ପ୍ରଶିକ୍ଷଣ (#15554)

ହେ ମୋର ପ୍ରଭୁ, ହେ ମୋର ମାଲିକ ! ହେ ମୋର ପରମ ଆକାଙ୍କ୍ଷିତ ଦିବ୍ୟ ପୁରୁଷ ଏବଂ ମୋର ଶ୍ରେଷ୍ଠ ପି୍ରୟତମ ! ହେ ସ୍ୱୟଂ ତୁମେ ଯିଏ ହେଉଛ ସକଳ ସ୍ୱର୍ଗ ଓ ର୍ମ୍ୟରେ ବାସ କରୁଥିବା ସମସ୍ତଙ୍କର ପ୍ରିୟତମ ! ମୁଁ ତୁମକୁ ପ୍ରାର୍ଥନା କରୁଛି ଯେ, ତୁମ କରୁଣାର ମହାସାଗର ଓ ତୁମ ସ୍ୱର୍ଗୀୟ କୃପାର ସୂର୍ଯ୍ୟଙ୍କଠାରୁ ଅନୁମତି ଦିଅ ଯେ, ତୁମର ଧର୍ମ ଓ ପ୍ରେମ ନିମନ୍ତେ ମୁଁ ଅସଂଖ୍ୟବାର ନିନ୍ଦିତ ହୋଇପାରେ, କିନ୍ତୁ ତୁମର ଏହି ମଧୁରବାଣୀ ଶ୍ରବଣ କରିବାରେ ମୋର ର୍କଦ୍ୱୟ ଥରେ ମାତ୍ର ଆଶିଷ ପ୍ରାପ୍ତ ହେଉ : ସତ୍ୟତଃ, ତୁମେ ହେଉଛ ବାହଙ୍କ ଜନଗଣଙ୍କ ମଧ୍ୟରେ ଅନ୍ୟତମ ।

-Bahá'u'lláh
-----------------------

ପ୍ରଶିକ୍ଷଣ (#15555)

ହେ ମୋର ପରମେଶ୍ୱର ! ତୁମର ନାମ ମହିମାନ୍ୱିତ ହେଉ । କାରଣ, ତୁମେ ସେହି ମହାନ୍ ଯୁଗଟିକୁ ପ୍ରକାଶ କରିଛ, ଯେଉଁ ଯୁଗଟି     ସକଳ ଯୁଗର ସମ୍ରାଟ ଅଟେ । ଯେଉଁ ଯୁଗଟି ବିଷୟରେ ତୁମ୍ଭର ସର୍ବୋକ୍ରୃଷ୍ଟ ଫଳକଲିପି ମଧ୍ୟରେ ତୁମର ମହିମାନ୍ୱିତ ବ୍ୟକ୍ତିଗଣଙ୍କ ପ୍ରତି ତୁମ ପରିପ୍ରକାଶଗଣ ଘୋଷଣା କରିଥିଲେ । ଯେଉଁ ଯୁଗରେ କି ତୁମେ ସକଳ ବସ୍ତୁ ଉପରେ ତୁମର ସମସ୍ତ ନାମର ସୌରଭଦୀପ୍ତିକୁ ବିଚ୍ଛୁରିତ କରିଥିଲ । ସେହି ବ୍ୟକ୍ତି ହିଁ ମହାନ୍, ଯେଉଁ ବ୍ୟକ୍ତି ତୁମ ପ୍ରତି ଅଭିମୁଖୀ ହୋଇଅଛି । ତୁମର ଉପସ୍ଥିତି ନିକଟରେ ପ୍ରବେଶ କରିଅଛି । 

ହେ ମୋର ପ୍ରଭୁ ! ସ୍ୱୟଂ ଯାହାଙ୍କ ଚତୁଃପାଶ୍ୱର୍ରେ ତୁମ ନାମାବଳୀ ସାମ୍ରାଜ୍ୟରେ ଆରାଧନା ନିମି ପରିକ୍ରମା କରିଛି, ସ୍ୱୟଂ ତାଙ୍କ ନାମରେ ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି, ତୁମେ ତୁମର ପ୍ରିୟଜନମାନଙ୍କୁ ଦୟାପରବଶ ହୋଇ ସହାୟତା ପ୍ରଦାନ କର । ଯେଉଁମାନେ ତୁମର ସବେକଗଣଙ୍କ ମଧ୍ୟରେ ତୁମ ବାଣୀର ମହିମା ଗାନ କରୁଛନ୍ତି ଏବଂ ଦୂରଦୂରାନ୍ତରେ ତୁମ ପ୍ରାଣୀମାନଙ୍କ ମଧ୍ୟରେ ତୁମର ଯଶଗାନ କରୁଛନ୍ତି । ଯ୍ୱାରା ତୁମ ପୃଥିବୀର ସମସ୍ତ ଅଧିବାସୀଗଣଙ୍କ ଆତ୍ମାସମୂହକୁ ତୁମ ଧର୍ମ ପ୍ରକାଶର ମହା ଆନନ୍ଦରୋଳରେ ପରିର୍ପୂ କରିଦେଇ ପାରିବ । 

ହେ ମୋର ପ୍ରଭୁ ! ତୁମ ଅନୁଗ୍ରହର ଜୀବିତ ଜଳରାଶି ଆଡ଼କୁ ଯେହେତୁ ତୁମ ସେମାନଙ୍କୁ ମାର୍ଗ ପ୍ରଦର୍ଶନ କରିଛ ତୁମ ଉଦାହରତା ସହିତ ସେମାନଙ୍କୁ ଏପରି ଆଶୀର୍ବାଦ ଦିଅ, ଯ୍ୱାରା ସେମାନେ ତୁମଠାରୁ ବôତ ହେବେ ନାହିଁ ଏବଂ ଯେହେତୁ ତୁମର ସିଂହାସନର ଆବାସ ଆଡ଼କୁ ଆହ୍ୱାନ କରିଛ, ତୁମ ସ୍ନେହର୍ପୂ ଦୟା ମାଧ୍ୟମରେ ସେମାନଙ୍କୁ ତୁମ ଉପସ୍ଥିତି ଠାରୁ ଦୂରେଇ ଦିଅ ନାହିଁ । ଯାହା ତୁମ ବ୍ୟତୀତ ଅନ୍ୟ ସବୁଥିରୁ ସେମାନେ ସଂର୍ପୂ ଅନାସକ୍ତ ହୋଇ ରହିପାରିବେ, ତାହା ସେମାନଙ୍କ ପ୍ରତି ପ୍ରେରଣ କର ଏବଂ ତୁମ ସାନ୍ନିଧ୍ୟର ପରିବେଶ ମଧ୍ୟରେ ଅତୁ୍ୟଚ୍ଚରେ ଉଡ଼ିବା ପାଇଁ ସେମାନଙ୍କୁ ଏପରି ସମର୍ଥ କରାଅ ଯେ, ଯାହାଦ୍ୱାରା କି ଅତ୍ୟାଚାରୀର ପ୍ରତାରଣା କିମ୍ବା ଯେଉଁମାନେ ସ୍ୱୟଂ ତୁମର ପରମ ମହାନତା ଓ ପରମ ଶକ୍ତିଶାଳୀ ସ୍ୱୟଂ ପରମାତ୍ମାଙ୍କ ଠାରେ ଅବିଶ୍ୱାସ କରିଛନ୍ତି, ସେହିମାନଙ୍କ କୁମବଣା ଯେପରି ସେମାନଙ୍କୁ ତୁମଠାରୁ ଦୂରେଇ ଦେବା ପାଇଁ ସମର୍ଥ ହେବନାହିଁ ।

-Bahá'u'lláh
-----------------------

ପ୍ରଶିକ୍ଷଣ (#15556)

ହେ ଅତୁଳନୀୟ ପରମାତ୍ମା ! ହେ ତୁମେ ଦିବ୍ୟ ସାମ୍ରାଜ୍ୟର ଅଧିପତି ! ଏହି ଆତ୍ମାଗଣ ତୁମର ଦିବ୍ୟ ସେନା ଅଟନ୍ତି । ସେମାନଙ୍କୁ ସହାୟ ହୁଅ ଏବଂ ତୁମ୍ଭର ସର୍ବୋଚ୍ଚତମ ସମାବେଶ ବାହିନୀ ସାହାଯ୍ୟରେ ସେମାନଙ୍କୁ ବିଜୟୀ କର । ଯ୍ୱାରା ସେମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ସୈନ୍ୟବାହିନୀ ସଦୃଶ ହେବେ ଏବଂ ଈଶ୍ୱରଙ୍କର ପ୍ରେମ ଓ ଦିବ୍ୟ ପ୍ରଶିକ୍ଷଣର ଆଲୋକ ମାଧ୍ୟମରେ ଏହି ଦେଶ ସମୁଚ୍ଚୟ ଜୟଲାଭ କରିପାରିବେ । 

ହେ ପରମେଶ୍ୱର ! ତୁମ୍ଭେ ସେମାନଙ୍କର ସମର୍ଥକ ତଥା ସହାୟକ ହୁଅ ଏବଂ ବିଜନ ମରୁ-ପ୍ରଦେଶରେ, ପର୍ବତରେ ଉପତ୍ୟକାରେ, ଅରଣ୍ୟରେ, ଅନ୍ତରୀକ୍ଷରେ ତଥା ପାରାବାରରେ ସେମାନଙ୍କର ଅନ୍ତରଙ୍ଗ ବନ୍ଧୁ ହୁଅ, ଯାହାଫଳରେ ସେମାନେ ଦିବ୍ୟ ସାମ୍ରାଜ୍ୟର ଶକ୍ତି ଏବଂ ମହାନ୍ ପବିତ୍ର ଆତ୍ମାମାନଙ୍କ ପ୍ରଚ୍ଛ୍ୱାସରେ ଉଚ୍ଚସ୍ୱର ଉୋଳନ କରିପାରିବେ । 

ସତ୍ୟତଃ, ତୁମେ ହେଉଛ ପରମ କ୍ଷମତାବାନ୍ । ସର୍ବସାମର୍ଥ୍ୟବାନ୍ ଓ ସର୍ବଶକ୍ତିମାନ ଏବଂ ତୁମେ ହିଁ ହେଉଛ ସର୍ବବିଜ୍ଞ, ଦିବ୍ୟସ୍ରୋତା ଓ ଦିବ୍ୟଦ୍ରଷ୍ଟା ।

-`Abdu'l-Bahá
-----------------------

ପ୍ରଶିକ୍ଷଣ (#15557)

ହେ ଈଶ୍ୱର ! ମୋର ପରମେଶ୍ୱର ! ତୁମର ବିଶ୍ୱସ୍ତ ସେବକଗଣଙ୍କୁ ପ୍ରେମର୍ପୂ ଓ କୋମଳ ହୃଦୟ ଧାରଣ କରିବା ପାଇଁ ସହାୟ ହୁଅ । ଊଦ୍ଧ୍ୱର୍ ଲୋକର ଦିବ୍ୟ ସହଚରଗଣଙ୍କ ଠାରୁ ଆସୁଥିବା ପଥ ପ୍ରଦର୍ଶକ ଆଲୋକକୁ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ରରେ ବିଚ୍ଛୁରିତ କରିବା ନିମନ୍ତେ ସେମାନଙ୍କୁ ସାହାଯ୍ୟ କର । ସତ୍ୟତଃ, ତୁମେ ହେଉଛ ମହାବଳବାନ୍, ସାମର୍ଥ୍ୟବାନ୍, ସର୍ବ-ଶକ୍ତିଶାଳୀ, ସର୍ବ ଦୁର୍ଜୟୀ, ସର୍ବପ୍ରଦାତା । ସତ୍ୟତଃ, ତୁମେ ହେଉଛ ପରମ କରୁଣାମୟ, ପରମ ଶାନ୍ତମୟ, ପରମ ସ୍ନିଗ୍ଧ, ପରମ କୃପାଶୀଳ ।

-`Abdu'l-Bahá
-----------------------

ପ୍ରଶିକ୍ଷଣ (#15558)

ହେ ଈଶ୍ୱର ! ହେ ପରମେଶ୍ୱର ! ଏହା ଏକ ଭଗ୍ନ ପକ୍ଷ ବିଶିଷ୍ଟ ପକ୍ଷୀ ଏବଂ ଏହାର ଗତି ଖୁବ୍ ଧୀର । ଏହାକୁ ସାହାଯ୍ୟ କର, ଯାହାଫଳରେ ସେ ସୁଖ-ସମୃଦ୍ଧି ଏବଂ ମୋକ୍ଷର ଶିଖର ପର୍ଯ୍ୟନ୍ତ ଉଡ଼ିପାରିବ ଏବଂ ଆନନ୍ଦମଗ୍ନ ତଥା ସୁଖୀ ହୋଇ ଅସୀମ ଅନ୍ତରୀକ୍ଷର ସର୍ବତ୍ର ନିଜ ମାର୍ଗରେ ଉଡ଼ିପାରିବ । ସମସ୍ତ କ୍ଷେତ୍ରରେ ତୁମ୍ଭର ସର୍ବମହାନ୍ ନାମକୁ ଉଚ୍ଚସ୍ୱରରେ ଗାଇପାରିବ । ଏହି ଆବାହନ ଦ୍ୱାରା ର୍କକୁ ଉଲ୍ଲସିତ କରିପାରିବ ତଥା ମାର୍ଗ ପ୍ରଦର୍ଶନର ଚିହ୍ନକୁ ଦର୍ଶନ କରି ଚକ୍ଷୁର ଜ୍ୟୋତିକୁ ପ୍ରଖର କରିପାରିବ । 

ହେ ନାଥ ! ମୁଁ ଏକାକୀ, ଦୀନହୀନ । ତୁମ୍ଭ ବ୍ୟତୀତ ମୋର ଅନ୍ୟ କେହି ସାହା ନାହିଁ, କେହି ସହାୟକ ନାହିଁ, କେହି ପାଳକ ନାହିଁ । ତୁମ୍ଭର ସେବାରେ ମୋତେ ପ୍ରତିଷ୍ଠିତ କର, ତୁମ୍ଭ ଦିବ୍ୟ ଦୂତମାନଙ୍କ ଦ୍ୱାରା ମୋତେ ସାହାଯ୍ୟ କର, ତୁମ୍ଭ ବାଣୀର ପ୍ରସାର ପାଇଁ ମୋତେ ବିଜୟୀ କର ଏବଂ ମୋତେ ଏପରି ଶକ୍ତି ପ୍ରଦାନ କର, ମୁଁ ଯେପରି ତୁମ ପ୍ରାଣୀମାନଙ୍କ ମଧ୍ୟରେ ତୁମ୍ଭର ମହାନ୍ ଜ୍ଞାନ ବ୍ୟାଖ୍ୟା କରିପାରିବି । ବାସ୍ତବରେ, ତୁମ୍ଭେ ଦୀନ ଦରିଦ୍ରମାନଙ୍କର ରକ୍ଷକ ଏବଂ କ୍ଷୁଦ୍ର     ଜନମାନଙ୍କର ରକ୍ଷାର୍କା । ପ୍ରକୃତରେ ତୁମ୍ଭେ ସର୍ବଶକ୍ତିମାନ୍, ମହାବଳବାନ୍ ଏବଂ ସର୍ବସ୍ୱତବ ।

-`Abdu'l-Bahá
-----------------------

ପ୍ରଶିକ୍ଷଣ (#15559)

ହେ ମୋର ପରମେଶ୍ୱର, ତୁମର ବାଣୀକୁ ମହିମାନ୍ୱିତ କରିବା ପାଇଁ, ବୃଥା ଓ ମିଥ୍ୟାକୁ ଖନ କରିବା ପାଇଁ, ସତ୍ୟକୁ ପ୍ରତିଷ୍ଠା କରିବା ପାଇଁ, ଦେଶ ଦେଶାନ୍ତରରେ ତୁମର ପବିତ୍ର ବାଣୀକୁ ପ୍ରସାରିତ କରିବା ପାଇଁ, ତୁମର ସୌରଭକୁ ପ୍ରକାଶ କରିବା ପାଇଁ ଏବଂ ସଦାଚାରୀମାନଙ୍କ ହୃଦୟରେ ତୁମର ପ୍ରଭାତୀ ଆଲୋକକୁ ପ୍ରତୁୃ୍ୟଷରେ ପରିଣତ କରିବା ପାଇଁ ତୁମର ସେବକମାନଙ୍କୁ ତୁମେ ସହାୟତା ପ୍ରଦାନ କର । 

ସତ୍ୟତଃ, ତୁମେ ହିଁ କରୁଣାମୟ, କ୍ଷମାଶୀଳ ।

-`Abdu'l-Bahá
-----------------------

ପ୍ରଶିକ୍ଷଣ (#15560)

ହେ ମୋର ଭଗବାନ୍, ହେ ମୋର ପରମେଶ୍ୱର ! ବାସ୍ତବିକ, ଏହି କ୍ଷୁଦ୍ର ତରୁଟି ଏହାର ଫଳ ଉତ୍ପାଦନ କରିସାରିଛି ଏବଂ ଏହାର ଶାଖା ପ୍ରଶାଖା ଉପରେ ଦାୟମାନ ହୋଇଛି । ସତ୍ୟତଃ, ଏହା କୃଷକମାନଙ୍କୁ ବିସ୍ମିତ କରିଛି ଓ ଈର୍ଷାପରାୟଣମାନଙ୍କୁ ବିଚଳିତ କରିଛି । 

ହେ ପରମେଶ୍ୱର ! ତୁମ କରୁଣାର ବାରିଦ ମଧ୍ୟରୁ ବାରିଧାରା ଦ୍ୱାରା ଏହାକୁ ସେଚିତ କର ଏବଂ ତୁମ ସାମ୍ରାଜ୍ୟରେ ବିରାଟ ପର୍ବତ ସଦୃଶ ମହାନ୍ ଉତ୍ପାଦନକୁ ଅଜାଡ଼ି ଦେବା ନିମି ଏହାର କାରଣ ହୁଅ । ତୁମ ଏକତ୍ୱର ସାମ୍ରାଜ୍ୟ ମଧ୍ୟରୁ ଉଜ୍ଜ୍ୱଳ ରଶ୍ମିଦ୍ୱାରା ହୃଦୟ ସମୂହକୁ ଆଲୋକିତ କର । ତୁମ କରୁଣାର ସଂକେତକୁ ଧାରଣ କରାଇ ଚକ୍ଷୁ ଯୁଗଳକୁ ପ୍ରଜ୍ଜ୍ୱାଳିତ କର ଏବଂ ତୁମ ସ୍ୱର୍ଗୀୟ ଉଦ୍ୟାନରେ ତୁମ ଦୃଢ଼ ସ୍ୱୀକୃତିର ପକ୍ଷୀମାନଙ୍କ ଦ୍ୱାରା ଗାନ କରାଯାଉଥିବା ସୁମଧୁର ସ୍ୱରକୁ ଶ୍ରବଣ କରିବାରେ ର୍କସମୂହକୁ ତୃପ୍ତ କର । ଯ୍ୱାରା ଏହି ଆତ୍ମାଗଣ ତୁମ ମାର୍ଗଦର୍ଶନର ପୁଷ୍କରିଣୀ ଭିତରେ ସନ୍ତରଣ କରୁଥିବା ତୃର୍ଷା ମୀନ ସଦୃଶ ଏବଂ ତୁମ କରୁଣାର ଅରଣ୍ୟ ମଧ୍ୟରେ     ବିଚରଣ କରୁଥିବା ଅନୁସନ୍ଧାନୀ ସିଂହ ସଦୃଶ ହୋଇପାରିବେ । ସତ୍ୟତଃ, ତୁମେ ହେଉଛ ପରମ ଉଦାର, କରୁଣାମୟ, ମହିମାମୟ ଏବଂ ପରମ ପ୍ରଦାୟକ ।

-`Abdu'l-Bahá
-----------------------

