ସୁରକ୍ଷା (#15592)

ତୁମର ନାମ ମହିମାନ୍ୱିତ ହେଉ । ହେ ପ୍ରଭୁ, ହେ ମୋର ଈଶ୍ୱର ! ତୁମର ଯେଉଁ ନାମ ମାଧ୍ୟମରେ ସେହି ମହାନ୍ ସମୟ ଉପଗତ ହୋଇଛି, ପୁନର୍ଜୀବନ ପ୍ରତ୍ୟାଗତ ହୋଇଛି ଏବଂ ସ୍ୱର୍ଗ ଓ ର୍ମ୍ୟରେ ରହିଥିବା ଯାବତୀୟ ଭୟ ତଥା ଉଦ୍ବିଗ୍ନତା ଅବରୋଧ ହୋଇଛି । ତୁମର ଯେଉଁ ସେବକଗଣ ତୁମ ଆଡ଼କୁ ଅଭିମୁଖୀ ହୋଇଛନ୍ତି ଓ ତୁମ ଧର୍ମର ସେବା କରିଛନ୍ତି, ସେହି ସେବକମାନଙ୍କର ହୃଦୟରାଜିକୁ ଯାହା ପ୍ରଫୁଲ୍ଲିତ କରାଇବ, ତୁମ ଦୟାର ସ୍ୱର୍ଗ ମଧ୍ୟରୁ ଏବଂ ତୁମ ସୁକୋମଳ କରୁଣାର ବାରିଦ ମଧ୍ୟରୁ ବାରିଧାରା ବର୍ଷଣ କରିବାକୁ ତୁମ ଦିବ୍ୟ ନାମରେ ଦ୍ୱାହି ଦେଇ ମୁଁ ତୁମକୁ ଅନୁନୟ କରୁଛି । 

ହେ ମୋର ପ୍ରଭୁ ! ତୁମର ସେବକ ଓ ସେବିକାମାନଙ୍କୁ ବୃଥା କଳ୍ପନା ଓ ଅବାସ୍ତବ ଧାରଣାର ବର୍ଚ୍ଛାଠାରୁ ନିରାପଦରେ ରଖି ଏବଂ ତୁମ ଅନୁକମ୍ପାର ହସ୍ତ ମଧ୍ୟରୁ ତୁମ ଜ୍ଞାନର ମୃଦୁ ପ୍ରବାହ ଜଳରାଶିରୁ ଏକ ଢୋକ ଜଳ ସେମାନଙ୍କୁ ପ୍ରଦାନ କର । 

ବାସ୍ତବିକ୍, ତୁମେ ହେଉଛ ସର୍ବଶକ୍ତିଶାଳୀ, ସର୍ବସ୧ୁନ୍ନତ, ସର୍ବ- କ୍ଷମାଶୀଳ, ସର୍ବ ବଦାନ୍ୟ ।

-Bahá'u'lláh
-----------------------

ସୁରକ୍ଷା (#15593)

ତୁମର ନାମ ମହିମାନ୍ୱିତ ହେଉ । ହେ ତୁମ୍ଭେ ସ୍ୱୟଂ ଯାହାଙ୍କ ହସ୍ତରେ ସକଳ ନାମାବଳୀର ଦିବ୍ୟ ସାମ୍ରାଜ୍ୟ ରହିଅଛି ଏବଂ ସ୍ୱୟଂ ଯାହାଙ୍କ ଶକ୍ତିଶାଳୀ ଆୟତାଧୀନରେ ସ୍ୱର୍ଗ ଓ ର୍ମ୍ୟରେ ଥିବା ଯାବତୀୟ ସକଳ ବସ୍ତୁ ରହିଅଛି ! ହେ ସ୍ୱୟଂ ତୁମ୍ଭେ ଅନନ୍ତକାଳର ଦିବ୍ୟ ରାଜନ୍ ! ସ୍ୱୟଂ ଯିଏ ତୁମର ମହାଜ୍ୟୋତିର୍ମୟ ଦିବ୍ୟ ନାମ ଅଟନ୍ତି । ସ୍ୱୟଂ ଯାହାଙ୍କୁ ତୁମେ ତୁମ ପଥରେ ତୁମ ବିଧାନକୁ କାର୍ଯ୍ୟକାରୀ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛ, ସ୍ୱୟଂ ତାଙ୍କରି ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି ତୁମ ଗୌରବର ଦିଗ୍ବଳୟଠାରୁ ତୁମ ପ୍ରାଣୀମାନଙ୍କୁ ଯାହା ପ୍ରତିବନ୍ଧିତ କରିଛି, ସେହି ପରଦାଗୁଡ଼ିକୁ ଚିରି ଛିନ୍ନଭିନ୍ନ କରି ପୃଥକ କରିଦିଅ, ଯାହାକି ହୁଏତ ସେମାନେ ତୁମ କରୁଣାର ମାର୍ଗ ଆଡ଼କୁ ସେମାନଙ୍କର ମୁଖକୁ ଅଭିମୁଖୀ କରାଇ ତୁମ ପ୍ରେମର୍ପୂ ଦୟାର ଉଦୟସ୍ଥଳ ଆଡ଼କୁ ଆକର୍ଷିତ ହୋଇପାରିବେ । 

ହେ ମୋର ପ୍ରଭୁ ! ତୁମ ସେବକଗଣଙ୍କୁ ସେମାନଙ୍କ ଉପରେ ଛାଡ଼ିଦିଅ ନାହିଁ । ତୁମ ପ୍ରଭାବଶାଳୀ ବାଣୀ ମାଧ୍ୟମରେ ସେମାନଙ୍କୁ ତୁମ ପ୍ରେରଣାର ଉଦୟ ସ୍ଥଳ ଆଡ଼କୁ ତୁମ ଧର୍ମ ପ୍ରକାଶର ଦିବ୍ୟ ନିର୍ଝରଣୀ ନିକଟକୁ ତଥା ତୁମ ବିଜ୍ଞତାର କୋଷାଗାର ନିକଟକୁ ଆକର୍ଷିତ କର । ତୁମେ ହେଉଛ ସେହି ଦିବ୍ୟ ପୁରୁଷ ! ସ୍ୱୟଂ ଯାହାଙ୍କ ଶକ୍ତି ଓ କ୍ଷମତାକୁ ସକଳ-ବସ୍ତୁ ପ୍ରମାଣିତ କରିସାରିଛନ୍ତି । ସ୍ୱୟଂ ଯାହାଙ୍କ ଉଶ୍ୟେକୁ ବିଫଳ କରିଦେବାକୁ ତୁମର ସ୍ୱର୍ଗ ଓ ପୃଥିବୀ ମଧ୍ୟରେ ସୃଷ୍ଟି ହୋଇଥିବା ସକଳ ପ୍ରାଣୀଙ୍କ ମଧ୍ୟରୁ କେହି ବି ହେଲେ ସମର୍ଥ ହୋଇପାରି ନାହାଁନ୍ତି । 

ହେ ମୋର ପ୍ରଭୁ ! ତୁମର ଯେଉଁ ସେବକଗଣ ସ୍ୱୟଂ ତୁମ ଆଡ଼କୁ ସେମାନଙ୍କର ମୁଖ ଉନ୍ମୁଖ କରିଛନ୍ତି ଏବଂ ତୁମ କରୁଣାର ଆସ୍ଥାନ ନିକଟକୁ ସେମାନଙ୍କର ପଦଦ୍ୱୟକୁ କଢ଼ାଇ ନେଇଛନ୍ତି, ସେମାନଙ୍କୁ ବିଜୟ ପ୍ରଦାନ କର । ତୁମ ବ୍ୟତୀତ ଅନ୍ୟ କାହା ଉପରେ ସେମାନଙ୍କର ଚକ୍ଷୁକୁ ନିବଦ୍ଧ ରଖିବା ବିପଦଠାରୁ ସେମାନଙ୍କୁ ଯାହା ରକ୍ଷା କରିବ, ତାହା ସେମାନଙ୍କ ନିମନ୍ତେ ପ୍ରେରଣ କର । 

ତୁମେ ଯାହା ଇଚ୍ଛା କର ତାହା କାର୍ଯ୍ୟକାରୀ କରିବା ପାଇଁ ତଥା ଯେଉଁଥିରେ ତୁମେ ସନ୍ତୁଷ୍ଟ ତାହା ପ୍ରଶାସିତ କରିବା ପାଇଁ ତୁମେ     କ୍ଷମତାଶାଳୀ ଅଟ । ହେ ଗୌରବ ଓ ବିଜ୍ଞତାର ଈଶ୍ୱର, ସ୍ୱୟଂ ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି ।

-Bahá'u'lláh
-----------------------

ସୁରକ୍ଷା (#15594)

ତୁମର ସ୍ତୁତିଗାନ ହେଉ, ହେ ପ୍ରଭୁ ! ହେ ମୋର ପରମେଶ୍ୱର! ଏହି ଅକିନ ହେଉଛି ତୁମର ଜଣେ ସେବକ, ଯିଏକି ତୁମ କୃପାର ହସ୍ତ ମଧ୍ୟରୁ ତୁମର ସୁକୋମଳ କରୁଣାର ମଦିରାକୁ ପାନ କରିଛି ଏବଂ ତୁମ ଦିନଗୁଡ଼ିକରେ ତୁମ ପ୍ରେମର ସ୍ୱାଦକୁ ଆସ୍ୱାଦନ କରିଛି । ଯାହାକୁ କୌଣସି ପ୍ରକାର ଶୋକ ସନ୍ତାପ ତୁମ ପ୍ରେମରେ ଉଲ୍ଲସିତ ହେବାଠାରୁ ଅଥବା ତୁମର ମୁଖମଳକୁ ଅବଲୋକନ କରିବାଠାରୁ ଅବରୋଧ କରିପାରିବ ନାହିଁ ଏବଂ ଯାହାକୁ ଅମନଯୋଗୀତାର ସକଳ ଅଧିବାସୀମାନେ ତୁମର ସୁପ୍ରସନ୍ନତାର ମାର୍ଗଠାରୁ ଦୂରେଇ ଦେବାର କାରଣ ହେବାକୁ ଶକ୍ତିହୀନ ଅଟନ୍ତି, ତାହା ପାଇଁ ତୁମେ ଧାରଣ କରିଥିବା ଉମ ପଦାର୍ଥ ପ୍ରେରଣ କରିବା ନିମି ତଥା ଏପରି ଏକ ଉଚ୍ଚତର ସ୍ଥାନକୁ ପହାଇ ଦେବା ନିମି ତୁମ ନାମାବଳୀର ପ୍ରତୀକଗୁଡ଼ିକ ଦ୍ୱାରା ମୁଁ ତୁମକୁ ମିନତି କରୁଛି । ଯ୍ୱାରା ସେ ଏହି     ପୃଥିବୀକୁ ଏକ ଛାୟା ସଦୃଶ ବିଚାର କରିବ । ଯାହାକି ଆଖିର ପଲକ ପଡ଼ିବା ଠାରୁ ଆହୁରି କ୍ଷୀପ୍ରଗତିରେ ଉଭେଇ ଯାଇଥାଏ । 

ହେ ମୋର ପରମେଶ୍ୱର ! ତୁମ ଅପରିମେୟ ମହାନତାର କ୍ଷମତା ଦ୍ୱାରା ତୁମେ ଯାହା ଘୃଣାକର ସେହି ସବୁଗୁଡ଼ିକରୁ ତାଙ୍କୁ ସୁରକ୍ଷିତ ରଖ । ବାସ୍ତବିକ, ତୁମେ ହେଉଛ ତାହାର ପ୍ରଭୁ ଏବଂ ସକଳ ଜଗତର ପ୍ରଭୁ ଅଟ ।

-Bahá'u'lláh
-----------------------

ସୁରକ୍ଷା (#15595)

ହେ ମୋର ପ୍ରଭୁ ! ତୁମ୍ଭେ ଜାଣ ଯେ, ଲୋକମାନେ ଯବଣା ଓ ର୍ଦୁଶାରେ ପରିବୃ ହୋଇ ରହିଛନ୍ତି ଏବଂ କ୍ଲେଶ ଓ ବିପଦର ପରିବେଶ ମଧ୍ୟରେ ରହିଛନ୍ତି । ପ୍ରତିଟି ପରୀକ୍ଷା ତଥା ପ୍ରତିଟି ସାଂଘାତିକ ଦୁର୍ଗତି ମନୁଷ୍ୟକୁ ସର୍ପଦଂଶନ ପରି ସଂକ୍ରମିତ କରିରଖେ । ତୁମ୍ଭ ବାହୁ ଛାୟାତଳେ ତୁମ୍ଭର ରକ୍ଷଣାବେକ୍ଷଣ ପ୍ରହରା ତ୍ୱାବଧାନ ବ୍ୟତୀତ ତାପାଇଁ ଅନ୍ୟ ଆଶ୍ରୟ କିମ୍ବା ଶରଣ ନାହିଁ । 

ହେ ମୋ କରୁଣାମୟ ପ୍ରଭୁ ! ତୁମ୍ଭର ସୁରକ୍ଷା ହିଁ ମୋର କର୍ମ ହେଉ, ତୁମ୍ଭର ନିରାପା ଦାନ ମୋର ଢାଲ ହେଉ, ତୁମ୍ଭର ଏକତ୍ୱର     ଦ୍ୱାର ଦେଶରେ ନମ୍ରତା ମୋର ପ୍ରହରୀ ହେଉ ଏବଂ ତ୍ୱାବଧାନ ଓ ପ୍ରତିରକ୍ଷା ମୋର ଦୁର୍ଗ ତଥା ନିବାସ ହେଉ । ମୋ ନିଜ ଇଙ୍ଗିତ ଓ ଅଭିପ୍ସାରୁ ମୋତେ ନିରାପଦ ରଖ ଏବଂ ପ୍ରତିଟି ଅସୁସ୍ଥତା, ପ୍ରଲୋଭନ, ସଂକଟ ତଥା ଅଗ୍ନି ପରୀକ୍ଷାରୁ ମୋତେ ରକ୍ଷାକର । 

ତୁମ୍ଭେ ହିଁ ପ୍ରକୃତ ରକ୍ଷାକାରୀ, ତ୍ୱାବଧାରକ, ସଂରକ୍ଷକ ଓ ତୁଷ୍ଟକାରୀ ତଥା ତୁମେ ହିଁ ବାସ୍ତବିକ ଦୟାଳୁଙ୍କ ମଧ୍ୟରେ ଅତ୍ୟନ୍ତ ଦୟାଳୁ ।

-`Abdu'l-Bahá
-----------------------

ସୁରକ୍ଷା (#15596)

ହେ ତୁମ୍ଭେ ଦିବ୍ୟ ପରମ ପ୍ରଦାତା ! ଆମ୍ଭେମାନେ ଶୋଚନୀୟ ଅବସ୍ଥାରେ ରହିଛୁ, ଆମକୁ ତୁମର ସହାୟତା ମଞ୍ଜୁର କର; ଆମ୍ଭେମାନେ ବାସହୀନ ଓ ପଥଭ୍ରଷ୍ଟ, ଆମକୁ ତୁମର ଆଶ୍ରୟ ପ୍ରଦାନ କର; ଆମ୍ଭେମାନେ ଇତଃସ୍ତତ ହୋଇଅଛୁ, ତୁମେ ଆମକୁ ଏକତ୍ରିତ କର । ଆମ୍ଭେମାନେ ବିପଥଗାମୀ ହୋଇଛୁ, ତୁମ ଆୟତ ମଧ୍ୟରେ ଆମକୁ ଏକତ୍ର କର । ଆମ୍ଭେମାନେ ଲାିତ, ତୁମର ଏକ ଅଂଶ ତଥା ର୍ନିିଷ୍ଟ ଭାଗ ଆମକୁ ପ୍ରଦାନ କର । ଆମ୍ଭେମାନେ ତୁର୍ଷା, ଆମକୁ     ଜୀବନର ସୁନିର୍ଝରଣୀ ନିକଟକୁ ମାର୍ଗ ଦେଖାଅ । ଆମ୍ଭେମାନେ ଦୁର୍ବଳ, ଆମକୁ ସବଳ କର, ଯ୍ୱାରା ଆମ୍ଭେମାନେ ତୁମ ଧର୍ମର ସେବା କରିବା ପାଇଁ ଜାଗ୍ରତ ହୋଇପାରିବୁ ଏବଂ ତୁମର ମାର୍ଗଦର୍ଶନ ପଥରେ ଏକ ଜୀବନ୍ତ ତ୍ୟାଗ ସଦୃଶ ଆମ୍ଭେମାନେ ନିଜକୁ ଉର୍ଗ କରିପାରିବୁ ।

-`Abdu'l-Bahá
-----------------------

ସୁରକ୍ଷା (#15597)

ହେ ଈଶ୍ୱର, ହେ ମୋର ପରମେଶ୍ୱର ! ଅହମିକା ତଥା ବାସନାର ମନ୍ଦ ପ୍ରଭାବରୁ ତୁମ ବିଶ୍ୱସ୍ତ ସେବକମାନଙ୍କୁ ସୁରକ୍ଷିତ ରଖ । ତୁମ ସସ୍ନେହ-କରୁଣାଭରା ସତର୍କ ଚକ୍ଷୁ ଦ୍ୱାରା ସେମାନଙ୍କୁ ସକଳ ଦୋଷ, ଘୃଣା ଓ ଶତ୍ରୁତାରୁ ରକ୍ଷା କର । ତୁମ ତ୍ୱାବଧାନର ଅଭେଦ୍ୟ ଦୁର୍ଗରେ ସେମାନଙ୍କୁ ଆଶ୍ରୟ ଦିଅ ଏବଂ ସଂଶୟର ବର୍ଚ୍ଛାଠାରୁ ସେମାନଙ୍କୁ ନିରାପଦରେ ରଖ । ତୁମ ଗୌରବମୟ ନିଦର୍ଶନର ପ୍ରତୀକ ରୂପେ ସେମାନଙ୍କୁ ପରିଣତ କର । ତୁମ ଦିବ୍ୟ ଏକତାର ଉଦୟସ୍ଥଳଙ୍କ ଠାରୁ ଆସୁଥିବା ରଶ୍ମିଦ୍ୱାରା ସେମାନଙ୍କର ମୁଖମଳକୁ ଆଲୋକିତ     କରିଦିଅ । ତୁମ ପବିତ୍ର ରାଜ୍ୟର ପ୍ରକାଶିତ ପଙ୍କ୍ତି ଦ୍ୱାରା ସେମାନଙ୍କର ହୃଦୟକୁ ପ୍ରଫୁଲ୍ଲିତ କରିଦିଅ ଏବଂ ତୁମ ଗୌରବ ରାଜ୍ୟରୁ ଆଗତ ହୋଇଥିବା ତୁମ ସର୍ବାଧିପତ୍ୟର୍ପୂ ସାମର୍ଥ୍ୟ ଦ୍ୱାରା ସେମାନଙ୍କର କଟୀଦେଶକୁ ଶକ୍ତିଶାଳୀ କରିଦିଅ । ତୁମେ ହେଉଛ ସବୁଠାରୁ ଅଧିକ ବଦାନ୍ୟ, ରକ୍ଷକ, ସର୍ବଶକ୍ତିମାନ୍ ଓ ଦୟାଶୀଳ ।

-`Abdu'l-Bahá
-----------------------

