ପ୍ରଭାତ (#15551)

ହେ ମୋର ଈଶ୍ୱର, ତମ ଆଶ୍ରୟରେ ମୁଁ ଜାଗ୍ରତ ହୋଇଛି ଏବଂ ଯିଏ ସେହି ଆଶ୍ରୟ କାମନା କରନ୍ତି, ତାଙ୍କ ପକ୍ଷେ ତବ ସୁରକ୍ଷାର ପବିତ୍ର ସ୍ଥାନ ତଥା ତବ ପ୍ରତିରକ୍ଷାର ଦୁର୍ଗ ମଧ୍ୟରେ ଅଟଳ ରହିବା ବାନୀୟ ଅଟେ । ହେ ମୋର ପ୍ରଭୁ ! ତୁମେ ଯେପରି ମୋର ବାହ୍ୟ ଅସ୍ତିତ୍ୱକୁ ତବାନୁକମ୍ପାର ପ୍ରଭାତୀ ଆଲୋକ ଦ୍ୱାରା ଆଲୋକିତ କରିଛ, ଠିକ୍ ସେହିପରି ମୋର ଅନ୍ତଃକରଣକୁ ତୁମ ଦିବ୍ୟ ପ୍ରକାଶର ପ୍ରଭାତୀ ପ୍ରସ୍ରବଣର ଦୀପ୍ତିରେ ଉଜ୍ଜ୍ୱଳ କରିଦିଅ ।

-Bahá'u'lláh
-----------------------

ପ୍ରଭାତ (#15552)

ହେ ମୋର ଭଗବାନ୍ ଓ ମୋର ମାଲିକ ! ମୁଁ ତୁମର ସେବକ ତଥା ତୁମ ସେବକର ପୁତ୍ର । ଯେତେବେଳେ ତୁମ ଏକତାର ସୂର୍ଯ୍ୟ ତୁମ ଇଚ୍ଛାରେ ଦିବ୍ୟ ପ୍ରଭାତୀ ପ୍ରସ୍ରବଣରୁ ଉଦୟ ହୋଇଛି ଏବଂ ତୁମ ନିଷ୍ପିର ଗ୍ରନ୍ଥରେ ଯାହା ନିର୍ଦ୍ଧାରିତ, ତାହା ଅନୁଯାୟୀ ଏହାର     ଆଲୋକକୁ ସମଗ୍ର ବିଶ୍ୱରେ ବିକରଣ କରିଛି, ସେହି ବ୍ରାହ୍ମ ମୁର୍ହୂରେ ମୁଁ ମୋର ଶଯ୍ୟା ତ୍ୟାଗ କରି ଜାଗ୍ରତ ହୋଇଛି । 

ହେ ମୋର ଈଶ୍ୱର, ତୁମର ସ୍ତୁତିଗାନ ହେଉ, କାରଣ ଆମ୍ଭେମାନେ ତୁମ ଜ୍ଞାନାଲୋକର ଜ୍ୟୋତି ପ୍ରତି ଜାଗ୍ରତ ରହିଛୁ । ହେ ମୋର ପ୍ରଭୁ, ଯାହା ଆମ୍ଭମାନଙ୍କୁ କେବଳ ତୁମ ବ୍ୟତୀତ ଅନ୍ୟ ସମସ୍ତଙ୍କଠାରୁ ଅସଂଳଗ୍ନ ରିହବା ପାଇଁ ସମର୍ଥ କରିପାରିବ ଏବଂ ତୁମ ବ୍ୟତୀତ ଅନ୍ୟ ସମସ୍ତ ଆସକ୍ତିଠାରୁ ଅବ୍ୟାହତି ଦେଇପାରିବ, ତାହା ଆମ୍ଭମାନଙ୍କ ପାଇଁ ପ୍ରେରଣ କର । ଅଧିକନ୍ତୁ, ମୋ ପାଇଁ, ମୋ ପ୍ରିୟଜନମାନଙ୍କ ପାଇଁ ଓ ପୁରୁଷ ସ୍ତ୍ରୀ ନିର୍ବିଶେଷରେ ମୋର ଜ୍ଞାତିବର୍ଗଙ୍କ ପାଇଁ ଏହି ବିଶ୍ୱ ତଥା ଆଗାମୀ ବିଶ୍ୱର ମଙ୍ଗଳ ଗାଥା ଲେଖିଦିଅ । ହେ ସମଗ୍ର ସୃଷ୍ଟିର ପ୍ରିୟତମ ତଥା ସମଗ୍ର ବିଶ୍ୱର ଆକାଙ୍କ୍ଷା ! ଯେଉଁମାନଙ୍କୁ ତୁମେ ନିନ୍ଦୁକର ପ୍ରତିଫଳନ ଭାବେ ସୃଷ୍ଟି କରିଛ, ଅର୍ଥାତ୍ ଯିଏ ମାନବ ବକ୍ଷସ୍ଥଳରେ କୁମବଣା ଭରିଦିଏ, ସେମାନଙ୍କଠାରୁ ଆମ୍ଭମାନଙ୍କୁ ତୁମର ଅବ୍ୟର୍ଥ ସୁରକ୍ଷା ଦ୍ୱାରା ନିରାପଦରେ ରଖ । ତୁମର ଆନନ୍ଦକୁ ହାସଲ କରିବା ପାଇଁ ତୁମେ ହିଁ କ୍ଷମତାଶାଳୀ । ବାସ୍ତବିକ, ତୁମେ ହିଁ ସର୍ବଶକ୍ତିମାନ୍, ସଂକଟରେ ପରମ ସହାୟ, ସ୍ୱନିର୍ଭର । 

ହେ ପ୍ରଭୁ, ହେ ମୋର ଈଶ୍ୱର ! ଯାହାଙ୍କୁ ତୁମେ ତୁମର ସର୍ବଶ୍ରେଷ୍ଠ ଉପାଧିରେ ଭୂଷିତ କରିଛ ଏବଂ ଯାହାଙ୍କ ଦ୍ୱାରା ତୁମେ ଈଶ୍ୱର- ଅନୁରାଗୀ ଓ ଦୁଷ୍ଟ ମଧ୍ୟରେ ବିଭାଗ କରିଛ, ତାଙ୍କୁ ତୁମେ ଆଶୀର୍ବାଦ କର ଏବଂ ଯାହା ତୁମେ ଭଲପାଅ ଓ ଇଚ୍ଛାକର, ତାହା ସମ୍ପନ୍ନ କରିବା ପାଇଁ ଅନୁକମ୍ପା ପୂର୍ବକ ଆମ୍ଭମାନଙ୍କୁ ସାହାଯ୍ୟ କର । ଅଧିକନ୍ତୁ, ହେ ମୋର ଈଶ୍ୱର ! ଯେଉଁମାନେ ତୁମର ଦିବ୍ୟ ଶବ୍ଦ ଓ ଅକ୍ଷର ଅଟନ୍ତି ତଥା ଯେଉଁମାନେ ତୁମ ପ୍ରତି ଉନ୍ମୁଖ ରହି, ତୁମ ମୁଖ ଅଭିମୁଖୀ ହୋଇ ତୁମର ଆହ୍ୱାନ ଶୁଣୁଛନ୍ତି ସେମାନଙ୍କୁ ଆଶୀର୍ବାଦ କର । 

ସତ୍ୟତଃ, ତୁମେ ସମଗ୍ର ମାନବଜାତିର ପ୍ରଭୁ ତଥା ରାଜା ଏବଂ ସର୍ବାପେକ୍ଷା ଅଧିକ ଶକ୍ତିଶାଳୀ ।

-Bahá'u'lláh
-----------------------

ପ୍ରଭାତ (#15553)

ହେ ମୋର ପରମେଶ୍ୱର ! ମୋର ଶୁପ୍ତ ଅବସ୍ଥାରୁ ତୁମେ ମୋତେ ଜାଗ୍ରତ କରାଇଥିବାରୁ, ମୋର ଅଚେତ ଅବସ୍ଥାରୁ ମୋତେ ସଚେତନ ସ୍ତରକୁ ଆଣିଥିବାରୁ ଏବଂ ମୋର ନିଦ୍ରାରୁ ମୋତେ ଜାଗ୍ରତ     କରିଥିବାରୁ ମୁଁ ତୁମର ପ୍ରଶଂସାଗାନ କରୁଛି । ଏହି ପ୍ରଭାବ ସମୟରେ ମୁଁ ତୁମର ଦିବ୍ୟ ପ୍ରକାଶର ସୂର୍ଯ୍ୟଙ୍କ ପ୍ରଭା ଅଭିମୁଖୀ ମୋର ମୁଖ ଉନ୍ମୁଖ କରି ଜାଗ୍ରତ ହୋଇଛି; ଯାହା ମାଧ୍ୟମରେ ତୁମର ସଂକେତାବଳୀକୁ ସ୍ୱୀକାର କରି, ତୁମର ଦିବ୍ୟ ଗ୍ରନ୍ଥରେ ବିଶ୍ୱାସ କରି ଏବଂ ତୁମର ଦିବ୍ୟ ରଜ୍ଜୁକୁ ଦୃଢ଼ ଭାବେ ଧାରଣ କରି, ତୁମର କ୍ଷମତା ତଥା ମହାନତାର ସ୍ୱର୍ଗ ସମୂହ ଆଲୋକିତ ହୋଇଛି । 

ତୁମ ଇଚ୍ଛାରେ ପ୍ରଭାବ ଓ ତୁମ ଉଶ୍ୟେରେ ବାଧ୍ୟକାରୀ କ୍ଷମତାର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି, ମୋର ଶୟନ କାଳରେ ଯାହା ତୁମେ ମୋ ଉପରେ ପ୍ରକାଶ କରିଛ, ତାହା ଠିକ୍ ତୁମର ପ୍ରିୟଜନଙ୍କ ହୃଦୟ ମଧ୍ୟରେ ତୁମ ପ୍ରେମର ବାସସ୍ଥଳୀ ନିମି ଦୃଢ଼ ନି୧⁄୨ୟ ମୂଳଭିିକୁ ତୁମେ ନିର୍ମାଣ କର ଏବଂ ତୁମ ପ୍ରକଟିତ ସତ୍ୟ ନିମନ୍ତେ ତୁମ କରୁଣା ଓ ପ୍ରେମର୍ପୂ ଦୟାର ସଂକେତାବଳୀର ପ୍ରକାଶ ପାଇଁ ସର୍ବୋକ୍ରୃଷ୍ଟ ମାଧ୍ୟମ ରୂପେ ଗଢ଼ିତୋଳ । 

ହେ ମୋର ପ୍ରଭୁ ! ତୁମର ସର୍ବ-ସ୧ୁନ୍ନତ ଦିବ୍ୟ ଲେଖନୀ ମାଧ୍ୟମରେ ମୋ ପାଇଁ ଏହି ଜଗତ ତଥା ଆଗାମୀ ଜଗତର ମଙ୍ଗଳ ବିଦାନ କର । ମୁଁ ସାକ୍ଷ୍ୟ ପ୍ରଦାନ କରୁଛି କି ତୁମ କ୍ଷମତାର ଆୟ     ମଧ୍ୟରେ ସକଳ ବସ୍ତୁର ଲଗାମକୁ ତୁମେ ଧାରଣ କରିଛ । ତୁମେ ଯେପରି ଇଚ୍ଛାକର ସେମାନଙ୍କୁ ସେହିପରି ତୁମେ ପରିର୍ବନ କରିଥାଅ । ପରମ ଶକ୍ତିଶାଳୀ, ପରମ ବିଶ୍ୱସ୍ତ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି । 

ତୁମେ ହେଉଛ ସ୍ୱୟଂ ସେହି, ଯିଏକି ସ୍ୱୟଂ ତାଙ୍କର ଆଜ୍ଞାବଳରେ ଅଧଃପତିତକୁ ଗୌରବ ରୂପେ, ଦୁର୍ବଳକୁ ବଳବାନ୍ ରୂପେ, ଏବଂ ଅକ୍ଷମକୁ କ୍ଷମତାବାନ୍ ରୂପେ ଓ ଭୀତତ୍ରସ୍ତକୁ ନିର୍ଭୀକ ରୂପେ ତଥା ସଂଶୟକୁ ଦୃଢ଼ ନି୧⁄୨ିୟତା ରୂପେ ପରିର୍ବନ କରିଥାଅ । ପରମ ଶକ୍ତିଶାଳୀ, ପରମ ହିତୈଷୀ ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି । 

ଯିଏ ତୁମକୁ ସନ୍ଧାନ କରିଛି ତୁମେ କାହାରିକୁ ନିରାଶ କରିନାହଁ କି ଯିଏ ତୁମକୁ ଆକାଙ୍କ୍ଷା କରିଛି, ତାକୁ ତୁମେ ତୁମଠାରୁ ଦୂରେଇ ଦେଇନାହିଁ । ଯାହା ତୁମ ବଦାନ୍ୟତାର ସ୍ୱର୍ଗ ତଥା ତୁମ ଅନୁଗ୍ରହର ମହାସାଗର ହୋଇଅଛି, ତାହା ମୋ ପାଇଁ ବିଧାନ କର । ବାସ୍ତବିକ, ତୁମେ ହିଁ ସର୍ବଶକ୍ତିଶାଳୀ, ପରମ କ୍ଷମତାବାନ୍ ।

-Bahá'u'lláh
-----------------------

