ତରୁଣ (#15523)

ହେ ପ୍ରଭୁ ! ଏହି ଯୁବକଟିକୁ ଦୀପ୍ତିମାନ କର ଏବଂ ଏହି ଦୀନହୀନ ବ୍ୟକ୍ତି ଉପରେ ତୁମର ବଦାନ୍ୟତା ପ୍ରଦାନ କର । ତାକୁ ଜ୍ଞାନ ପ୍ରଦାନ କର । ପ୍ରତି ପ୍ରଭାତର ପ୍ରାରମ୍ଭରେ ତାହାକୁ ଅଧିକ ଶକ୍ତି ପ୍ରଦାନ କର ଏବଂ ତୁମ ସୁରକ୍ଷାର ଆଶ୍ରୟ ମଧ୍ୟରେ ତାକୁ ରକ୍ଷା କର, ଯ୍ୱାରା ସେ ଭ୍ରାନ୍ତିମୁକ୍ତ ହୋଇପାରିବ, ତୁମ ଧର୍ମର ସେବାରେ ନିଜକୁ ଉର୍ଗ କରିପାରିବ, ବିପଥଗାମୀକୁ ମାର୍ଗ ଦେଖାଇ ପାରିବ, ଅସହାୟକୁ କଢ଼େଇ ନେଇପାରିବ, ବନ୍ଦୀମାନଙ୍କୁ ମୁକ୍ତି ଦେଇପାରିବ ଓ ଅମନୋଯୋଗୀମାନଙ୍କୁ ସଚେତନ କରିପାରିବ, ଯାହାଫଳରେ ତୁମର ସ୍ମରଣ ଓ ପ୍ରଶଂସାଗାନ କରି ସମସ୍ତେ ଆଶୀର୍ବାଦପ୍ରାପ୍ତ ହୋଇପାରିବେ । ତୁମେ ହେଉଛ ଶକ୍ତିଶାଳୀ ଓ ସାମର୍ଥ୍ୟବାନ୍ ।

-The Báb
-----------------------

ତରୁଣ (#15524)

ହେ ଦୟାଳୁ ପ୍ରଭୁ ! ଅନାସକ୍ତିର ଦିଗ୍ବଳୟ ମଧ୍ୟରୁ ଅତ୍ମାଗଣଙ୍କୁ ତୁମ୍ଭେ ପ୍ରକାଶ କରିଅଛ, ଯାହାକି ଉଜ୍ଜ୍ୱଳ ଚନ୍ଦ୍ରମା ସଦୃଶ ହୃଦୟ ଓ     ଆତ୍ମାର ରାଜ୍ୟ ଉପରେ ଉଜ୍ଜ୍ୱଳତାକୁ ବିଚ୍ଛୁରିତ କରିଅଛି । ଅବସ୍ଥିତି ଜଗତର ଗୁଣାବଳୀ ମଧ୍ୟରୁ ସେମାନଙ୍କୁ ମୁକ୍ତ କର ଏବଂ ଅମରତ୍ୱର ସାମ୍ରାଜ୍ୟ ଆଡ଼କୁ ତ୍ୱରାନ୍ୱିତ କର । ସେମାନେ ଅତୁଳନୀୟ ସତେଜତା ଏବଂ ସୌନ୍ଦର୍ଯ୍ୟକୁ ପ୍ରାପ୍ତ ହେବା ପର୍ଯ୍ୟନ୍ତ ତୁମେ ଅନେକ ଥର ତୁମର ପ୍ରେମର୍ପୂ ମହାସାଗର ମଧ୍ୟରୁ ଏକ ଜଳବିନ୍ଦୁ ଦ୍ୱାରା ସେମାନଙ୍କର ହୃଦୟ ବାଟିକାକୁ ଆର୍ଦ୍ର କରିଛ । ପୃଥିବୀର ଅଳଗୁଡ଼ିକୁ ସୁବାସିତ ଅତରରେ ତୀବ୍ର ସୁଗନ୍ଧଯୁକ୍ତ ହେବାର କାରଣ କରାଇଛ, ଏହାର ମଧୁର ସୁବାସକୁ ସମଗ୍ର ପୃଥିବୀରେ ପରିବ୍ୟାପ୍ତ କରିଛ, ତୁମ ସ୍ୱର୍ଗୀୟ ଏକତାର ପବିତ୍ର ସୁଗନ୍ଧିକୁ ଦୂର ଦୂରାନ୍ତରେ ବିଚ୍ଛୁରିତ କରାଇଛ । 

ହେ ପବିତ୍ର ଆତ୍ମା ! ସେହି ଆତ୍ମାଗଣଙ୍କୁ ଏପରି ଜାଗ୍ରତ କରାଅ, ଯେପରି ଆତ୍ମାଗଣ ଶୁଦ୍ଧ ପ୍ରାଣୀମାନଙ୍କ ପରି ମୁକ୍ତ ଏବଂ ପବିତ୍ର ହେବେ । ପ୍ରାଣୀ ଜଗତକୁ ଏକ ନୂତନ ପରିଚ୍ଛଦରେ ଓ ଏକ ଅଦ୍ଭୂତ ପୋଷାକରେ ବିଭୂଷିତ କରିବେ । ତୁମ ବ୍ୟତୀତ ଅନ୍ୟ କାହାରିକୁ ସେମାନେ ଅନୁସନ୍ଧାନ କରିବେ ନାହିଁ । ତୁମ ସୁପ୍ରସାଦର ମାର୍ଗ ବ୍ୟତୀତ ଅନ୍ୟ କୌଣସି ମାର୍ଗରେ ପରିଚାଳିତ ହେବେନାହିଁ ଏବଂ ତୁମ ଧର୍ମର ରହସ୍ୟାବଳୀ ବ୍ୟତୀତ ଅନ୍ୟ କିଛି ବ୍ୟକ୍ତ କରିବେ ନାହିଁ । ହେ ଦୟାଳୁ ପ୍ରଭୁ ! ପବିତ୍ର ଆତ୍ମାଗଣଙ୍କର ଯାହା ସର୍ବୋଚ୍ଚ ଅଭିଳାଷ, ତାହା ପ୍ରାପ୍ତ ହେବା ନିମି ଏହି ତରୁଣକୁ ତୁମ୍ଭେ ଅନୁମତି     ପ୍ରଦାନ କର । ତୁମ ସାମର୍ଥ୍ୟଶାଳୀ ଅନୁଗ୍ରହର ପକ୍ଷ ଯାହାକି ଅନାସକ୍ତ ଏବଂ ସ୍ୱର୍ଗୀୟ ସହାୟତାର ପକ୍ଷ ଅଟେ ତାହାରି ମାଧ୍ୟମରେ ତାହାକୁ ବିଭୂଷିତ କର । ଯଦ୍ୱାରା ସେ ତୁମର ସୁକୋମଳ କରୁଣାର ପରିବେଶ ମଧ୍ୟରେ ଅତୁ୍ୟଚ୍ଚରେ ଉଡ଼ିପାରିବ । ତୁମ ସ୍ୱର୍ଗୀୟ ଦାନଗୁଡ଼ିକୁ ଗ୍ରହଣ କରିବା ନିମି ସମର୍ଥ ହୋଇପାରିବ । ଦିବ୍ୟ ମାର୍ଗ ଦର୍ଶନର ଏକ ସଂକେତ ଓ ଊଦ୍ଧ୍ୱର୍ ରାଜ୍ୟର ଜନତାଙ୍କର ଏକ ଆଦର୍ଶ ହୋଇପାରିବ । ସ୍ୱୟଂ ତୁମେ ହେଉଛ ଶକ୍ତିସଂପନ୍ନ, ମହାବଳବାନ୍, ଦିବ୍ୟଦ୍ରଷ୍ଟା ଏବଂ ଦିବ୍ୟ ଶ୍ରୋତା ।

-The Báb
-----------------------

