ପିତାମାତା (#15548)

ସେ ହେଉଛି ଆଶୀର୍ବାଦପ୍ରାପ୍ତ, ଯିଏ ଈଶ୍ୱରଙ୍କ ସହିତ ସଂଯୋଗ ସ୍ଥାପନ ସମୟରେ ନିଜର ପିତାମାତାଙ୍କୁ ମନେ ପକାଇଥାଏ ।

-The Báb
-----------------------

ପିତାମାତା (#15549)

ହେ ପ୍ରଭୁ ! ତୁମେ ଦେଖୁଛ ଯେ, ଆମ୍ଭମାନଙ୍କ ଅନୁନୟନକାରୀ ହସ୍ତ ତୁମ ଅନୁଗ୍ରହ ତଥା କରୁଣାର ସ୍ୱର୍ଗ ଆଡ଼କୁ ଉୋଳିତ ହୋଇଛି । ତୁମ ବଦାନ୍ୟତା ତଥା କୃପାର୍ପୂ ଅନୁଗ୍ରହର ସମ୍ପଦରେ ସେଗୁଡ଼ିକ ପରିର୍ପୂ ହେବା ନିମନ୍ତେ ଅନୁମତି ଦିଅ । ଆମ୍ଭମାନଙ୍କୁ ତଥା ଆମ୍ଭମାନଙ୍କର ପିତାମାତାମାନଙ୍କୁ କ୍ଷମା ପ୍ରଦାନ କର । ତୁମ୍ଭର କରୁଣା ଏବଂ ସ୍ୱର୍ଗୀୟ ବଦାନ୍ୟତାର ମହାସାଗରରୁ ଯାହା ଆମ୍ଭେମାନେ ଆକାଙ୍କ୍ଷା କରିଛୁ ତାହା ପରିପୂରଣ କର । ହେ ଆମ୍ଭ ହୃଦୟର ପରମ ପ୍ରିୟତମ ! ଆମର ସମସ୍ତ କର୍ମ ତୁମ ମାର୍ଗରେ ଗ୍ରହଣ କର । ବାସ୍ତବିକ୍, ତୁମେ ହେଉଛ ପରମ କ୍ଷମତାବାନ୍, ସର୍ବମହାନ୍, ଅତୁଳନୀୟ, ଅଦ୍ୱିତୀୟ, କ୍ଷମାଶୀଳ, କରୁଣାମୟ । 

ହେ ମୋର ପରମେଶ୍ୱର ! ମୁଁ ତୁମକୁ କ୍ଷମାଭିକ୍ଷା କରୁଛି ଏବଂ ତୁମ ଇଚ୍ଛାନୁଯାୟୀ ତୁମ ସେବକଗଣ ଯେପରି ତୁମ ପ୍ରତି ଅଭିମୁଖୀ ହୋଇପାରିବେ ସେଥିପାଇଁ ପ୍ରାର୍ଥନା କରୁଛି । ତୁମର ପ୍ରଭୁତ୍ୱକୁ ଯେପରି ଉପଯୁକ୍ତ ହୋଇଥାଏ ସେହିଭଳି ଆମ୍ଭମାନଙ୍କ ପାପରାଶିକୁ ଯାହା ଧୌତ କରିଦେଇପାରିବ ସେଥିପାଇଁ ମୁଁ ତୁମକୁ ପ୍ରାର୍ଥନା କରୁଛି । ମୋତେ କ୍ଷମା କରିଦିଅ ଓ ମୋର ପିତାମାତାଙ୍କୁ ତଥା ଯେଉଁମାନେ ତୁମ ବିଚାରରେ ଯାହା ତୁମର ଅତୀନ୍ଦ୍ରିୟ ସାର୍ବଭୌମତ୍ୱର ଉକ୍ରର୍ଷ ହୋଇଥାଏ ତଥା ତୁମ ସ୍ୱର୍ଗୀୟ କ୍ଷମତାର ଗୌରବକୁ ଉପଯୋଗୀ କରାଇଥାଏ, ସେହି ପ୍ରକାରେ ଯଦି ସେମାନେ ତୁମ ପ୍ରେମର ଆବାସରେ ପ୍ରବେଶ କରିଛନ୍ତି ସେମାନଙ୍କୁ କ୍ଷମା କରିବା ପାଇଁ ମୁଁ ତୁମକୁ ଆକୁଳ ପ୍ରାର୍ଥନା କରୁଛି । 

ହେ ମୋର ଈଶ୍ୱର ! ତୁମକୁ ପ୍ରାର୍ଥନା କରିବା ନିମି ତୁମେ ମୋର ଆତ୍ମାକୁ ଅନୁପ୍ରାଣୀତ କରାଇଛ, କେବଳ ତୁମ ନିମି ହିଁ ମୁଁ ତୁମଠାରେ ଗୁହାରି କରୁଛି । ତୁମର ପ୍ରଶଂସାଂଗାନ ଓ ମହିମାଗାନ ହେଉ; ଯେହେତୁ ତୁମେ ତୁମ ନିଜକୁ ମୋଠାରେ ପ୍ରକାଶମାନ     କରିଛ, ସେଥିପାଇଁ ମୁଁ ତୁମର ପ୍ରଶଂସାଗାନ କରୁଛି ଏବଂ ଯେହେତୁ ତୁମକୁ ଜାଣିବା ପାଇଁ ଥିବା ମୋର ର୍କବ୍ୟରେ ମୁଁ ଅବହେଳା କରିଛି ଓ ତୁମ ପ୍ରେମର ପଥରେ ଚାଲିବା ପାଇଁ ବିଫଳ ହୋଇଛି, ସେଥିପାଇଁ ମୋତେ କ୍ଷମା ପ୍ରଦାନ କରିବା ପାଇଁ ମୁଁ ତୁମକୁ ପ୍ରାର୍ଥନା କରୁଛି ।

-The Báb
-----------------------

ପିତାମାତା (#15550)

ହେ ପ୍ରଭୁ ! ଏହି ପରମ ମହାନ୍ ଧର୍ମ ଯୁଗରେ ପିଲାମାନଙ୍କର ପିତାମାତାଙ୍କ ତରଫରୁ ସେମାନଙ୍କ ମଧ୍ୟର୍ବିତାକୁ ତୁମେ ଗ୍ରହଣ କରିଛ, ସେଥିପାଇଁ ଏହି ଯୁଗର ଏହା ହେଉଛି ଏକ ସ୍ୱତବ ଅପାର ଉପହାରଗୁଡ଼ିକ ମଧ୍ୟରୁ ଅନ୍ୟତମ । ତେଣୁ, ହେ ତୁମ୍ଭେ ଦୟାଳୁ ପ୍ରଭୁ ! ତୁମ୍ଭ ଅଦ୍ୱିତୀୟତ୍ୱର ଦ୍ୱାରଦେଶ ନିକଟରେ ତୁମର ଏହି ସେବକର ଅନୁରୋଧକୁ ଗ୍ରହଣ କର ଏବଂ ତାହାର ପିତାଙ୍କୁ ତୁମ କରୁଣାର ମହାସାଗରରେ ନିମଜ୍ଜିତ କରାଅ, କାରଣ ଏହି ପୁତ୍ର ତୁମ ପ୍ରତି ସେବାର୍ପଣ କରିବା ପାଇଁ ଜାଗ୍ରତ ହୋଇଛି ଏବଂ ତୁମ ପ୍ରେମ ପଥରେ     ପ୍ରତି ମୁର୍ହୂରେ ତାହାର ଉଦ୍ୟମକୁ କାର୍ଯ୍ୟକାରୀ କରୁଛି । ବାସ୍ତବିକ୍, ତୁମେ ହେଉଛ ଦିବ୍ୟ ଦାତା, ପରମ କ୍ଷମାଶୀଳ ଏବଂ ପରମ ଦୟାଳୁ ।

-`Abdu'l-Bahá
-----------------------

