ବିବାହ (#15626)

*ବାହଈ ବିବାହ ହେଉଛି ଦୁଇ ପକ୍ଷ ମଧ୍ୟରେ ଏକତା ତଥା ପାରସ୍ପରିକ ସ୍ନେହରେ ଆବଦ୍ଧ ହେବା । ଯାହାହେଉ ସେମାନେ ଖୁବ୍ ଯତ୍ନବାନ୍ ହେବା ଉଚିତ୍ ଏବଂ ପରସ୍ପରର ଚିରତ୍ର ସମ୍ବନ୍ଧରେ ଅବଗତ ହେବା ଉଚିତ୍ । ଏହି ଶାଶ୍ୱତ ବନ୍ଧନଟିକୁ ଏକ ଦୃଢ଼ ଚୁକ୍ତି ଦ୍ୱାରା ସୁରକ୍ଷିତ ରଖିବା ଉଚିତ୍ ଏବଂ ଏହାର ଉଶ୍ୟେ ସଂହତି, ବନ୍ଧୁତ୍ୱ ଏବଂ ଏକତା ଅଭିବୃଦ୍ଧିର କାରଣ ହେବା ବାନୀୟ, ତଥା ଚିରସ୍ଥାୟୀ ଜୀବନ ଲାଭ କରିବା ହେଉଛି ଏହାର ମୁଖ୍ୟ ଭୂମିକା । 

*- ଆବ୍ଦୋଲ୍-ବାହ

ଆଧ୍ୟାତ୍ମିକ ସଭାଙ୍କ ନିଷ୍ପି କ୍ରମେ ଅନୁ୍ୟନ ଦୁଇ ଜଣ ସାକ୍ଷୀଙ୍କ ଉପସ୍ଥିତିରେ ବର ଏବଂ କନ୍ୟା ପ୍ରତ୍ୟେକ ବ୍ୟକ୍ତିଗତ ଭାବେ ବିବାହ ପ୍ରତିଶ୍ରୁତି ମବଟିକୁ ଉଚ୍ଚାରଣ କରିବେ, ଯାହା ପରମ ପବିତ୍ର ଗ୍ରନ୍ଥ, କିତାବ୍-ଏ-ଆକ୍ଦାସ୍ରେ ଉଲ୍ଲେଖ ଅଛି, ତାହା : 

ସତ୍ୟତଃ, ଆମ୍ଭେମାନେ ସମସ୍ତେ ଈଶ୍ୱରଙ୍କ ଇଚ୍ଛାରେ ଆବଦ୍ଧ ରହିବୁ ।

ସ୍ୱୟଂ ସେ ହେଉଛନ୍ତି ପରମଦାତା, ପରମ ବଦାନ୍ୟ !

ପରମ ପ୍ରାଚୀନ, ସଦାଚିରନ୍ତନ, ଅପରିର୍ବନୀୟ ଓ ସନାତନ ସ୍ୱୟଂ ପରମେଶ୍ୱରଙ୍କର ଜୟ ହେଉ ! ସ୍ୱୟଂ ସେ ଐକାନ୍ତିକ ଏବଂ ଶୀର୍ଷପଦାଧିଷ୍ଠିତ । ସ୍ୱୟଂ ତାଙ୍କ ଏକତ୍ୱକୁ ହୃଦୟଙ୍ଗମ କରି, ତାଙ୍କ ଐକାନ୍ତିକତାକୁ ସ୍ୱୀକାର କରି, ଆମେ ସାକ୍ଷ୍ୟ ପ୍ରଦାନ କରୁଛୁ କି, ବାସ୍ତବିକ, ତାଙ୍କ ବ୍ୟତୀତ ଅନ୍ୟକେହି ଈଶ୍ୱର ନାହାଁନ୍ତି । ତାଙ୍କ ମହାନତାର ଶିଖରରେ ତାଙ୍କ ନିଜ ବ୍ୟତୀତ ଅନ୍ୟ ସମସ୍ତଙ୍କଠାରୁ ର୍ବନାତୀତ ହୋଇ ଏକ ଅନଧିଗମ୍ୟ ଶୀର୍ଷତାରେ ସେ ସର୍ବଦା ଅଧିଷ୍ଠାନ କରନ୍ତି । 

ଯେତେବେଳେ ସେ ପୃଥିବୀକୁ ସୁଶୃଙ୍ଖଳିତ କରିବା ପାଇଁ ଓ ମନୁଷ୍ୟମାନଙ୍କର ହିତ ସାଧନ ପାଇଁ ଦୟା ପ୍ରକାଶ କରିବାକୁ ଇଚ୍ଛା କଲେ ଏବଂ ଯେତେବେଳେ ସାମାଜିକ ପ୍ରଥା, ନିୟମ ପ୍ରଭୃତି ସୃଷ୍ଟି କଲେ, ସେତେବେଳେ ସେ ବିବାହ ନିୟମ ପ୍ରଣୟନ କରି ଏହାକୁ ସୁଖ ଓ ମୋକ୍ଷ ଦୁର୍ଗରେ ପରିଣତ କଲେ । ଚାରିତ୍ରିକ ଶୁଦ୍ଧତାର ସ୍ୱର୍ଗରୁ ପ୍ରେରିତ ତାଙ୍କ ପରମ ପବିତ୍ର ଗ୍ରନ୍ଥରେ ଏହା ପାଳନ କରିବା ପାଇଁ ଆମକୁ ଉପଦେଶ ଦେଲେ । ସେ କହିଛନ୍ତି ମହାନ୍ ଈଶ୍ୱରଙ୍କର ଗୌରବ:     ହେ ଲୋକମାନେ, ବିବାହ ବନ୍ଧନରେ ଆବଦ୍ଧ ହୁଅ, ତୁମଠାରୁ ଯିଏ ସମ୍ଭୁତ ହେବ ସେ ମୋର ସେବକମାନଙ୍କ ମଧ୍ୟରେ ମୋତେ ସ୍ମରଣ କରିବ; ଏହା ତୁମ୍ଭ ପ୍ରତି ମୋ ଆଦେଶମାନଙ୍କ ମଧ୍ୟରେ ଅନ୍ୟତମ, ତୁମ୍ଭେମାନେ ନିଜେ ନିଜେ ଏହାକୁ ତୁମ୍ଭ ପ୍ରତି ଏକ ସହାୟକ ଭାବେ ପାଳନ କର ।

-Bahá'u'lláh
-----------------------

ବିବାହ (#15627)

ହେ ମୋର ଈଶ୍ୱର ! ତୁମର ଜୟ ହେଉ ! ବାସ୍ତବରେ ତୁମର ଏହି ସେବକ ଏବଂ ସେବିକା ତୁମ କରୁଣାର ଛାୟାତଳେ ଏକତ୍ରିତ ହୋଇଛନ୍ତି ଏବଂ ତୁମର ଅନୁଗ୍ରହ ଓ ବଦାନ୍ୟତା ମାଧ୍ୟମରେ ମିଳିତ ହୋଇଛନ୍ତି । ହେ ପ୍ରଭୁ ! ତୁମ ପୃଥିବୀରେ ଓ ତୁମ ସ୍ୱର୍ଗ ରାଜ୍ୟରେ ସେମାନଙ୍କର ସହାୟ ହୁଅ ଏବଂ ତୁମର ବଦାନ୍ୟତା ଓ କରୁଣା ଦ୍ୱାରା ସମସ୍ତ ମଙ୍ଗଳ ସେମାନଙ୍କ ପାଇଁ ବିଧାନ କର । ହେ ପ୍ରଭୁ ! ସେମାନଙ୍କୁ ତୁମ ପ୍ରତି ବିଶ୍ୱସ୍ଥ ହେବାରେ ଦୃଢ଼ କର ଓ ତୁମ ସେବା କାର୍ଯ୍ୟରେ ସେମାନଙ୍କୁ ସାହାଯ୍ୟ କର । ତୁମ ପୃଥିବୀରେ ତୁମ ନାମରେ ପ୍ରତୀକ ହେବା ପାଇଁ ସେମାନଙ୍କୁ ଯୋଗ୍ୟ କରାଅ ଏବଂ ଇହଲୋକ ତଥା ଆଗାମୀ ଲୋକରେ ତୁମର ଯେଉଁ ଅସରନ୍ତି ଅବଦାନ ରହିଛି, ତାହାଦ୍ୱାରା ସେମାନଙ୍କୁ ରକ୍ଷା କର । ହେ ପ୍ରଭୁ ! ସେମାନେ ତୁମ     କରୁଣାର ସାମ୍ରାଜ୍ୟ ଅଭିମୁଖେ ଅନୁନୟ କରୁଛନ୍ତି ଓ ତୁମ ଏକତ୍ୱର ସାମ୍ରାଜ୍ୟ ପ୍ରତି ପ୍ରାର୍ଥନା କରୁଛନ୍ତି । ସତ୍ୟତଃ, ସେମାନେ ତୁମର ଆଦେଶ ପାଳନ କରି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଅନ୍ତିମ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ସମନ୍ୱୟ ଓ ଏକତାର ପ୍ରତୀକ ହେବାରେ ତୁମେ ସହାୟ ହୁଅ । ବାସ୍ତବିକ୍, ତୁମେ ହେଉଛ ସର୍ବଶକ୍ତିମାନ୍, ସର୍ବବ୍ୟାପୀ ଓ ମହାଶକ୍ତିଶାଳୀ ।

-`Abdu'l-Bahá
-----------------------

ବିବାହ (#15628)

ସ୍ୱୟଂ ସେ ହେଉଛନ୍ତି ଭଗବାନ୍ !

ହେ ଅନୁପମ ପ୍ରଭୁ ! ତୁମର ସର୍ବଶକ୍ତିସମ୍ପନ୍ନ ବିଜ୍ଞତା ମାଧ୍ୟମରେ ଲୋକମାନଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ତୁମେ ରାୟ ଦେଇଛ, ଯାହାଫଳରେ ଏହି ଅନି୧⁄୨ିତ ପୃଥିବୀରେ ମନୁଷ୍ୟର ବଂଶ- ପରମ୍ପରା ଗୋଟିଏ ପରେ ଗୋଟିଏ ପ୍ରତିଷ୍ଠିତ ହୋଇପାରିବ ଏବଂ ପୃଥିବୀ ତିଷ୍ଠି ରହିଥିବା ପର୍ଯ୍ୟନ୍ତ ତୁମ ଏକତ୍ୱର ଦ୍ୱାରଦେଶରେ ସେମାନେ ସେବା, ଉପାସନା, ସ୧ାନ, ଆରାଧନା ଓ ପ୍ରଶଂସାରେ ନିଜ ନିଜକୁ ବ୍ୟସ୍ତ ରଖିବେ । ଆତ୍ମା ତଥା ମନୁଷ୍ୟକୁ ମାତ୍ର ଏଇଥିପାଇଁ ମୁଁ ସୃଷ୍ଟି କରିନାହିଁ ଯେ, ସେମାନେ କେବଳ ମୋର ଉପାସନା କରିବେ ।     ତେଣୁ ତୁମ ପ୍ରେମନୀଡ଼ସ୍ଥ ଏହି ଦୁଇଟି ପକ୍ଷୀଙ୍କୁ ତୁମ କରୁଣାର ସ୍ୱର୍ଗରେ ବିବାହ କରାଅ ଏବଂ ସେମାନଙ୍କୁ ଚିରନ୍ତନ ଅନୁଗ୍ରହ ଆକର୍ଷଣ କରିବା ପାଇଁ ପାଥେୟ କରାଅ, ଯାହାଫଳରେ ପ୍ରେମର ଏହି ଦୁଇ ସାଗରର ମିଳନ ମଧ୍ୟରୁ କୋମଳତାର ଏକ ଢେଉ ସମ୍ଭୂତ ହେଉ ଏବଂ ଜୀବନର ବେଳାଭୂମିରେ ଉମ ଓ ମହତ୍ ସନ୍ତାନ ରୂପକ ମୁକ୍ତା ନିକ୍ଷେପ କରୁ । ସ୍ୱୟଂ ସେ ଦୁଇଟି ସାଗରକୁ ଉନ୍ମୁକ୍ତ ରଖିଛନ୍ତି, ଯ୍ୱାରା ସେମାନେ ପରସ୍ପରକୁ ସାକ୍ଷାତ କରିପାରିବେ : ସେମାନଙ୍କ ମଧ୍ୟରେ ଏକ ପ୍ରତିବନ୍ଧକ ଅଛି, ଯାହାକୁ କି ସେମାନେ ଅତିକ୍ରମ କରିନାହାନ୍ତି । ତାହାହେଲେ ପ୍ରଭୁଙ୍କର କେଉଁ ବଦାନ୍ୟତାକୁ ତୁମେ ଅସ୍ୱୀକାର କରିବ? ପ୍ରତ୍ୟେକଙ୍କ ମଧ୍ୟରୁ ସେ ବୃହର ତଥା କ୍ଷୁଦ୍ରତର ମୁକ୍ତା ଆନୟନ କରନ୍ତି । 

ହେ ସ୍ୱୟଂ ତୁମେ ଦୟାମୟ ପ୍ରଭୁ ! ଏହି ବିବାହଟିକୁ ଏଭଳି ଅନୁଷ୍ଠିତ କରାଅ, ଯେପରି ପ୍ରବାଳ ଓ ମୁକ୍ତାର ଆନୟନ ହେବ ।  ବାସ୍ତବରେ ତୁମେ ହେଉଛ ସର୍ବଶକ୍ତିମାନ୍, ସର୍ବମହାନ୍, ଚିର- କ୍ଷମାଶୀଳ ।

-`Abdu'l-Bahá
-----------------------

