ସହାୟତା (#15585)

ପ୍ରତ୍ୟେକ ପରିସ୍ଥିତିରେ ଧୈର୍ଯ୍ୟଶୀଳ ହୁଅ ଏବଂ ଈଶ୍ୱରଙ୍କ ଠାରେ ତୁମର ସମସ୍ତ ଆସ୍ଥା ଓ ଦୃଢ଼ ବିଶ୍ୱାସ ସ୍ଥାପନ କର ।

-Bahá'u'lláh
-----------------------

ସହାୟତା (#15586)

ହେ ମୋର ଈଶ୍ୱର ! ତୁମ୍ଭ ସର୍ବ ମହିମାମୟ ନାମ ମାଧ୍ୟମରେ ମୋତେ ତାହା ପ୍ରଦାନ କରିବା ନିମି ମୁଁ ତୁମ୍ଭଙ୍କୁ ଆବାହନ କରୁଅଛି, ଯାହାକି ତୁମ ସେବକମାନଙ୍କ ବ୍ୟାପାରାବଳୀରେ ଉନ୍ନତି ଆଣିବ ଏବଂ ତୁମ୍ଭ ନଗରୀମାନଙ୍କୁ ସମୃଦ୍ଧ କରିବାର କାରଣ ହେବ । ସତ୍ୟତଃ, ସମସ୍ତ ବସ୍ତୁ ଉପରେ ତୁମ୍ଭର ହିଁ କ୍ଷମତା ବିଦ୍ୟମାନ ।

-Bahá'u'lláh
-----------------------

ସହାୟତା (#15587)

ହେ ସ୍ୱୟଂ ତୁମ୍ଭେ ! ଯାହାଙ୍କ ମୁଖାରବିନ୍ଦ ହିଁ ମୋର ଆରାଧନାର ବିନ୍ଦୁ, ଯାହାଙ୍କ ସୌନ୍ଦର୍ଯ୍ୟ ହିଁ ମୋର ଅଭୟ ସ୍ଥଳ, ଯାହାଙ୍କ ଆବାସ ହିଁ ମୋର ଲକ୍ଷ୍ୟ, ଯାହାଙ୍କ ସ୍ମୃତି ହିଁ ମୋର ଆଶା, ଯାହାଙ୍କ ମଙ୍ଗଳକର     ବିଧାନ ହିଁ ମୋର ସହଚର, ଯାହାଙ୍କ ପ୍ରେମ ହିଁ ମୋର ଅସ୍ତିତ୍ୱର କାରଣ, ଯାହାଙ୍କ ସ୍ମରଣ ହିଁ ମୋର ଭରସା, ଯାହାଙ୍କ ସାନ୍ନିଧ୍ୟ ହିଁ ମୋର କାମନା, ଯାହାଙ୍କ ସଦୟ ଉପସ୍ଥିତି ହିଁ ମୋର ସର୍ବାଧିକ ପ୍ରିୟ ଇଚ୍ଛା ଏବଂ ସର୍ବୋଚ୍ଚ ଆକାଙ୍କ୍ଷା । ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି ଯେ, ମୋତେ ସେହି ସବୁ ବସ୍ତୁରୁ ବôତ କରନାହିଁ, ଯାହାକି ତୁମ୍ଭ ସେବକମାନଙ୍କ ମଧ୍ୟରୁ ମନୋନୀତ ଆତ୍ମାଗଣଙ୍କ ନିମି ତୁମ୍ଭେ ବିଧାନ କରିଅଛ । ଏଣୁ, ଏହି ଜଗତ ଏବଂ ଆଗାମୀ ଜଗତ ପାଇଁ ମୋର ମଙ୍ଗଳ ବିଧାନ କର । 

ସତ୍ୟତଃ, ତୁମ୍ଭେ ହିଁ ସମସ୍ତ ମାନବଜାତିର ସମ୍ରାଟ । ତୁମ୍ଭ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମ୍ଭେ ହିଁ ସଦା କ୍ଷମାଶୀଳ, ପରମ ଉଦାର !

-Bahá'u'lláh
-----------------------

ସହାୟତା (#15588)

ତୁମ୍ଭର ନାମ ଜୟଗାନ ହେଉ । ହେ ମୋର ଈଶ୍ୱର ! ତଥା ସକଳ ବସ୍ତୁର ଈଶ୍ୱର ! ମୋର ପରମ ଗୌରବ ! ସକଳ ବସ୍ତୁର ପରମ ଗୌରବ ! ମୋର ପରମ ଆକାଙ୍କ୍ଷା ଏବଂ ସକଳ ବସ୍ତୁର ପରମ ଆକାଂଙ୍କ୍ଷା ! ମୋର ପରମ କ୍ଷମତା ଏବଂ ସକଳ ବସ୍ତୁର ପରମ କ୍ଷମତା ! ମୋର ପରମ ରାଜନ ଏବଂ ସକଳ ବସ୍ତୁର ପରମ     ରାଜନ ! ମୋର ପରମ ଅଧିକାରୀ ଏବଂ ସକଳ ବସ୍ତୁର ପରମ ଅଧିକାରୀ ! ମୋର ପରମ ଲକ୍ଷ୍ୟ ଏବଂ ସକଳ ବସ୍ତୁର ପରମ ଲକ୍ଷ୍ୟ ! ମୋର ଦିବ୍ୟ ପରିଚାଳକ ଏବଂ ସକଳ ବସ୍ତୁର ଦିବ୍ୟ ପରିଚାଳକ ! ମୁଁ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛି ଯେ, ତୁମ ସୁକୋମଳ କରୁଣାର ମହାସାଗରରୁ ଦୂରେଇ ରଖିବାକୁ ଅଥବା ତୁମ୍ଭ ସାନି୍ନଧ୍ୟର ତଟଦେଶରୁ ଦୂରୀଭୂତ କରିବାରୁ ମୋତେ ଯାତନା ଦିଅନାହିଁ । 

ହେ ମୋର ପ୍ରଭୁ ! ତୁମ ବ୍ୟତୀତ ଅନ୍ୟ କିଛି ମୋତେ ଲାଭଦାୟକ ହୋଇ ନଥାଏ ଏବଂ ତୁମ ବ୍ୟତୀତ ଅନ୍ୟ କାହାର ସାନ୍ନିଧ୍ୟରୁ ମୋତେ କିଛି ମିଳି ନ ଥାଏ । ଯେଉଁମାନେ ତୁମ୍ଭ ଆଡ଼କୁ ଉନ୍ମୁଖ ହୋଇଛନ୍ତି ଏବଂ ତୁମ୍ଭର ସେବା କରିବା ନିମି ଜାଗ୍ରତ ହୋଇଛନ୍ତି, ସେହିମାନଙ୍କ ମଧ୍ୟରେ ମୋତେ ଗଣନା କରିବା ନିମି ତୁମ୍ଭ ଧନାଢ଼୍ୟତା ବହୁଳତାର ଦ୍ୱାହି ଦେଇ ମୁଁ ତୁମ୍ଭଙ୍କୁ ବିନୀତ ପ୍ରାର୍ଥନା କରି କହୁଅଛି, ଯାହା ମାଧ୍ୟମରେ କି ତୁମ୍ଭ ବ୍ୟତୀତ ଅନ୍ୟ ସମସ୍ତଙ୍କ ଉପରେ ତୁମ୍ଭେ ରାଜୁତି କରିଥାଅ । 

ଏଣୁ, ହେ ମୋର ପ୍ରଭୁ, ତୁମ୍ଭ ସେବକମାନଙ୍କୁ ଏବଂ ତୁମ୍ଭ ସେବିକାମାନଙ୍କୁ କ୍ଷମା ପ୍ରଦାନ କର । ସତ୍ୟତଃ, ତୁମ୍ଭେ ସଦା କ୍ଷମାଶୀଳ, ପରମ କରୁଣାମୟ ।

-Bahá'u'lláh
-----------------------

ସହାୟତା (#15589)

ହେ ପ୍ରଭୁ, ମୋର ଈଶ୍ୱର ! ତୁମ ଧର୍ମରେ ଦୃଢ଼ ରହିବା ଲାଗି, ତୁମ ର୍ନିେଶିତ ପଥରେ ଯିବା ଲାଗି ଓ ତୁମ ଧର୍ମରେ ଏକନିଷ୍ଠ ରହିବା ଲାଗି ତୁମ ପ୍ରିୟଜନମାନଙ୍କୁ ସହାୟ ହୁଅ । ଅହମିକା ଓ ବାସନାର ପ୍ରବଳ ବେଗକୁ ପ୍ରତିରୋଧ କରିବା ପାଇଁ ଓ ତୁମ ଦିବ୍ୟ ପଥ- ପ୍ରଦର୍ଶନର ଆଲୋକକୁ ଅନୁସରଣ କରିବା ପାଇଁ ସେମାନଙ୍କୁ ତୁମର କୃପା ପ୍ରଦାନ କର । ତୁମେ ଶକ୍ତିଶାଳୀ, କରୁଣାମୟ, ସ୍ୱନିର୍ଭର, ଦାତା, ସହାନୁଭୂତିଶୀଳ, ସର୍ବଶକ୍ତିମାନ୍ ଓ ସର୍ବ-ବଦାନ୍ୟ ।

-`Abdu'l-Bahá
-----------------------

ସହାୟତା (#15590)

ପ୍ରଭୁ ! ଆମ୍ଭେମାନେ ନିର୍ଦ୍ଧନ, ଆମ୍ଭମାନଙ୍କ ଉପରେ ତୁମ୍ଭର ଉଦାରତା ବର୍ଷଣ କର । ଆମ୍ଭେମାନେ ନିଃସ୍ୱ, ତୁମ୍ଭର ସମ୍ପଦ ପାରାବାରରୁ ଆମ୍ଭଙ୍କୁ କିଛି ଦାନ କର । ଆମ୍ଭେମାନେ ଅଭାବଗ୍ରସ୍ତ, ଆମ୍ଭମାନଙ୍କ ଆବଶ୍ୟକତା ପୂରଣ କର । ଆମ୍ଭେମାନେ ନଗଣ୍ୟ, ଆମ୍ଭମାନଙ୍କୁ ସ୧ାନାସ୍ପଦ କର । 

ଆକାଶର ସମସ୍ତ ପକ୍ଷୀ ଏବଂ ପ୍ରାନ୍ତରର ସମସ୍ତ ପଶୁ ତୁମ୍ଭର ଦାନର ଭୋଜନ ଭାର ଦ୍ୱାରା ପାଳିତ ଏବଂ ସମସ୍ତ ପ୍ରାଣୀ     ତୁମ୍ଭର ଉଦାରତାର ପ୍ରାଚୁର୍ଯ୍ୟ ଉପଭୋଗ କରି ସୁଖଲାଭ କରୁଛନ୍ତି । 

ଏହି ଅସହାୟ ପ୍ରାଣୀକୁ ତୁମ୍ଭର ମହାନ୍ ଆଶୀର୍ବାଦରୁ ବôତ କରନାହିଁ ଏବଂ ଏହି ଶକ୍ତିହୀନ ଆତ୍ମାକୁ ତୁମ୍ଭର ସାମର୍ଥ୍ୟ ଦାନ କର ।

ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଦୈନିକ ଜୀବିକା ଏକ ପ୍ରକୃଷ୍ଟ ସୂତ୍ରରେ ଦାନ କର ଏବଂ ଆମ୍ଭମାନଙ୍କର ଆବଶ୍ୟକତା ପରିପୂରଣ ପାଇଁ ଆଶୀର୍ବାଦ ପ୍ରଦାନ କର, ଯାହା ଫଳରେ ଆମ୍ଭେମାନେ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ନିଜ ନିଜକୁ ସ୍ୱତବ ରଖିବୁ ଏବଂ କେବଳ ତୁମ୍ଭଙ୍କୁ ସ୍ମରଣ କରିବୁ ଓ ଅନ୍ୟ ସବୁ ଭୁଲିଯିବୁ । 

ଆମ୍ଭେମାନେ ନିବେଦନ କରୁକି; ଆମ୍ଭମାନଙ୍କୁ ଏପରି ବର ପ୍ରଦାନ କର, ଯାହାଫଳରେ ଆମ୍ଭେମାନେ ତୁମ୍ଭରି ମାର୍ଗରେ ପରିଚାଳିତ ହେବୁ, ତୁମ୍ଭର ମୁଖାରବିନ୍ଦ ଅନ୍ୱେଷଣ କରିପାରିବୁ ଏବଂ ତୁମ୍ଭର ରହସ୍ୟ ଉଦ୍ଘାଟନ କରିପାରିବୁ । 

ତୁମ୍ଭେ ହେଉଛ ଶକ୍ତିଶାଳୀ, ପ୍ରେମୀ ଏବଂ ତୁମେ ହେଉଛ ମାନବ ଜଗତର ଅନ୍ନଦାତା ।

-`Abdu'l-Bahá
-----------------------

ସହାୟତା (#15591)

ହେ ପ୍ରଭୁ ! ତୁମ୍ଭ ନାମରେ ବିଚ୍ଛୁରିତ ହୋଇଥିବା ଏହି ଆନନ୍ଦମୟ ପଟଳକୁ ହଟାଇ ଦିଅନାହିଁ ଏବଂ ସେହି ପ୍ରଜ୍ଜ୍ୱଳିତ ଶିଖାକୁ ନିର୍ବାପିତ କରନାହିଁ, ଯାହାକି ତୁମ୍ଭ ଅନିର୍ବାପିତ ଅଗ୍ନି ମାଧ୍ୟମରେ ପ୍ରଜ୍ଜ୍ୱଳିତ କରାଯାଇଛି । ତୁମ୍ଭର ସେହି ଜୀବନ୍ତ ଜଳର ପ୍ରବାହକୁ ବନ୍ଦ କରି ଦିଅନାହିଁ, ଯାହାକି ତୁମ୍ଭର ମହିମା ଏବଂ ତୁମ ସ୍ମରଣର ସୁମଧୁର ସ୍ୱରକୁ ଗୁଞ୍ଜରିତ କରୁଅଛି ଏବଂ ତୁମ ପ୍ରେମର ସୁବାସିତ ମଧୁର ସୁଗନ୍ଧର ସୁରଭିରୁ ତୁମ୍ଭ ସେବକମାନଙ୍କୁ ବôତ କରନାହିଁ । 
ପ୍ରଭୁ ! ତୁମ୍ଭ ପବିତ୍ର ଜନଗଣଙ୍କର କ୍ଳେଶଦାୟକ ଉଦ୍ବେଗଗୁଡ଼ିକୁ ସହଜରେ ପରିଣତ କର, ସେମାନଙ୍କର କଠିନ ପରିଶ୍ରମକୁ ଆରାମରେ, ସେମାନଙ୍କର ଅପମାନକୁ ମହିମାରେ, ସେମାନଙ୍କର ଶୋକକୁ ଆଶିଷଯୁକ୍ତ ଉଲ୍ଲାସରେ ପରିର୍ବିତ କରିଦିଅ । ହେ ପ୍ରଭୁ ! ତୁମ୍ଭେ ସ୍ୱୟଂ ନିଜେ ସୃଷ୍ଟି ମଧ୍ୟରେ ସମଗ୍ର ମାନବଜାତି ନିୟତିର ଲଗାମକୁ ଧରିଅଛ । 

ସତ୍ୟତଃ ତୁମ୍ଭେ ହେଉଛ ଅଦ୍ୱିତୀୟ ଏବଂ ସାମର୍ଥ୍ୟବାନ୍, ସର୍ବଜ୍ଞାତା ଓ ସର୍ବ ପ୍ରଜ୍ଞ ।

-`Abdu'l-Bahá
-----------------------

