ଦୃଢ଼ତା (#15525)

ହେ ପ୍ରଭୁ, ମୋର ପରମେଶ୍ୱର ! ତୁମର ନାମ ମହିମାଗାନ ହେଉ, ତୁମର ସକଳ ସୃଷ୍ଟ ପଦାର୍ଥକୁ ଯାହା ଆବୃ କରି ରଖିଛି, ତାହାର ଦ୍ୱାହି ଦେଇ ତଥା ସମଗ୍ର ସୃଷ୍ଟିକୁ ଯାହା ପରିବେଷ୍ଟନ କରିଛି, ତୁମର ସେହି ସାର୍ବଭୌମତ୍ୱର ଦ୍ୱାହି ଦେଇ ଏବଂ ତୁମ ବିଜ୍ଞତା ମଧ୍ୟରେ ଯାହା ଲୁକ୍କାୟିତ ହୋଇ ରହିଥିଲା, ତୁମର ସେହି ବାଣୀର ଦ୍ୱାହିଦେଇ ମୁଁ ତୁମକୁ ମିନତି କରୁଛି । ଯାହା ମାଧ୍ୟମରେ ତୁମେ ତୁମର ସ୍ୱର୍ଗ ଓ ପୃଥିବୀକୁ ସୃଷ୍ଟି କରିଛ । ତୁମ ନିମନ୍ତେ ଆମର ପ୍ରେମରେ ତଥା ତୁମର ସୁପ୍ରସାଦ ନିମନ୍ତେ ଆମର ଆଜ୍ଞାନୁର୍ବିତାରେ ଦୃଢ଼ ରହିବା ନିମନ୍ତେ ଆମ୍ଭମାନଙ୍କୁ ସମର୍ଥ କରିବା ପାଇଁ ତଥା ତୁମର ମୁଖମଳ ଉପରେ ଆମର ଦୃଷ୍ଟି ନିବଦ୍ଧ ରଖିବା ପାଇଁ ଏବଂ ତୁମ ମହିମାର ଗୁଣଗାନ କରିବା ପାଇଁ ମୁଁ ତୁମକୁ ପ୍ରାର୍ଥନା କରୁଛି । ହେ ମୋର ପରମେଶ୍ୱର ! ତୁମ ପ୍ରାଣୀମାନଙ୍କ ମଧ୍ୟରେ ତୁମର ସଂକେତାବଳୀକୁ ଦେଶ ବିଦେଶରେ ପ୍ରସାର କରିବା ନିମନ୍ତେ ଏବଂ ତୁମ ସାମ୍ରାଜ୍ୟରେ ତୁମ ଧର୍ମର ସୁରକ୍ଷା କରିବା ନିମନ୍ତେ ଆମକୁ କ୍ଷମତାପନ୍ନ କର । ତୁମର ସକଳ ସୃଷ୍ଟ     ପ୍ରାଣୀ ତୁମକୁ ସ୍ମରଣ କରିବା ଊଦ୍ଧ୍ୱର୍ରେ ତୁମେ ସର୍ବଦା ସ୍ୱତବ ହୋଇ ରହିଆସିଛ ଏବଂ ରହିଥିବ ମଧ୍ୟ ।

-Bahá'u'lláh
-----------------------

ଦୃଢ଼ତା (#15526)

ହେ ସ୍ୱୟଂ ତୁମେ ! ଯାହାଙ୍କ ସାନିଧ୍ୟ ହେଉଛି ମୋର କାମନା, ଯାହାଙ୍କ ସ୍ମରଣ ହେଉଛି ମୋର ଆକାଙ୍କ୍ଷା, ଯାହାଙ୍କ ଗୌରବମୟ     ଦରବାର ହେଉଛି ମୋର ଲକ୍ଷ୍ୟ, ଯାହାଙ୍କ ନିବାସ ହେଉଛି ମୋର ଉଶ୍ୟେ, ଯାହାଙ୍କ ନାମ ହେଉଛି ମୋର ଆରୋଗ୍ୟ, ଯାହାଙ୍କ ପ୍ରେମ ହେଉଛି ମୋର ହୃଦୟର ଆଲୋକ, ଯାହାଙ୍କ ସେବା ହିଁ ମୋର ସର୍ବୋଚ୍ଚ ଅଭିଳାଷ ତୁମ ନାମର ଦ୍ୱାହି ଦେଇ ମୁଁ ତୁମକୁ ମିନତି କରୁଛି ଯେ, ତୁମକୁ ସ୍ୱୀକାର କରି ସ୍ୱୟଂ ତୁମ ଜ୍ଞାନର ଉଚ୍ଚତମ ଶିଖର ଦେଶକୁ ଅନୁଧାବନ କରିବାକୁ ସେମାନଙ୍କୁ ସମର୍ଥ କରାଅ ଏବଂ ଏପରିକି ଅନୁରକ୍ତ ସହକାରେ ଉପାସନା ପୂର୍ବକ ତୁମ ପବିତ୍ର ଦରବାରର ସୀମା ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଅ । ତେଣୁ, ତୁମ ମୁଖମଳ ଆଡ଼କୁ ମୋର ମୁଖ ଉନ୍ମୁଖ କରିବା ନିମି ତୁମଠାରେ ମୋର ଚକ୍ଷୁଯୁଗଳକୁ ନିବଦ୍ଧ କରିବା ନିମି ତଥା ତୁମର ମହିମାଗାନ କରିବା ନିମି ମୋତେ ସହାୟ ହୁଅ । 

ହେ ମୋର ପ୍ରଭୁ ! ମୁଁ ହେଉଛି ଜଣେ ବ୍ୟକ୍ତି, ଯିଏକି ତୁମ ବ୍ୟତୀତ ଅନ୍ୟ ସବୁକିଛି ଭୁଲିଯାଇଛି ଓ ତୁମ କରୁଣାର ଉଦୟସ୍ଥଳ ଆଡ଼କୁ ଅଭିମୁଖୀ ହୋଇଛି, ଯିଏକି ତୁମ ଦରବାରପ୍ରତି ନିକଟତର ହେବା ଆଶାରେ ସ୍ୱୟଂ ତୁମ ବ୍ୟତୀତ ଅନ୍ୟ ସବୁକିଛି ପରିତ୍ୟାଗ କରିଦେଇଛି । ତୁମ ମୁଖମଳ ସୌନ୍ଦର୍ଯ୍ୟ ଆଲୋକର ସୌରଭରେ ପ୍ରଜ୍ଜ୍ୱଳିତ ହେଉଥିବା ସେହି ଦିବ୍ୟ ଆସନ ଆଡ଼କୁ ଢ଼ଳି ଯାଇଥିବା     ମୋର ଚକ୍ଷୁଯୁଗଳ ସହିତ ମୋତେ ଅବଲୋକନ କର । ହେ ମୋର ପରମ ପ୍ରିୟତମ ! ତୁମ ଧର୍ମରେ ଦୃଢ଼ ରହିବା ଲାଗି ଯାହାସବୁ ମୋତେ ସମର୍ଥ କରାଇବ ତାହା ମୋ ପାଇଁ ପ୍ରେରଣ କର । ଯ୍ୱାରା ନାସ୍ତିକମାନଙ୍କର ସନେ୍ଦହ ତୁମ ଆଡ଼କୁ ଅଭିମୁଖୀ ହେବାଠାରୁ ମୋତେ ବାଧା ସୃଷ୍ଟି କରିପାରିବ ନାହିଁ । 

ବାସ୍ତବିକ, ତୁମେ ହେଉଛ କ୍ଷମତାର ପରମେଶ୍ୱର, ସଂକଟରେ ପରମ ସହାୟ, ସର୍ବ ମହିମାମୟ ଓ ସାମର୍ଥ୍ୟବାନ୍ ।

-Bahá'u'lláh
-----------------------

ଦୃଢ଼ତା (#15527)

ହେ ଭଗବାନ୍, ହେ ମୋର ପରମେଶ୍ୱର ! ଅନୁତପ୍ତ ହୋଇ ମୁଁ ତୁମ ଆଡ଼କୁ ଅଭିମୁଖୀ ହୋଇଛି । ବାସ୍ତବିକ୍, ତୁମେ ହେଉଛ ପରମ କ୍ଷମାଶୀଳ ଏବଂ ପରମ କରୁଣାମୟ ।

ହେ ଈଶ୍ୱର, ହେ ମୋର ପରମେଶ୍ୱର ! ତୁମ ଆଡ଼କୁ ମୁଁ ପ୍ରତ୍ୟାର୍ବନ କରିଛି । ବାସ୍ତବିକ, ତୁମେ ହେଉଛ ସଦା କ୍ଷମାଶୀଳ, ପରମ ଦୟାମୟ ।

ହେ ଈଶ୍ୱର, ହେ ମୋର ପରମେଶ୍ୱର ! ତୁମ କରୁଣାର ରଜ୍ଜୁକୁ ମୁଁ ଦୃଢ଼ ଭାବେ ଧାରଣ କରିଛି । ସ୍ୱର୍ଗ ଓ ର୍ମ୍ୟରେ ଥିବା ସକଳ ସମ୍ପଦର ଗନ୍ତାଘର ସ୍ୱୟଂ ତୁମଠାରେ ହିଁ ନିହିତ ।

ହେ ଭଗବାନ୍, ହେ ମୋର ଈଶ୍ୱର ! ମୁଁ ତୁମ ଆଡ଼କୁ ଧାବିତ ହୋଇଛି । ବାସ୍ତବିକ, ତୁମେ ହେଉଛ ପରମ କ୍ଷମାଶୀଳ ଅସୀମ କରୁଣାର ପ୍ରଭୁ ।

ହେ ପ୍ରଭୁ, ହେ ମୋର ଈଶ୍ୱର ! ତୁମ କରୁଣାର ସ୍ୱର୍ଗୀୟ ମଦିରା ନିମନ୍ତେ ମୁଁ ତୁର୍ଷା ଏବଂ ବାସ୍ତବିକ, ତୁମେ ହେଉଛ ପରମ ଦାତା, ପରମ ଦୟାମୟ, ପରମ କରୁଣାମୟ, ସର୍ବସାମର୍ଥ୍ୟବାନ୍ ।

ହେ ଭଗବାନ୍, ହେ ମୋର ପରମେଶ୍ୱର ! ମୁଁ ସାକ୍ଷ୍ୟ ପ୍ରଦାନ କରୁଛି କି ତୁମର ଧର୍ମକୁ ତୁମେ ପ୍ରକାଶ କରିଛ, ତୁମର ପ୍ରତିଶ୍ରୁତିକୁ ପୂରଣ କରିଛ ଏବଂ ତୁମ କରୁଣାର ସ୍ୱର୍ଗରୁ ତୁମ ପ୍ରିୟଜନମାନଙ୍କର ହୃଦୟସମୂହକୁ ସ୍ୱୟଂ ତୁମ ପ୍ରତି ଯାହାସବୁ ନିକଟତର କରାଇଛି, ତାହାସବୁ ତୁମ କରୁଣାର ସ୍ୱର୍ଗରୁ ପ୍ରେରଣ କର । ଯିଏ ତୁମର ଅତୁଟ ରଜ୍ଜୁକୁ ଦୃଢ଼ତାର ସହିତ ଧାରଣ କରିଛି ଏବଂ ତୁମ ଦେଦୀପ୍ୟମାନ ପରିଧାନର ବସ୍ତ୍ରାଳକୁ ଜାବୁଡ଼ି ଧରିଛି, ତାହାର କଲ୍ୟାଣ ସାଧିତ ହେଉ । 

ହେ ସକଳ ଅସ୍ତିତ୍ୱର ପ୍ରଭୁ ତଥା ଦୃଶ୍ୟ ଓ ଅଦୃଶ୍ୟର ଦିବ୍ୟ ରାଜନ୍! ଗୋଚର ଓ ଅଗୋଚରର ସମସ୍ତ ସାର ସମ୍ରାଟ ! ତୁମର କ୍ଷମତା, ତୁମର ମହାନତା ତଥା ତୁମର ସାର୍ବଭୌମ ସାମ୍ରାଜ୍ୟର ଦ୍ୱାହିଦେଇ ମୁଁ ତୁମକୁ ମିନତି କରୁଛି କି ତୁମ ମହିମାର ଲେଖନୀ ଦ୍ୱାରା ମୋର ନାମକୁ ତୁମର ଅନୁରକ୍ତ ଭକ୍ତଗଣଙ୍କ ମଧ୍ୟରେ ଅଙ୍କିତ କରାଯିବା ପାଇଁ ଅନୁମତି ପ୍ରଦାନ କରାଯାଉ, ସେମାନଙ୍କୁ ପାପର୍ପୂ ତାଡ଼ନା ଯେପରି ତୁମ ବଦନମଳର ଆଲୋକ ଆଡ଼କୁ ଅଭିମୁଖୀ ହେବାରେ ବାଧା ସୃଷ୍ଟି କରିବ ନାହିଁ । ହେ ପ୍ରାର୍ଥନା-ଶ୍ରବଣକାରୀ, ପ୍ରାର୍ଥନାର ଉର ପ୍ରଦାତା ଭଗବାନ୍ !

-Bahá'u'lláh
-----------------------

ଦୃଢ଼ତା (#15528)

ହେ ଈଶ୍ୱର ! ତୁମର ପ୍ରଶଂସା ତଥା ମହିମା ଗାନ ହେଉ । ତୁମ ପବିତ୍ର ଉପସ୍ଥିତିର, ସାନିଧ୍ୟର ଦିବସ ଅବିଳମ୍ବେ ଉପନୀତ ହେବା ପାଇଁ ଅନୁମତି ପ୍ରଦାନ କର । ତୁମର ପ୍ରେମ ଓ ସୁ-ପ୍ରସାଦର ଶକ୍ତି ଦ୍ୱାରା ଆମର ହୃଦୟକୁ ଉଲ୍ଲସିତ କର । ଆମକୁ ଦୃଢ଼ତା ପ୍ରଦାନ କର, ଯେପରି ଆମ୍ଭେମାନେ ତୁମର ଦିବ୍ୟ ଇଚ୍ଛା ଓ ଦିବ୍ୟ ଆଦେଶ ପ୍ରତି ସ୍ୱେଚ୍ଛାକୃତ ଭାବେ ନିଜକୁ ସମର୍ପଣ କରିପାରିବୁ । ସତ୍ୟତଃ,    ତୁମେ ଯେଉଁ ସକଳ ପଦାର୍ଥ ସୃଷ୍ଟି କରିଛ କିମ୍ବା କରିବ, ତୁମର ଜ୍ଞାନ ସେଗୁଡ଼ିକୁ ପରିବୃ କରିଛି । ତୁମେ ଯାହାକି ସାରେ ପରିଣତ କରିଛ କିମ୍ବା କରିବ, ସ୍ୱର୍ଗୀୟ ଶକ୍ତି ସେଗୁଡ଼ିକୁ ଅତିକ୍ରାନ୍ତ କରିଛି । ତୁମ ବ୍ୟତୀତ ଅନ୍ୟ କାହାରିକୁ ଉପାସନା କରାଯିବ ନାହିଁ । ତୁମ ବ୍ୟତୀତ ଅନ୍ୟ କାହାକୁ ଅଭୀପ୍ସା କରାଯାଇପାରିବ ନାହିଁ । ତୁମ ବ୍ୟତୀତ ଅନ୍ୟ କାହାକୁ ବିଭୂଷିତ କରାଯାଇପାରିବ ନାହିଁ । ତୁମର ସନ୍ତୋଷ ବିଧାନ ବ୍ୟତୀତ ଅନ୍ୟ କାହାକୁ ପ୍ରେମ କରାଯାଇ ନ ପାରେ ।  

ସତ୍ୟତଃ ତୁମେ ହେଉଛ ସର୍ବୋଚ୍ଚ ଶାସକ, ସାର୍ବଭୌମ ପରମ ସତ୍ୟ, ଭୟାନକ ସଂକଟରେ ପରମ ସହାୟ ଓ ସ୍ୱନିର୍ଭର ।

-The Báb
-----------------------

ଦୃଢ଼ତା (#15529)

ହେ ଦୟାମୟ ଈଶ୍ୱର ! ତୁମେ ମୋତେ ଜାଗ୍ରତ ତଥା ସଚେତନଶୀଳ କରାଇଥିବାରୁ ମୁଁ ତୁମକୁ ଧନ୍ୟବାଦ ଅର୍ପଣ କରୁଛି । ତୁମେ ମୋତେ ଏକ ଦୃଶ୍ୟଶ୍ରାବୀ ଚକ୍ଷୁ ପ୍ରଦାନ କରିଛ ତଥା ଏକ ଶ୍ରବଣଶୀଳ ର୍କଦ୍ୱାରା ମୋତେ କୃପା ପ୍ରଦାନ କରିଛ, ତୁମ ସାମ୍ରାଜ୍ୟ ଆଡ଼କୁ ମୋତେ ପରିଚାଳିତ କରିଛ ଏବଂ ତୁମ ଦିବ୍ୟ ମାର୍ଗରେ ମୋତେ ମାର୍ଗ ପ୍ରଦର୍ଶନ କରାଇଛ । ତୁମେ ମୋତେ ଠିକ୍ ରାସ୍ତା ଦେଖାଇଛ ଏବଂ ପରମ ମୁକ୍ତିର ଦିବ୍ୟ ନୌକା ମଧ୍ୟରେ ପ୍ରବେଶ କରିବା ପାଇଁ     ମୋର କାରଣ ହୋଇଛ । ହେ ପରମେଶ୍ୱର ! ମୋତେ ଦୃଢ଼ ଭାବେ ତଥା ଅନୁରକ୍ତ ବିଶ୍ୱାସୀ ଭାବେ ଗଢ଼ିତୋଳ । ଭୟଙ୍କର ପରୀକ୍ଷାରୁ ମୋତେ ରକ୍ଷା କର । ତୁମ ଦିବ୍ୟ ଚୁକ୍ତି ଓ ଇଚ୍ଛା ପତ୍ରର ଶକ୍ତିଶାଳୀ ତଥା ନିରାପଦ ଦୁର୍ଗ ମଧ୍ୟରେ ମୋତେ ସୁରକ୍ଷିତ ରଖି ଆଶ୍ରୟ ପ୍ରଦାନ କର । ତୁମେ ହେଉଛ କ୍ଷମତାବାନ୍ । ତୁମେ ହେଉଛ ଦିବ୍ୟଦ୍ରଷ୍ଟା । ତୁମେ ହେଉଛ ଦିବ୍ୟ ଶ୍ରୋତା । 

ହେ ସମ୍ବେଦନଶୀଳ ଭଗବାନ୍ ! ତୁମେ ମୋତେ ଏକ ଦର୍ପଣ ସଦୃଶ ହୃଦୟ ପ୍ରଦାନ କର । ଯାହାକି ତୁମ ପ୍ରେମର ଆଲୋକରେ ଆଲୋକିତ ହୋଇପାରିବ ଏବଂ ମୋଠାରେ ଭାବନାଶକ୍ତି ପ୍ରଦାନ କର, ଯାହାକି ସ୍ୱର୍ଗୀୟ କରୁଣାବାରି ଅଜାଡ଼ି ହେବା ମାଧ୍ୟମରେ ଏହି ଜଗତକୁ ଏକ ଗୋଲାପ ଉଦ୍ୟାନରେ ପରିଣତ କରିପାରିବ । 

ତୁମେ ହେଉଛ ପରମ କରୁଣାମୟ, ପରମ ଦୟାଶୀଳ । ତୁମେ ହେଉଛ ପରମ ମହାନ୍, ସର୍ବମଙ୍ଗଳକାରକ ଈଶ୍ୱର ।

-The Báb
-----------------------

ଦୃଢ଼ତା (#15530)

ସେ ହେଉଛନ୍ତି ସ୍ୱୟଂ ପରମେଶ୍ୱର ! 
ହେ ଅତୁଳନୀୟ ପ୍ରଭୁ ! ଊଦ୍ଧ୍ୱର୍ ସାମ୍ରାଜ୍ୟର ସ୍ୱର୍ଗୀୟ ଜନତାଙ୍କ କାଚ ଫଳକରେ ଥିବା ଆଲୋକକୁ ତୁମେ ପ୍ରଜ୍ଜ୍ୱାଳିତ କରିଥିବାରୁ, ଆଭା ସାମ୍ରାଜ୍ୟର ନୀଡ଼ ଆଡ଼କୁ ବିଶ୍ୱସ୍ତତାର ସେହି ବିହଙ୍ଗକୁ ମାର୍ଗ ଦର୍ଶନ କରାଇଥିବାରୁ ତୁମର ପ୍ରଶଂସାଗାନ ହେଉ । ବିଶାଳ ମହୋଦଧିରେ ସେହି ବହୁ ମୂଲ୍ୟ ସରୀତକୁ ତୁମେ ମିଶାଇ ଦେଇଛ । ପରମ ସତ୍ୟର ଦିବ୍ୟ ସୂର୍ଯ୍ୟଙ୍କଠାରେ ଆଲୋକର ସେହି ବିଚ୍ଛୁରିତ କିରଣକୁ ତୁମେ ପ୍ରତ୍ୟାର୍ବନ କରାଇଛ । 

ପୁନର୍ମିଳନର ଉଦ୍ୟାନ ମଧ୍ୟକୁ ନିଭୃତତାର ଆବଦ୍ଧ ବ୍ୟକ୍ତିକୁ ତୁମେ ସ୍ୱାଗତ କରିଛ ଏବଂ ଯିଏ ତୁମକୁ ଦର୍ଶନ କରିବା ନିମନ୍ତେ ଆଶାୟୀ ହୋଇଥିଲେ, ତୁମର ଆଲୋକମୟ ଅତୁ୍ୟଜ୍ଜ୍ୱଳ ସ୍ଥାନରେ ତୁମର ଦିବ୍ୟ ଉପସ୍ଥିତି ଆଡ଼କୁ ତାଙ୍କୁ ପରିଚାଳିତ କରିଅଛ । 

ତୁମେ ହେଉଛ ସସ୍ନେହ ପ୍ରେମର ପରମ ପ୍ରଭୁ, ତୁମେ ହେଉଛ ଅଭିଳଷିତ ହୃଦୟର ଅନ୍ତିମ ଲକ୍ଷ୍ୟ, ତୁମେ ହେଉଛି ଶହୀଦ୍ ଆତ୍ମାର ପରମ ଆକାଙ୍କ୍ଷା ।

-The Báb
-----------------------

