ମାନବଜାତି (#15568)

ସ୍ୱୟଂ ଯାହାଙ୍କୁ ମୁଁ ଉପାସନା ଓ ଆରାଧନା କରେ, ହେ ମୋର ଭଗବାନ୍ ! ସ୍ୱୟଂ ତୁମର ଐକ୍ୟ ତଥା ଅଦ୍ୱିତୀୟତ୍ୱ ଉପରେ ମୁଁ ସାକ୍ଷ୍ୟ ପ୍ରଦାନ କରୁଛି ଏବଂ ଉଭୟ ଅତୀତ ତଥା ର୍ବମାନର ତୁମ ଉପହାର ସମୂହକୁ ପ୍ରାପ୍ତ ହୋଇଛି । ତୁମେ ହିଁ ସର୍ବକରୁଣାମୟ ! ସ୍ୱୟଂ ଯାହାଙ୍କ କରୁଣାର ଉଚ୍ଛ୍ୱସିତ ବାରିଧାରା ଉଚ୍ଚ ଓ ନୀଚ୍ଚ ଲୋକମାନଙ୍କ ଉପରେ ବର୍ଷିତ ହୋଇଛି ଏବଂ ସ୍ୱୟଂ ଯାହାଙ୍କ ବଦାନ୍ୟତାର ଦୀପ୍ତି ଉଭୟ ଆଜ୍ଞାନୁର୍ବୀ ଏବଂ ବିଦ୍ରୋହୀ ଉପରେ ବିଚ୍ଛୁରିତ ହୋଇଛି । 

ହେ କୃପାମୟ ଭଗବାନ୍ ! ସ୍ୱୟଂ ଯାହାଙ୍କ ଦ୍ୱାରାଦେଶରେ କରୁଣାର ବିଶୁଦ୍ଧ ନିର୍ଯ୍ୟାସ ନତମସ୍ତକ ହୋଇଛି ଏବଂ ସ୍ୱୟଂ ଯାହାଙ୍କ ଧର୍ମର ପବିତ୍ର ପରିସର ଚର୍ତୁିଗରେ ପ୍ରେମର୍ପୂ ଦୟା ଏହାର ଅନ୍ତରତମ ଆତ୍ମସାରେ ଘେରି ରହିଛି, ତୁମର ପ୍ରାଚୀନ କରୁଣା ପ୍ରତି ଅନୁନୟ କରି ଏବଂ ର୍ବମାନର ତୁମ ଅନୁଗ୍ରହକୁ ଅନୁସନ୍ଧନା କରି, ଆମ୍ଭେ ସ୍ୱୟଂ ତୁମ୍ଭଙ୍କୁ ପ୍ରାର୍ଥନା କରୁଅଛୁ । ଯ୍ୱାରା ତୁମେ ଜୀବଜଗତର ପ୍ରକାଶମାନ ସକଳ ପ୍ରାଣୀଙ୍କ ଉପରେ ତୁମର କରୁଣା     ପ୍ରଦାନ କରିବ ଏବଂ ତୁମର ଦିବସଗୁଡ଼ିକରେ ତୁମ ଅନୁକମ୍ପାର ଉଚ୍ଛ୍ୱସିତ ବାରିଧାରାରୁ ବôତ କରିବ ନାହିଁ । 

ସମସ୍ତେ ଦରିଦ୍ର ଏବଂ ଅଭାବଗ୍ରସ୍ତ । କିନ୍ତୁ, ବାସ୍ତବିକ, ତୁମେ ହେଉଛ ସର୍ବାଧିକାରୀ, ସର୍ବଦମନକାରୀ, ସର୍ବକ୍ଷମତାପନ୍ନ ।

-Bahá'u'lláh
-----------------------

ମାନବଜାତି (#15569)

ହେ ତୁମେ ଦୟାମୟ ପ୍ରଭୁ ! ତୁମେ ସ୍ୱୟଂ ଯିଏ ହେଉଛ କରୁଣାମୟ ଓ ସୁଦକ୍ଷ ! ତୁମ ଅନୁଗ୍ରହର ଛତ୍ରଛାୟା ତଳେ ଆଶ୍ରିତ ଆମ୍ଭେମାନେ ତୁମର ସେବକ ଅଟୁ । ତୁମ ଅନୁକମ୍ପାର ଝଲକ ଆମ୍ଭମାନଙ୍କ ଉପରେ ନିକ୍ଷେପ କର । ଆମର ଚକ୍ଷୁକୁ ଆଲୋକ ପ୍ରଦାନ କର, ଆମର ର୍କକୁ ଶ୍ରବଣ କରିବା ଶକ୍ତିଦିଅ ଏବଂ ଆମର ହୃଦୟକୁ ବୋଧଗମ୍ୟ ଓ ପ୍ରେମ ପ୍ରଦାନ କର । ଆମର ଆତ୍ମାକୁ ତୁମର ଶୁଭ ସମାଚାର ଦ୍ୱାରା ଆନନ୍ଦ ଏବଂ ପ୍ରଫୁଲ୍ଲିତ କର । ହେ ପ୍ରଭୁ ! ତୁମ ସାମ୍ରାଜ୍ୟ ପଥରେ ଆମ୍ଭମାନଙ୍କୁ ଦିଗ୍ଦର୍ଶନ ଦିଅ ଏବଂ ପବିତ୍ରାତ୍ମାଙ୍କ ପ୍ରଶ୍ୱାସରେ ଆମ୍ଭ ସମସ୍ତଙ୍କୁ ପୁନର୍ଜୀବିତ କର । ଆମ୍ଭମାନଙ୍କୁ ଶାଶ୍ୱତ ଜୀବନ ପ୍ରଦାନ କର ଏବଂ ଅନନ୍ତ ସ୧ାନ ଆମକୁ     ଅର୍ପଣ କର । ମାନବ ଜାତିକୁ ଏକତ୍ରିତ କର ତଥା ମାନବ ଜଗତକୁ ଆଲୋକିତ କର, ଯେପରି ଆମ୍ଭେମାନେ ସମସ୍ତେ ତୁମର ମାର୍ଗ ଅନୁସରଣ କରିପାରିବୁ । ତୁମର ସୁ-ପ୍ରସାଦକୁ ଆକାଙ୍କ୍ଷା କରିପାରିବୁ ଏବଂ ତୁମର ଦିବ୍ୟ ସାମ୍ରାଜ୍ୟର ରହସ୍ୟଗୁଡ଼ିକୁ ଅନୁସନ୍ଧନା କରିପାରିବୁ । ହେ ଭଗବାନ୍ ! ଆମ୍ଭମାନଙ୍କୁ ଏକତ୍ରିତ କର ଏବଂ ଆମର ହୃଦୟ ସମୂହକୁ ତୁମର ଅବିଚ୍ଛେଦ୍ୟ ବନ୍ଧନ ଦ୍ୱାରା ସଂଯୁକ୍ତ କର । ବାସ୍ତବିକ୍, ତୁମେ ହେଉଛ ପରମ ଦାତା । ତୁମେ ହେଉଛ ପରମ ଦୟାବାନ୍, ଦିବ୍ୟ ପୁରୁଷ ଏବଂ ତୁମେ ହେଉଛ ସର୍ବଶକ୍ତିଶାଳୀ ।

-`Abdu'l-Bahá
-----------------------

ମାନବଜାତି (#15570)

ହେ ଦୟାମୟ ପ୍ରଭୁ ! ତୁମ୍ଭେ ମାନବଜାତିକୁ ଏକ ଉପାଦାନରୁ ହିଁ ସୃଷ୍ଟି କରିଛ । ସମସ୍ତେ ଏକ ଗୃହର ବାସିନ୍ଦା ହେବେ ବୋଲି ତୁମ୍ଭେ ରାୟ ଦେଇଛ । ତୁମ୍ଭର ପବିତ୍ର ଉପସ୍ଥିତିରେ ସମସ୍ତେ ତୁମ୍ଭର ସେବକ ଏବଂ ସମଗ୍ର ମାନବଜାତି ତୁମ୍ଭର ଶିବିର ତଳେ ଆଶ୍ରିତ, ତୁମ୍ଭର ବଦାନ୍ୟତାର ମେଜ ନିକଟରେ ସମସ୍ତେ ଏକତ୍ରିତ । ତୁମ୍ଭର ବିଧାନର ଆଲୋକରେ ସମସ୍ତେ ଆଲୋକିତ ।     ହେ ଈଶ୍ୱର ! ତୁମ୍ଭେ ସମସ୍ତଙ୍କ ପ୍ରତି ଦୟାଶୀଳ । ତୁମ୍ଭେ ସମସ୍ତଙ୍କ ପାଇଁ ସବୁ ଯୋଗାଇଦେଇଛ । ସମସ୍ତଙ୍କୁ ଆଶ୍ରୟ ଦେଇଛ, ସମସ୍ତଙ୍କୁ ଜୀବନ ଦାନ କରିଛ, ପ୍ରତ୍ୟେକଙ୍କୁ ପ୍ରତିଭା ଏବଂ ପ୍ରଜ୍ଞା ପ୍ରଦାନ କରିଛ । ସମସ୍ତେ ତୁମ୍ଭ କରୁଣା ସାଗରରେ ନିମଜ୍ଜମାନ । 

ହେ ତୁମ୍ଭେ ଦୟାମୟ ପ୍ରଭୁ ! ସମସ୍ତଙ୍କୁ ଏକତ୍ରିତ କର । ସମସ୍ତ ଧର୍ମ ଏକମତ ହୁଅନ୍ତୁ ଏବଂ ସବୁ ରାଷ୍ଟ୍ରକୁ ଏକ ରାଷ୍ଟ୍ରରେ ପରିଣତ କର । ତାହାହେଲେ ସେମାନେ ପରସ୍ପରକୁ ଏକ ପରିବାର ଓ ସମଗ୍ର ବିଶ୍ୱକୁ ଏକ ବାସଗୃହ ପରି ଦେଖିପାରିବେ । ସଂର୍ପୂ ଐକ୍ୟ ଭିତରେ ସମସ୍ତେ ମିଳିମିଶି ବାସ କରନ୍ତୁ । 

ହେ ଈଶ୍ୱର ! ମାନବଜାତିର ଏକତ୍ୱ ପତାକାକୁ ଉୋଳନ କର ।

ହେ ଈଶ୍ୱର ! ସର୍ବମହାନ୍ ଶାନ୍ତି ପ୍ରତିଷ୍ଠା କର ।

ହେ ଈଶ୍ୱର ! ହୃଦୟ ସହ ହୃଦୟକୁ ଏକତ୍ର ଦୃଢ଼ ଭାବେ ବାନ୍ଧି ଦିଅ ।

ହେ ଦୟାମୟ ପିତା, ହେ ଈଶ୍ୱର ! ତୁମ୍ଭର ପ୍ରେମର ସୁଗନ୍ଧିରେ ଆମ୍ଭର ହୃଦୟକୁ ଆହ୍ଲାଦିତ କର । ତୁମ୍ଭର ପଥ ପ୍ରଦର୍ଶନ ଆଲୋକରେ     ଆମ୍ଭର ଚକ୍ଷୁ ପ୍ରଜ୍ଜ୍ୱାଳିତ କର । ତୁମ୍ଭର ମଧୁର ଶବ୍ଦ ମୂର୍ଚ୍ଛନାରେ ଆମ୍ଭର ର୍କ ଆମୋଦିତ କର ଏବଂ ତୁମ୍ଭର ବିଧାନ ଦୁର୍ଗରେ ଆମକୁ ଆଶ୍ରିତ କରି ରଖ । 

ତୁମ୍ଭେ କ୍ଷମତାଶାଳୀ ଏବଂ ଶକ୍ତିଶାଳୀ, ତୁମ୍ଭେ କ୍ଷମାଶୀଳ ଏବଂ ତୁମ୍ଭେ ହିଁ ଏକମାତ୍ର ଯିଏ କି ମନୁଷ୍ୟର ଦୁର୍ବଳତା ପ୍ରତି ଦୃଷ୍ଟିପାତ କରେ ନାହିଁ ।

-`Abdu'l-Bahá
-----------------------

ମାନବଜାତି (#15571)

ହେ ପରମେଶ୍ୱର ! ଆମ୍ଭେମାନେ ଦୁର୍ବଳ; ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କର । ଆମ୍ଭେମାନେ ଦରିଦ୍ର, ଆମ୍ଭମାନଙ୍କୁ ତୁମ୍ଭର ଅପରିମେୟ ସମ୍ପଦ ପ୍ରଦାନ କର । ଆମ୍ଭେମାନେ ପୀଡ଼ିତ, ଆମ୍ଭମାନଙ୍କୁ ତୁମର ସ୍ୱର୍ଗୀୟ ଉପଶମ ମଞ୍ଜୁର କର । ଆମ୍ଭେମାନେ ଶକ୍ତିହୀନ, ଆମ୍ଭମାନଙ୍କୁ ତୁମର ସ୍ୱର୍ଗୀୟଶକ୍ତି ପ୍ରଦାନ କର । ହେ ପ୍ରଭୁ ! ଆମ୍ଭମାନଙ୍କୁ ଏହି ଜଗତରେ କାର୍ଯ୍ୟକ୍ଷମ କରାଅ । ଆମ୍ଭମାନଙ୍କୁ ସ୍ୱାର୍ଥ ଓ ଅଭିଳାଷ ଜଗତରୁ ମୁକ୍ତି ଦିଅ । ହେ ପ୍ରଭୁ ! ଆମ୍ଭମାନଙ୍କୁ ତୁମ ପ୍ରେମରେ ଦୃଢ଼ କର ଏବଂ ସମଗ୍ର ମାନବଜାତିକୁ ଭଲପାଇବାକୁ ଆମ୍ଭମାନଙ୍କର କାରଣ ହୁଅ । ସମଗ୍ର ମାନବଜାତିକୁ ସେବା କରିବାରେ ଆମ୍ଭମାନଙ୍କୁ ଦୃଢ଼     ସ୍ୱୀକୃତି ଦିଅ । ଯାହାଫଳରେ ଆମ୍ଭେମାନେ ତୁମ ସେବକମାନଙ୍କର ସେବା କରିପାରିବୁ, ଯ୍ୱାରା ଆମ୍ଭେମାନେ ତୁମର ସକଳ ପ୍ରାଣୀମାନଙ୍କୁ ଭଲ ପାଇପାରିବୁ ଏବଂ ତୁମର ସକଳ ମଣିଷଜାତି ପ୍ରତି ସହାନୁଭୂତି ସମ୍ପନ୍ନ ହୋଇପାରିବୁ । ହେ ପ୍ରଭୁ ! ତୁମେ ହେଉଛ ସର୍ବଶକ୍ତିଶାଳୀ ! ତୁମେ ହେଉଛ ପରମ କାରୁଣିକ ! ତୁମେ ହେଉଛ ପରମ କ୍ଷମାଶୀଳ ! ତୁମେ ହେଉଛ ସର୍ବଶକ୍ତିମାନ ।

-`Abdu'l-Bahá
-----------------------

