ରାତ୍ରି (#15575)

ଶୟନରତ ହେବା ପାଇଁ କିପରି ମୁଁ ଇଚ୍ଛା କରିବି, ହେ ଭଗବାନ୍, ହେ ମୋର ଈଶ୍ୱର ! ଯେତେବେଳେ ସେହିମାନଙ୍କର ଚକ୍ଷୁ ତୁମକୁ ପାଇବାକୁ ଆଶାୟୀ ହୋଇ ଉଜାଗରରେ ଅଛନ୍ତି; ତୁମଠାରୁ ସେମାନେ ବିଚ୍ଛେଦରେ ଅଛନ୍ତି; କିପରି ମୁଁ ବିଶ୍ରାମ ନେବାପାଇଁ ଶଯ୍ୟାର ଆଶ୍ରୟ ନେବି; ଯେତେବେଳେ କି ତୁମ ପ୍ରେମିକଗଣଙ୍କ ଆତ୍ମାସମୂହ ତୁମ ଦିବ୍ୟ ଉପସ୍ଥିତି ଠାରୁ ବହୁ ଦୂରର୍ବୀ ହୋଇ ରହିଥିବାରୁ ସେମାନେ ବ୍ୟାକୁଳ ଅଟନ୍ତି ? ହେ ମୋର ପ୍ରଭୁ, ମୋର ଆତ୍ମସା ! ମୋର ସମଗ୍ର ଅସ୍ତିତ୍ୱକୁ ତୁମର ସାମର୍ଥ୍ୟ ତଥା ତୁମ ସୁରକ୍ଷାର ଦକ୍ଷିଣ ହସ୍ତରେ ମୁଁ ସମର୍ପଣ କରିଛି ଏବଂ ତୁମର କ୍ଷମତା ମାଧ୍ୟମରେ ମୋର ମସ୍ତକକୁ ମୋ ତକିଆ ଉପରେ ଶାୟିତ କରୁଛି । ତୁମର ଇଚ୍ଛା ତଥା ତୁମର ସୁପ୍ରସନ୍ନତା ଅନୁଯାୟୀ ଏହାକୁ ଜାଗ୍ରତ କରାଅ । ସତ୍ୟତଃ, ତୁମେ ହେଉଛ ଦିବ୍ୟ ସଂରକ୍ଷକ, ପରମ ରକ୍ଷାର୍କା, ସର୍ବଶକ୍ତିମାନ୍, ପରମ କ୍ଷମତାବାନ୍ । 

ତୁମ ସାମର୍ଥ୍ୟର ଦ୍ୱାହି ! ନିଦ୍ରିତ ଅବସ୍ଥାରେ ହେଉ ଅଥବା ଜାଗ୍ରତ ଅବସ୍ଥାରେ ହେଉ, ତୁମେ ଯାହା ଆକାଙ୍କ୍ଷା କରିଛ ତାହା ବ୍ୟତୀତ ମୁଁ ଅନ୍ୟ କିଛି ମାଗୁନାହିଁ । ମୁଁ ତୁମର ଜଣେ ସେବକ ଏବଂ ତୁମ ହସ୍ତ ଅଧିନରେ ରହିଅଛି । ତୁମ ସୁପ୍ରସନ୍ନତାର ସୁରଭିକୁ ଯାହା ବିସ୍ତାର କରିପାରିବ, ତାହା କରିବାକୁ ମୋତେ କୃପାପୂର୍ବକ ସହାୟତା ପ୍ରଦାନ କର । ସତ୍ୟତଃ, ଏହା ହେଉଛି ମୋର ଆଶା ଏବଂ ସେହିମାନଙ୍କର ମଧ୍ୟ ପ୍ରତ୍ୟାଶା, ଯେଉଁମାନେ କି ତୁମର ସମୀପର୍ବୀ ହେବା ପାଇଁ ଆନନ୍ଦ ଉପଭୋଗ କରିଥାନ୍ତି । ତୁମର ପ୍ରଶଂସାଗାନ ହେଉ, ହେ ସକଳ ଜଗତର ପ୍ରଭୁ !

-Bahá'u'lláh
-----------------------

ରାତ୍ରି (#15576)

ହେ ମୋର ଈଶ୍ୱର, ମୋର ମାଲିକ, ମୋର ଆକାଙ୍କ୍ଷାର ପରମ ଲକ୍ଷ୍ୟ ! ତୁମର ଏହି ସେବକ ତୁମ ପ୍ରଯତ୍ନ ଓ ସୁରକ୍ଷା ନିମି ବିନୀତ ପ୍ରାର୍ଥନା କରି ତୁମ କରୁଣାର ଆଶ୍ରୟରେ ଶୟନ ଓ ତୁମ ଅନୁଗ୍ରହର ଛତ୍ରଛାୟା ତଳେ ବିଶ୍ରାମ କରିବା ନିମି ଅଭିଳାଷ କରୁଛି । 

ହେ ମୋର ପ୍ରଭୁ ! ତୁମ ବିନିଦ୍ର ନୟନ ଦ୍ୱାରା ମୋର ନେତ୍ରକୁ ତୁମ ବ୍ୟତୀତ ଅନ୍ୟ କାହାକୁ ଦର୍ଶନ ନ କରିବା ନିମି ସତର୍କତାର ସହ ଦୃଷ୍ଟି ରଖିବାକୁ ମୁଁ ଅନୁରୋଧ କରୁଛି । ସେହି ନେତ୍ରର ଦୃଷ୍ଟିଶକ୍ତିକୁ ଶକ୍ତିଶାଳୀ କର । ଯାହାଫଳରେ ଏହା ତୁମର ପ୍ରତୀକଗୁଡ଼ିକୁ ଅବଲୋକନ କରିପାରିବ ଏବଂ ତୁମ ଦିବ୍ୟ ପ୍ରକାଶର ଦିଗନ୍ତକୁ ଦର୍ଶନ କରିପାରିବ । ତୁମ ଅନନ୍ତ ଶକ୍ତିର ପ୍ରକାଶ ସ୧ୁଖରେ ସାମର୍ଥ୍ୟର ବିଶୁଦ୍ଧ ନିର୍ଯ୍ୟାସ ମଧ୍ୟ ଦୋଦୁଲ୍ୟମାନ ହୋଇଯାଇଛି । 

ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମେ ହିଁ ସର୍ବଶକ୍ତିମାନ୍, ସର୍ବ-ବଶକାରୀ, ନିଃର୍ସ ।

-Bahá'u'lláh
-----------------------

ରାତ୍ରି (#15577)

*ହେ ସତ୍ୟାନ୍ୱେଷଣକାରୀ ! ତୁମେ ଯଦି ଚାହଁ ଯେ ଈଶ୍ୱର ତୁମର ଦିବ୍ୟ ଚକ୍ଷୁ ଉନ୍ମୋଚନ କରିବେ, ତାହାହେଲେ ମଧ୍ୟ-ରାତ୍ରିରେ ଈଶ୍ୱରଙ୍କଠାରେ ତୁମକୁ ନିମ୍ନଲିଖିତ ଅନୁନୟ କରିବାକୁ ହେବ, ପ୍ରାର୍ଥନା କରିବାକୁ ହେବ ଏବଂ ତାଙ୍କ ସହିତ ଆଳାପ କରିବାକୁ ହେବ । 

ହେ ପ୍ରଭୁ ! ମୁଁ ତୁମ୍ଭର ଏକତ୍ୱର ରାଜ୍ୟ ପ୍ରତି ଉନ୍ମୁଖ ହୋଇଛି ଏବଂ ତୁମ୍ଭ କରୁଣା ସାଗରରେ ନିମଜ୍ଜିତ ହୋଇଛି । ହେ ପ୍ରଭୁ ! ଏହି ଅନ୍ଧକାର ରାତ୍ରରେ ତୁମ୍ଭର ଆଲୋକ ପ୍ରଦର୍ଶନ କରି ମୋ ଦୃଷ୍ଟିଶକ୍ତିକୁ ପ୍ରଜ୍ଜ୍ୱଳିତ କର ଏବଂ ଏହି କିଂଭୂତ ଯୁଗରେ ତୁମ୍ଭ ପ୍ରେମସୁରାରେ ମୋତେ ସୁଖୀ କର । ହେ ପ୍ରଭୁ ! ତୁମର ଆହ୍ୱାନ ଶୁଣିବା ପାଇଁ ମୋତେ ସମର୍ଥ କର ଏବଂ ମୋ ସ୧ୁଖରେ ତୁମ୍ଭର ସ୍ୱର୍ଗଦ୍ୱାର ଉନ୍ମୋଚନ କର । ତାହାହେଲେ ମୁଁ ତୁମ୍ଭ ଦିବ୍ୟ ଜ୍ୟୋତିସ ନ୍ଦର୍ଶନ କରିପାରିବି ଏବଂ ତୁମ୍ଭ ଦିବ୍ୟ ସୌନ୍ଦର୍ଯ୍ୟରେ ସେ୧ାହିତ ହୋଇପାରିବି । 

ବାସ୍ତବରେ, ତୁମେ ହିଁ ଏକମାତ୍ର ଦାନୀ, ଉଦାର, ଦୟାଶୀଳ ତଥା କ୍ଷମାଶୀଳ ।

-`Abdu'l-Bahá
-----------------------

