ଶିଶୁ (#15578)

ହେ ପରମେଶ୍ୱର ! ମୋତେ ମାର୍ଗ ପ୍ରଦର୍ଶନ କର । ମୋତେ ରକ୍ଷା କର । ମୋତେ ଏକ ଉଜ୍ଜ୍ୱଳ ପ୍ରଦୀପ ତଥା ଏକ ଦୀପ୍ତିମାନ୍ ତାରକାରେ ପରିଣତ କର । ତୁମେ ହେଉଛ ଶକ୍ତିମାନ୍ ଓ ସାମର୍ଥ୍ୟବାନ୍ ।

-The Báb
-----------------------

ଶିଶୁ (#15579)

ହେ ପରମେଶ୍ୱର ! ତୁମ ପ୍ରେମସିକ୍ତ ବକ୍ଷରେ ଏହି କ୍ଷୁଦ୍ର ଶିଶୁଟିକୁ ପାଳନ କର ଏବଂ ତୁମ ଦିବ୍ୟ ଅନୁକମ୍ପାର ପୟୋଧରରୁ ଏହାକୁ ଦୁଗ୍ଧ ପ୍ରଦାନ କର । ତୁମ ପ୍ରେମର ଗୋଲାପ ବଗିଚାରେ ଏହି ସତେଜ ଚାରାଟିର ଯତ୍ନ ନେଇ ତୁମ ବଦାନ୍ୟତା ବାରିଧାରା ମାଧ୍ୟମରେ ବର୍ଦ୍ଧିତ ହେବା ନିମି ଏହାକୁ ସହାୟତା ପ୍ରଦାନ କର । ଏହାକୁ ତୁମ ଦିବ୍ୟ ସାମ୍ରାଜ୍ୟର ଏକ ଶିଶୁ ରୂପେ ପରିଣତ କରି ତୁମ ସ୍ୱର୍ଗୀୟ ରାଜ୍ୟ ଅଭିମୁଖେ କଢ଼େଇ ନିଅ । ତୁମେ ହେଉଛ ମହାଶକ୍ତିଶାଳୀ ତଥା ଦୟାଳୁ ପ୍ରଭୁ । ତୁମେ ହିଁ ଦାତା, ମହାନୁଭବ ତଥା ଅତୁଳନୀୟ, ବଦାନ୍ୟତାର ପ୍ରଭୁ ।

-`Abdu'l-Bahá
-----------------------

ଶିଶୁ (#15580)

ହେ ଈଶ୍ୱର ! ଏହି ଶିଶୁମାନଙ୍କୁ ଶିକ୍ଷିତ କର । ଏହି ଶିଶୁଗଣ ତୁମ ଫଳ ବଗିଚାର ଚାରାଗଛ, ତୁମ ଉପବନର ପୁଷ୍ପରାଜି ଓ ତୁମ ବଗିଚାର ଗୋଲାପ ଗୁଚ୍ଛ ଅଟନ୍ତି । ତୁମ ବାରିଧାରା ସେମାନଙ୍କ ଉପରେ ବର୍ଷିତ ହେଉ । ସତ୍ୟର ସୂର୍ଯ୍ୟ ସେମାନଙ୍କ ଉପରେ ତୁମର ସ୍ନେହ ବିକିରଣ କରୁ । ତୁମର ମୃଦୁ ସମୀରଣ ସେମାନଙ୍କୁ ସତେଜ କରୁ । ଯାହାଫଳରେ ସେମାନେ ତାଲିମ୍ପ୍ରାପ୍ତ ଓ ବିକଶିତ ହୋଇ ଅନୁପମ ସୌନ୍ଦର୍ଯ୍ୟ ସହିତ ପ୍ରତୀୟମାନ ହେବେ । ତୁମେ ହେଉଛ ପରମଦାତା ଓ ସହାନୁଭୂତିଶୀଳ ପ୍ରଭୁ ।

-`Abdu'l-Bahá
-----------------------

ଶିଶୁ (#15581)

ହେ ମୋର ପ୍ରଭୁ ! ହେ ମୋର ପ୍ରଭୁ !

ମୁଁ ଏକ କୋମଳମତି ଶିଶୁ । ତୁମ କରୁଣା ରୂପକ ଦୁଗ୍ଧ ପିଆଇ ମୋତେ ପ୍ରତିପାଳନ କର । ତୁମ ମାର୍ଗ ଦର୍ଶନ ପାଠଶାଳାରେ ମୋତେ ବିଦ୍ୟାଦାନ କର ଏବଂ ତୁମ କରୁଣାର ଚାୟାତଳେ ମୋତେ ବିକଶିତ କର । ଅନ୍ଧକାରରୁ ମୋତେ ମୁକ୍ତି ଦିଅ ଏବଂ ଏକ ଉଜ୍ଜ୍ୱଳ ଆଲୋକ କରିଦିଅ । ମୋତେ ଶୋକ ସନ୍ତାପରୁ ମୁକ୍ତ କର । ତୁମ ଗୋଲାପ ଉଦ୍ୟାନରେ ମୋତେ ଏକ ପୁଷ୍ପ କରି ଗଢ଼ । ତୁମ ପବିତ୍ର ଦ୍ୱାରଦେଶରେ ମୋତେ ଏକ ସେବକ ହେବା ନିମି ଅନୁମତି ଦିଅ     ଏବଂ ମୋଠାରେ ସା୍ୱିକ ପ୍ରବୃି ଓ ଚରିତ୍ର ପ୍ରଦାନ କର । ମାନବ- ଜଗତ ପ୍ରତି କରୁଣାର ଉ ହେବା ନିମି ମୋତେ ଗଢ଼ିତୋଳ ଏବଂ  ମୋର ମସ୍ତକକୁ ଚିରସ୍ଥାୟୀ ଜୀବନମଣି ଖଚିତ ମୁକୁଟ ଦ୍ୱାରା ସୁସଜ୍ଜିତ କର । 

ସତ୍ୟତଃ, ତୁମେ ସାମର୍ଥ୍ୟବାନ୍, ସର୍ବଶକ୍ତିମାନ୍, ଦିବ୍ୟଦ୍ରଷ୍ଟା ଓ ଦିବ୍ୟ ଶ୍ରୋତା ।

-`Abdu'l-Bahá
-----------------------

ଶିଶୁ (#15582)

ହେ ତୁମ୍ଭେ ଦୟାଳୁ ପ୍ରଭୁ ! ଏହି କୋମଳମତି ଶିଶୁମାନେ ତୁମ ସାମାର୍ଥ୍ୟ ଅଙ୍ଗୁଷ୍ଠିର କୃତି ଏବଂ ତୁମ୍ଭ ମହାନତାର ଅଭୂତପୂର୍ବ ନିଦର୍ଶନ ଅଟନ୍ତି । ହେ ଈଶ୍ୱର ! ଏହି ଶିଶୁମାନଙ୍କୁ ରକ୍ଷାକର, ଶିକ୍ଷିତ ହେବାରେ ଦୟା ପରବଶ ହୋଇ ସେମାନଙ୍କୁ ସାହାଯ୍ୟ କର ଏବଂ ମାନବଜାତିର ସେବା କରିବା ନିମି ସେମାନଙ୍କୁ ସମର୍ଥ କରାଅ । ହେ ଈଶ୍ୱର ! ଏହି ଶିଶୁମାନେ ହେଉଛନ୍ତି ମୁକ୍ତାରାଜି, ତୁମ୍ଭ ପ୍ରେମର୍ପୂ ଦୟାର କୋଠରୀ ମଧ୍ୟରେ ଲାଳନପାଳନ ହେବା ନିମି ସେମାନଙ୍କର କାରଣ ହୁଅ । 

ତୁମ୍ଭେ ହିଁ କରୁଣାମୟ, ସର୍ବ-ପ୍ରେମମୟ ।

-`Abdu'l-Bahá
-----------------------

ଶିଶୁ (#15583)

ହେ ପ୍ରଭୁ, ଏହି ଶିଶୁମାନଙ୍କୁ ସର୍ବୋକ୍ରୃଷ୍ଟ ଚାରା ଗଛରେ ପରିଣତ କର । ସେମାନଙ୍କୁ ତୁମ୍ଭ ଦିବ୍ୟ ଚୁକ୍ତିର ଉଦ୍ୟାନରେ ବିକଶିତ ହେବାକୁ ଅନୁମତି ପ୍ରଦାନ କର ଏବଂ ଆଭା ସାମ୍ରାଜ୍ୟର ବାରିଧାରା ମାଧ୍ୟମରେ ସତେଜତା ଏବଂ ସୌନ୍ଦର୍ଯ୍ୟତା ବର୍ଷଣ କର । 

ହେ ତୁମ୍ଭେ ଦୟାଳୁ ପ୍ରଭୁ ! ମୁଁ ଏକ କ୍ଷୁଦ୍ର ଶିଶୁ, ତୁମ୍ଭ ସାମ୍ରାଜ୍ୟରେ ମୋତେ ଗ୍ରହଣ କରି, ମୋତେ ମହିମାନ୍ୱିତ କରାଅ । ମୁଁ ହେଉଛି ପାର୍ଥିବ, ମୋତେ ସ୍ୱର୍ଗୀୟ ଶିଶୁରେ ପରିଣତ କର । ମୁଁ ତୁଚ୍ଛ, ମୋତେ ଊଦ୍ଧ୍ୱର୍ ରାଜ୍ୟର ନିବାସୀ କରାଅ । ମୁଁ ଅନ୍ଧକାରରେ ପଡ଼ିରହିଛି । ତେଜସ୍ୱୀ ହେବା ନିମି ମୋତେ ଯବଣା ଦିଅ । ଭୌତିକ ଭିତରେ ମୁଁ ରହିଅଛି, ମୋତେ ଆଧ୍ୟ୍ୟାତ୍ମିକବାଦୀରେ ପରିଣତ କର ଏବଂ ଯାହା ମାଧ୍ୟମରେ ମୁଁ ତୁମ୍ଭ ଅସୀମ କରୁଣାକୁ ପ୍ରଦର୍ଶନ କରିପାରିବି, ତାହା ମୋତେ ପ୍ରଦାନ କର । 
ସ୍ୱୟଂ ତୁମ୍ଭେ ହେଉଛ ପରମ ସାମର୍ଥ୍ୟବାନ୍, ସର୍ବ ପ୍ରେମମୟ ।

-`Abdu'l-Bahá
-----------------------

ଶିଶୁ (#15584)

ହେ ପରମେଶ୍ୱର, ହେ ମୋର ପରମାତ୍ମା ! ଯେଉଁମାନେ ତୁମ ଧର୍ମର ସେବା କରିବାକୁ ଜାଗ୍ରତ ହୋଇଛନ୍ତି ଏବଂ ତୁମ ପ୍ରେମର ବକ୍ଷ ଦେଶରେ ଯେଉଁ ଶିଶୁଗଣ ପ୍ରତିପାଳିତ ହେଉଛନ୍ତି, ସେହି ଶିଶୁମାନଙ୍କୁ ଶିକ୍ଷା ଦେବା ନିମି ଯେଉଁମାନେ ଉତ୍ଥିତ ହୋଇଛନ୍ତି, ସେହିମାନଙ୍କ ପାଇଁ ସ୍ୱୀକୃତି ତଥା ସହାୟତା ଯୋଗାଇଦେବାକୁ ମୁଁ ପ୍ରାର୍ଥନା କରୁଛି । ହେ ଭଗବାନ୍ ! ଏହି ଶିଶୁଗଣଙ୍କୁ ତୁମ ଦିବ୍ୟ ସାମ୍ରାଜ୍ୟରେ ଗୌରବାନ୍ୱିତ କରାଅ ଏବଂ ସେମାନଙ୍କୁ ତୁମ ଜ୍ଞାନ ପାରାବାରରୁ ଶିକ୍ଷାଦିଅ । ତୁମେ ହେଉଛ ପରମ କ୍ଷମତାବାନ୍ ଏବଂ ମହାଶକ୍ତିଶାଳୀ ।

-`Abdu'l-Bahá
-----------------------

