ଯାତ୍ରା (#15572)

ଈଶ୍ୱରଙ୍କଠାରେ ଭରସା ରଖି ଏବଂ ପରମ ପ୍ରଭୁଙ୍କ ପ୍ରେମରେ ନିଜକୁ ଆଚ୍ଛାଦିତ କରି ଯାତ୍ରାରମ୍ଭ କରିବା ସର୍ବୋମ ପନ୍ଥା ଅଟେ ।

-Bahá'u'lláh
-----------------------

ଯାତ୍ରା (#15573)

ହେ ଈଶ୍ୱର, ମୋର ପରମେଶ୍ୱର ! ତୁମ୍ଭ ପ୍ରେମରଜ୍ଜୁ ଦୃଢ଼ ଭାବେ ଧାରଣ କରି ଏବଂ ତୁମ ଯତ୍ନ ଓ ରକ୍ଷଣାବେକ୍ଷଣ ଉପରେ ସଂର୍ପୂ ନିର୍ଭର କରି ମୁଁ ମୋର ଗୃହରୁ ଯାତ୍ରାରମ୍ଭ କରିଛି । ମୁଁ ତୁମ୍ଭଙ୍କୁ ତୁମ୍ଭର ଏହି କ୍ଷମତା ମାଧ୍ୟମରେ ଆବାହନ କରୁଛି, ଯାହା ବଳରେ ତୁମ୍ଭେ ତୁମ୍ଭଠାରୁ ଦୂରେଇ ଯାଇଥିବା ଯଥେଚ୍ଛାଚାରୀ ଏବଂ ଅଶିଷ୍ଟମାନଙ୍କର କବଳରୁ ତଥାଚ ପ୍ରତ୍ୟେକ ଦୁର୍ବିନୀତ ଅତ୍ୟାଚାରୀ ଓ ଦୁଷ୍ଟମାନଙ୍କଠାରୁ ତୁମ୍ଭର ପ୍ରିୟଜନମାନଙ୍କୁ ରକ୍ଷାକର ଏବଂ ତୁମ୍ଭ ବଦାନ୍ୟତା ଏବଂ ଉଦାରତା ବଳରେ ମୋତେ ନିରାପଦ ରଖ । ତେଣୁ ତୁମ୍ଭ ଶକ୍ତି ଓ କ୍ଷମତା ବଳରେ ନିର୍ଭର କରାଇ ଗୃହ ପ୍ରତ୍ୟାର୍ବନରେ ମୋତେ ସମର୍ଥ     କର । ତୁମ୍ଭେ ହିଁ ପ୍ରକୃତ ସର୍ବଶକ୍ତିମାନ୍, ଅସହାୟର ସହାୟ ତଥା ସ୍ୱୟଂପାଳକ ।

-Bahá'u'lláh
-----------------------

ଯାତ୍ରା (#15574)

ହେ ମୋର ଈଶ୍ୱର ! ତୁମ କରୁଣାରୁ ମୁଁ ଏହି ପ୍ରଭାତ ସମୟରେ ଜାଗ୍ରତ ହୋଇଛି । ତୁମ ଉପରେ ସଂର୍ପୂ ଭରସା ରଖି ଓ ନିଜକୁ ତୁମ ପ୍ରଯତ୍ନରେ ସମର୍ପଣ କରି, ମୁଁ ମୋର ଗୃହ ତ୍ୟାଗ କରିଛି । ତେଣୁ ତୁମ କରୁଣାର ସ୍ୱର୍ଗରୁ ମୋ ପାଇଁ ତୁମ ତରଫରୁ ଏକ ସୁଆଶିଷ ପ୍ରେରଣ କର ଏବଂ ତୁମ ଉପରେ ଦୃଢ଼ ଚିନ୍ତା ନିବିଷ୍ଟ କରି ତୁମ ସୁରକ୍ଷା ମଧ୍ୟରେ ଯାତ୍ରାରମ୍ଭ କରିବା ନିମି ଯେପରି ସାମର୍ଥ୍ୟ ପ୍ରଦାନ କରିଛ, ସେହିପରି ନିରାପଦରେ ଗୃହ ପ୍ରତ୍ୟାର୍ବନ ନିମି ମୋତେ ସମର୍ଥ କର । 

ତୁମ ବ୍ୟତୀତ ଅନ୍ୟ କୌଣସି ଈଶ୍ୱର ନାହାଁନ୍ତି, ତୁମେ ହିଁ ଅଦ୍ୱିତୀୟ, ଅତୁଳନୀୟ, ସର୍ବଜ୍ଞାତା ଓ ସର୍ବବିଜ୍ଞ ।

-Bahá'u'lláh
-----------------------

