ପରିବାର (#15539)

ହେ ପ୍ରଭୁ, ମୋର ପରମେଶ୍ୱର ! ତୁମର ମହିମାଗାନ ହେଉ । ମୋତେ କ୍ଷମାଦିଅ ଏବଂ ଯେଉଁମାନେ ତୁମର ଧର୍ମକୁ ସହଯୋଗ କରନ୍ତି, ସେମାନଙ୍କୁ ମଧ୍ୟ କ୍ଷମା ଦେବାପାଇଁ ମୁଁ ତୁମକୁ ପ୍ରାର୍ଥନା କରୁଛି । ବାସ୍ତବିକ, ତୁମେ ହେଉଛ ସାର୍ବଭୌମ ପ୍ରଭୁ, ପରମ କ୍ଷମାଶୀଳ, ସର୍ବବଦାନ୍ୟ । ହେ ମୋର ଈଶ୍ୱର ! ତୁମର ଯେଉଁ ସେବକଗଣ ତୁମ ଧର୍ମ ମଧ୍ୟରେ ସ୍ୱୀକୃତି ପ୍ରାପ୍ତ ହେବା ନିମନ୍ତେ ଜ୍ଞାନରୁ ବôତ ହୋଇଛନ୍ତି, ସେମାନଙ୍କୁ ସମର୍ଥ କରାଅ; କାରଣ ତୁମ ସମ୍ବନ୍ଧରେ ଥରେ ମାତ୍ର ସେମାନେ ଜ୍ଞାନପ୍ରାପ୍ତ ହେଲେ, ସେମାନେ ନ୍ୟାୟ ଯୁଗର ସତ୍ୟତାକୁ ସାକ୍ଷ୍ୟ ପ୍ରଦାନ କରିବେ ଏବଂ ତୁମ କରୁଣାର ପ୍ରକଟନ ସମ୍ବନ୍ଧରେ ତର୍କ ବିତର୍କ କରିବେ ନାହିଁ । ତୁମ କରୁଣାର ନିଦର୍ଶନ ସେମାନଙ୍କ ନିମନ୍ତେ ପ୍ରେରଣ କର ଏବଂ ସେମାନେ ଯେଉଁ ସ୍ଥାନରେ ରହିଲେ ମଧ୍ୟ ତୁମ ସେବକଗଣଙ୍କ ମଧ୍ୟରେ ଥିବା ଧର୍ମାନୁରାଗୀ ବ୍ୟକ୍ତିଗଣଙ୍କ ନିମନ୍ତେ ଯାହା ତୁମେ ନିର୍ଦ୍ଧାରିତ କରିଛ,     ସେହି ବଦାନ୍ୟ ଅଂଶରୁ ପ୍ରାପ୍ତ ହେବା ନିମନ୍ତେ ସେମାନଙ୍କୁ ଅନୁମତି ପ୍ରଦାନ କର । ସତ୍ୟତଃ, ତୁମେ ହେଉଛ ପରମ ଦିବ୍ୟ ଶାସକ, ସର୍ବକରୁଣାମୟ, ସର୍ବ ହିତାକାଙ୍କ୍ଷୀ । 


ହେ ମୋର ଈଶ୍ୱର ! ଯେଉଁ ଗୃହର ସଦସ୍ୟଗଣ ତୁମ ଧର୍ମକୁ ଆଲିଙ୍ଗନ କରିଛନ୍ତି, ସେହି ଗୃହ ଉପରେ ତୁମ କରୁଣାର ନିଦର୍ଶନ ସ୍ୱରୂପ ତଥା ତୁମ ଉପସ୍ଥିତି ମଧ୍ୟରୁ ତୁମ ପ୍ରେମର୍ପୂ ଦୟାର୍ଦ୍ରତାର ଏକ ଚିହ୍ନ ସ୍ୱରୂପ, ତୁମ କୃପା ତଥା ଆଶୀର୍ବାଦର ବାରିଧାର ବର୍ଷଣ ହେଉ । ସତ୍ୟତଃ, କ୍ଷମାପ୍ରଦାନ କରିବାରେ ତୁମେ ହେଉଛ ଅତୁଳନୀୟ । ଯଦି ତୁମର କରୁଣା କୌଣସି ବ୍ୟକ୍ତିଠାରୁ ବାଧାପ୍ରାପ୍ତ ହୁଏ, ତେବେ କିପରି ସେ ତୁମ ଦିବ୍ୟ ଦିବସରେ ଧର୍ମର ଅନୁଗାମୀମାନଙ୍କ ଗହଣରେ ପରିଗଣିତ ହୋଇପାରିବ ? 

ମୋତେ ଆଶିଷ ପ୍ରଦାନ କର, ହେ ମୋର ପରମେଶ୍ୱର ! ଯେଉଁମାନେ ତୁମର ନିର୍ଦ୍ଧାରିତ ଦିବସରେ ତୁମ ସଂକେତରେ ବିଶ୍ୱାସ ରଖିବେ, ସେମାନଙ୍କୁ ମଧ୍ୟ ଆଶୀର୍ବାଦ କର, ତଥା ଏପରିକି ଯେଉଁମାନେ ସେମାନଙ୍କ ହୃଦୟରେ ମୋର ପ୍ରେମକୁ ସ୍ନେହର ସହିତ ମନେ ପକାଇବେ, ଯେଉଁ ପ୍ରେମ କି ସେମାନଙ୍କଠାରେ ତୁମେ କ୍ରମେ    କ୍ରମେ ସରଣ କରିଥାଅ । ବାସ୍ତବିକ୍, ତୁମେ ହେଉଛ ନ୍ୟାୟ ପରାୟଣତାର ପ୍ରଭୁ, ପରମ ମର୍ଯ୍ୟାଦା ସଂପନ୍ନ ।

-The Báb
-----------------------

