ନ୍ୟାୟ (#15535)

ତୁମ୍ଭମାନଙ୍କ ପାଇଁ ଯାହା ଆମ୍ଭେ ପ୍ରକାଶ କରିଅଛୁ, ସେହି ସକଳ ବିଷୟର ସାରତ୍ୱ ହେଉଛି ନ୍ୟାୟ, ଯାହାକି ମନୁଷ୍ୟ ନିଜକୁ ବୃଥା କଳ୍ପନାରୁ ମୁକ୍ତ କରିବାକୁ ସମର୍ଥ ହେବ । ସ୍ୱୟଂ ତାଙ୍କର ଗୌରବମୟ କୃତିଗୁଡ଼ିକୁ ଏକତ୍ୱ ନୟନରେ ବିଚାର କରିବାକୁ ହେବ ଏବଂ ସକଳ ପଦାର୍ଥକୁ ଏକ ଅନୁସନ୍ଧିୁ ନୟନରେ ଅବଲୋକନ କରିବାକୁ ହେବ ।

-Bahá'u'lláh
-----------------------

ନ୍ୟାୟ (#15536)

କୁହ; ହେ ଈଶ୍ୱର, ମୋର ପ୍ରଭୁ ! ନ୍ୟାୟର ମୁକୁଟରେ ମୋର ମସ୍ତକକୁ ଓ ସାମ୍ୟ ଅଳଙ୍କାରରେ ମୋର ଲଲାଟକୁ ବିଭୂଷିତ କର । ବାସ୍ତବିକ, ତୁମେ ହିଁ ସକଳ ଉପହାର ଓ ବଦାନ୍ୟତାର ଅଧିକାରୀ ।

-Bahá'u'lláh
-----------------------

