ପ୍ରତ୍ୟାହାର କରିନିଅ । ତୁମର ପୁଣ୍ୟତୋୟ ସୁରଭି ମାଧ୍ୟମରେ ମୋତେ ଆକର୍ଷିତ କର । ଯେଉଁମାନେ ତୁମ ବ୍ୟତୀତ ଅନ୍ୟ ସକଳ ବିଷୟରୁ ଅସଂଲଗ୍ନ ରହିଛନ୍ତି, ଯେଉଁମାନେ ତୁମର ପବିତ୍ର ଦ୍ୱାରଦେଶରେ ସେବା କରିବାକୁ ଅଭିଳାଷ କରିଛନ୍ତି ଏବଂ ଯେଉଁମାନେ ତୁମ ମହାନ୍ ଧର୍ମରେ କାର୍ଯ୍ୟ କରିବା ନିମି ଦାୟମାନ ହୋଇଛନ୍ତି, ମୋତେ ସେହିମାନଙ୍କ ସହ ତୁମ ଦିବ୍ୟ ରାଜ୍ୟରେ ମିଳିତ କରାଅ । ତୁମର ସୁ-ପ୍ରସାଦ ଲାଭ କରିଥିବା ସେବିକାମାନଙ୍କ ମଧ୍ୟରେ ଜଣେ ହେବାଲାଗି ମୋତେ ସମର୍ଥ କରାଅ । ସତ୍ୟତଃ, ତୁମେ ହେଉଛ ପରମ ଦୟାଶୀଳ, ପରମ ବଦାନ୍ୟ ।

-`Abdu'l-Bahá
-----------------------

ସେବିକା (#15602)

ହେ ସ୍ୱୟଂ ତୁମେ ପରମ ମହିମାମୟ ପ୍ରଭୁ ! ତୁମର ଏହି ବାଳୁତ ସେବିକାକୁ ଆଶିଷପ୍ରାପ୍ତ ତଥା ଆନନ୍ଦିତ କରାଅ; ତୁମ ଏକତ୍ୱର ଦ୍ୱାରଦେଶ ନିକଟରେ ଲାଳିତ ପାଳିତ ହେବା ପାଇଁ ତାହାର କାରଣ ହୁଅ । ତୁମ ପ୍ରେମର ପିଆଲା ମଧ୍ୟରୁ ସେ ଆକଣ୍ଠ ପାନ କରୁ, ଯ୍ୱାରା ସେ ଅତିଶୟ ଆନନ୍ଦ ଓ ଉଲ୍ଲାସରେ ପରିର୍ପୂ ହୋଇପାରିବ ଏବଂ ସୁ-ମଧୁର ବାସ୍ନାର ମହକକୁ ବିଚ୍ଛୁରିତ କରିପାରିବ । ତୁମେ ହେଉଛ ପରମ ଶକ୍ତିମାନ୍ ଓ ପରମ କ୍ଷମତାବାନ୍ ଏବଂ ତୁମେ ହେଉଛ ସର୍ବଜ୍ଞାତା, ସର୍ବ ଦ୍ରଷ୍ଟା ।

-`Abdu'l-Bahá
-----------------------

ସେବିକା (#15603)

ହେ ଦୟାମୟ ପ୍ରଭୁ ! ଦିବ୍ୟ ସାମ୍ରାଜ୍ୟର ଏହି କନ୍ୟା ଉପରେ ସ୍ୱର୍ଗୀୟ ଆଶିଷ ପ୍ରଦାନ କର ଏବଂ ଦୟାପରବଶ ହୋଇ ତାଙ୍କୁ ସହାୟ ହୁଅ, ଯ୍ୱାରା ସେ ତୁମ ଧର୍ମରେ ଦୃଢ଼ ରହିପାରିବ ଏବଂ ଏପରିକି ସେ ରହସ୍ୟମୟ ଗୋଲାପ ଉଦ୍ୟାନର ଗୋଟିଏ ବୁଲ୍ବୁଲ୍ ଭଳି ଆଭା ସାମ୍ରାଜ୍ୟ ମଧ୍ୟରେ ଅତୀବ ବିସ୍ମୟକର ଲଳିତ ସ୍ୱରରେ     ସୁମଧୁର ସଂଗୀତ ଗାନ କରିପାରିବ । ସେଠାରେ ସମସ୍ତଙ୍କ ପାଇଁ ଆନନ୍ଦ ଆଣିଦେବ । ଦିବ୍ୟ ସାମ୍ରାଜ୍ୟର କନ୍ୟାଗଣଙ୍କ ମଧ୍ୟରେ ତାଙ୍କୁ ମହାନ୍ କରି ଗଢ଼ିତୋଳ ଏବଂ ଶାଶ୍ୱତ ଜୀବନ ପ୍ରାପ୍ତ ହେବା ନିମନ୍ତେ ତାଙ୍କୁ ସମର୍ଥ କରାଅ । 

ତୁମେ ହେଉଛ ପରମ ପ୍ରଦାତା, ସର୍ବ ପ୍ରେମମୟ ।

-`Abdu'l-Bahá
-----------------------

