କ୍ଷମା (#15609)

*(ବାହଓଲ୍ଲହ୍ଙ୍କ ନବମ ଆନନ୍ଦ-ର୍ବାାରୁ ଏକ ପ୍ରାର୍ଥନା)

*.... ମନୁଷ୍ୟ ସ୧ୁଖରେ ପାପ ଓ ନିୟମ-ଲଂଘନକୁ ସ୍ୱୀକାର କରିବା ଅନୁମୋଦନୀୟ ନୁହେଁ । ...... ପାପୀ ସେ ନିଜେ ଏବଂ ଭଗବାନଙ୍କ ମଧ୍ୟରେ ହେବା ଉଚିତ୍ । କରୁଣା ସାଗରରୁ କରୁଣା ଭିକ୍ଷା କର, ବଦାନ୍ୟତାର ସ୍ୱର୍ଗରୁ କ୍ଷମା ପ୍ରାର୍ଥନା କର ଏବଂ କୁହ : 

ହେ ମୋର ପ୍ରଭୁ ! ମୁଁ ତୁମ ଆଡ଼କୁ ମୋର ମୁଖ ଅଭିମୁଖୀ କରିଅଛି । ତୁମ ଅନୁଗ୍ରହର ଅତ୍ୟା୧⁄୨ର୍ଯ୍ୟଗୁଡ଼ିକ ଉପରେ ତଥା ତୁମ କରୁଣାର ପ୍ରକାଶଗୁଡ଼ିକ ଉପରେ ତାହାର ଆଶାକୁ ତୁମେ ନିବଦ୍ଧ କରିଛ । ମୁଁ ତୁମକୁ ପ୍ରାର୍ଥନା କରୁଛି କି ତୁମ କରୁଣାର ଦ୍ୱାରଦେଶରୁ ନିରାଶକରି ଫେରାଇ ଦେବାକୁ ତୁମେ ମୋତେ ଯବଣା ଦେବନାହିଁ କି ତୁମ ଧର୍ମକୁ ଯେଉଁମାନେ ପ୍ରତ୍ୟାଖ୍ୟାନ କରିଛନ୍ତି, ତୁମର ସେହି ପ୍ରାଣୀମାନଙ୍କ ପରି ମୋତେ ପ୍ରତ୍ୟାଖ୍ୟାନ କରିବ ନାହିଁ । 

ହେ ମୋର ପରମେଶ୍ୱର, ମୁଁ ତୁମର ଜଣେ ସେବକ ଏବଂ ତୁମ ସେବକର ପୁତ୍ର । ତୁମ ଦିନଗୁଡ଼ିକରେ ତୁମର ସତ୍ୟକୁ ମୁଁ ସ୍ୱୀକାର     କରିଛି । ତୁମ ଅଦ୍ୱିତୀୟତ୍ୱକୁ ସ୍ୱୀକାର କରି, ତୁମ ଏକତାକୁ ଗ୍ରହଣ କରି ଏବଂ ତୁମର କ୍ଷମା ପାଇଁ ଆଶାକରି ତୁମ ଏକତ୍ୱର ବେଳାଭୂମି ଆଡ଼କୁ ମୋର ପଦ ବଢ଼ାଇଦେଇଛି । ତୁମେ ଯାହା ଇଚ୍ଛାକର ତାହା ସମ୍ପନ୍ନ କରାଇବାକୁ ତୁମେ ପରମ କ୍ଷମତାବାନ୍; ସର୍ବ-ଗୌରବମୟ, ଚିର-କ୍ଷମାଶୀଳ, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି । 

ହେ ପ୍ରଭୁ ! ମୋର ଭଗବାନ୍ ! ତୁମର ମହିମା ଘୋଷିତ ହେଉ । ତୁମର ସ୍ମରଣ ମୋର ସାଥୀ ହେବାକୁ, ତୁମର ପ୍ରେମ ମୋର ଶିରୋଧାର୍ଯ୍ୟ ହେବାକୁ, ତୁମର ମୁଖମଳ ମୋର ଲକ୍ଷ୍ୟ ହେବାକୁ, ତୁମର ନାମ ମୋର ପ୍ରଦୀପ ହେବାକୁ, ତୁମର ଇଚ୍ଛା ମୋର ଅଭିଳାଷ ହେବାକୁ ଏବଂ ତୁମର ଆନନ୍ଦ ମୋର ସୁଖ ହେବାକୁ, ତୁମର ମନୋନୀତ ପରମ ପୁରୁଷଙ୍କର ଦ୍ୱାହିଦେଇ, ତୁମର ଦିବ୍ୟ ଆସ୍ଥାଙ୍କ ପରମ ବହନର୍କାଙ୍କର ଦ୍ୱାହି ଦେଇ ଏବଂ ସ୍ୱୟଂ ଯାହାଙ୍କୁ ତୁମେ ତୁମ ଅବତାରମାନଙ୍କର ତଥା ତୁମ ର୍ବାାବହମାନଙ୍କର ମୋହର ହେବାକୁ ର୍ନିେଶ ଦେଇଛ, ସ୍ୱୟଂ ତାଙ୍କର ଦ୍ୱାହି ଦେଇ ମୁଁ ତୁମକୁ ସବିନୟ ଅନୁରୋଧ କରୁଅଛି । 

ହେ ମୋର ପ୍ରଭୁ ! ମୁଁ ଜଣେ ପାପୀ ଏବଂ ତୁମେ ହେଉଛ ଚିର- କ୍ଷମାଶୀଳ । ମୁଁ ତୁମକୁ ସ୍ୱୀକାର କରିବା ମାତ୍ରେ ତୁମ ପ୍ରେମର୍ପୂ  ଦୟାର ସ୧ୁନ୍ନତ ଦରବାରକୁ ଲାଭ କରିବାକୁ ମୁଁ ଅଗ୍ରସର ହୋଇଛି । ହେ ପ୍ରଭୁ ! ତୁମ ସୁ-ପ୍ରସାଦର ମାର୍ଗରେ ବେଗଗାମୀ ହେବାରୁ ଏବଂ ତୁମ ଏକତ୍ୱର ମହାସାଗରର ବେଳାଭୂମିକୁ ପ୍ରାପ୍ତ ହେବାରୁ ଯାହା ମୋତେ ପ୍ରତିବନ୍ଧକ କରିଛି ସେହି ପାପ ପାଇଁ ମୋତେ କ୍ଷମାକର । 

ହେ ମୋର ପ୍ରଭୁ ! ମୋର ଆଉ କେହି ହେଲେ ନାହାଁନ୍ତି, ଯିଏକି ମୋତେ କରୁଣାର୍ପୂ ଭାବେ ପରିଚାଳିତ କରିପାରିବ, ଯାହା ପ୍ରତି ମୁଁ ମୋର ମୁଖକୁ ଅଭିମୁଖୀ କରିପାରିବି ଏବଂ ମୋ ଉପରେ ସହାନୁଭୂତି ଦେଖାଇଲା ଭଳି କେହିହେଲେ ବ୍ୟକ୍ତି ନାହିଁ । ଯାହାଫଳରେ କି ତାହାର କରୁଣା ପ୍ରତି ମୁଁ ଆଶାୟୀ ହୋଇପାରିବି । ତୁମ ଅନୁଗ୍ରହର ଉପସ୍ଥିତିରେ ମୁଁ ତୁମକୁ ପ୍ରାର୍ଥନା କରୁଛି କି ମୋତେ ତୁମେ ଦୂରେଇ ଦିଅନାହିଁ କି ତୁମ ବଦାନ୍ୟତା ଓ କରୁଣାର ଆଶୀର୍ବାଦ ଝରଣାକୁ ମୋଠାରୁ ଅଟକାଇ ଦିଅନାହିଁ । ହେ ମୋର ପ୍ରଭୁ, ଯେଉଁମାନେ ତୁମକୁ ପ୍ରେମ କରନ୍ତି, ସେମାନଙ୍କ ପାଇଁ ତୁମେ ଯାହା ନିର୍ଦ୍ଧାରଣ କରିଛ, ତାହା ମୋ ପାଇଁ ନିର୍ଦ୍ଧାରଣ କର ଏବଂ ତୁମର ମନୋନୀତ ଭକ୍ତମାନଙ୍କ ପାଇଁ ଯାହା ତୁମେ ଲିପିବଦ୍ଧ କରିଅଛ, ତାହା     ମୋ ପାଇଁ ଲିପବଦ୍ଧ କର । ମୋର ଦୃଷ୍ଟି, ସଦାସର୍ବଦା ତୁମର ସଦୟ ଅନୁଗ୍ରହର ଦିଗ୍ବଳୟ ଉପରେ ସ୍ଥିରୀକୃତ ହୋଇଛି ଏବଂ ମୋର ଚକ୍ଷୁ ତୁମ କୋମଳ କରୁଣାର ଦରବାର ପ୍ରତି ନିର୍ନିମେଷ ନୟନରେ ଚାହିଁ ରହିଛି । ତୁମକୁ ଯାହା ଅନୁକୂଳ ହୁଏ ମୋଠାରେ ତାହା ବିଦ୍ୟମାନ କର । କ୍ଷମତାର ଭଗବାନ୍, ଗୌରବର ଈଶ୍ୱର, ସ୍ୱୟଂ ଯାହାଙ୍କ ସାହାଯ୍ୟକୁ ସକଳ ମାନବ ପ୍ରାର୍ଥନା କରନ୍ତି, ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।

-Bahá'u'lláh
-----------------------

କ୍ଷମା (#15610)

ହେ ପରମେଶ୍ୱର, ହେ ମୋର ପରମାତ୍ମା ! ତୁମର ପ୍ରକୃତ ପ୍ରେମିକମାନେ ଯେଉଁମାନେ କି ତୁମର ମଧୁର ମୂର୍ଚ୍ଛନାବାଣୀ ଦ୍ୱାରା ଏତେ ଆନନ୍ଦରେ ବିହ୍ୱଳିତ ହୋଇଛନ୍ତି, ସ୍ୱୟଂ ଯିଏ ସର୍ବ ମହିମାମୟ ଶହିଦ୍ତ୍ୱର ସ୍ଥଳ, ପରମ ଗୌରବର ଚରମ ଶିବିର ସ୍ୱୟଂ ତାଙ୍କ ଆଡ଼କୁ ସେମାନେ ଧାବମାନ ହୋଇଛନ୍ତି । ତୁମର ସେହି ପ୍ରକୃତ ପ୍ରେମିକମାନଙ୍କର ଶୋଣିତର ଦ୍ୱାହି ଦେଇ ମୁଁ ତୁମକୁ ସବିନୟ ଅନୁରୋଧ କରୁଅଛି ଏବଂ ମୋ ପାଇଁ ତଥା ମୋ ପିତାମାତାଙ୍କ ପାଇଁ କ୍ଷମା ପ୍ରଦାନ କରିବାକୁ ତୁମ ଜ୍ଞାନ ମଧ୍ୟରେ ଯାହା ନିହିତ ଅଛି, ସେହି     ରହସ୍ୟାବଳୀର ଦ୍ୱାହି ଦେଇ ତଥା ତୁମ ଅନୁଗ୍ରହର ପାରାବାର ମଧ୍ୟରେ ସଂରକ୍ଷିତ ହୋଇ ରହିଥିବା ସେହି ମୁକ୍ତାବଳୀର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଅଛି । ଯେଉଁମାନେ କରୁଣା ଦେଖାନ୍ତି, ସେହିମାନଙ୍କର ତୁମେ ହିଁ ବାସ୍ତବରେ ପରମ କାରୁଣିକ, ଚିରକ୍ଷମାଶୀଳ, ସକଳ ଅନୁଗ୍ରହର୍ପୂ । ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି । 

ହେ ପ୍ରଭୁ ! ତୁମ ଅନୁଗ୍ରହର ପାରାବାର ଆଡ଼କୁ ଅଭିମୁଖୀ ହୋଇଥିବାର ଏହି ପାପାଘ୍ନକୁ ତୁମେ ଦେଖୁଛ, ତୁମ ସ୍ୱର୍ଗୀୟ କ୍ଷମତାର ସାମ୍ରାଜ୍ୟକୁ ଅନୁସନ୍ଧାନ କରୁଥିବାର ଏହି ଶକ୍ତିହୀନକୁ ତୁମେ ଦେଖୁଛ ଏବଂ ତୁମ ସମ୍ପଦର ସୂର୍ଯ୍ୟଆଡ଼କୁ ଢଳି ରହିଥିବାର ଏହି ଅକିନ ପ୍ରାଣୀକୁ ତୁମେ ଦେଖୁଛ । ହେ ପ୍ରଭୁ, ତୁମ କରୁଣା ଓ ଅନୁଗ୍ରହର ଦ୍ୱାହି! ତାହାକୁ ନିରାଶ କରନାହିଁ କି ତୁମ ଦିନଗୁଡ଼ିକରେ ତୁମ ଆଶୀର୍ବାଦର ପ୍ରକାଶଗୁଡ଼ିକ ମଧ୍ୟରୁ ତାହାକୁ ବହିଷ୍କାର କରନାହିଁ ଏବଂ ତୁମର ସ୍ୱର୍ଗ ତଥା ପୃଥିବୀରେ ବାସ କରୁଥିବା ସମସ୍ତଙ୍କ ନିମି ତୁମେ ଯାହା ସଂର୍ପୂ ଉନ୍ମୁକ୍ତ କରିଦେଇଛି, ତୁମର ସେହି ପ୍ରବେଶ ଦ୍ୱାରଦେଶରୁ ତାହାକୁ ଦୂରେଇ ଦିଅନାହିଁ । 

ହାୟ ! ହାୟ ! ମୋର ପାପଗୁଡ଼ିକ ତୁମ ପବିତ୍ରତାର ଦିବ୍ୟ ଦରବାରକୁ ପ୍ରବେଶ କରିବାରୁ ମୋତେ ଅବରୋଧ କରିଛି ଏବଂ ମୋର ଅବୈଧ ପ୍ରବେଶ ତୁମ ମହିମାର ଦିବ୍ୟ ପ  ମପଠାରୁ ବହୁ ଦୂରରେ ରହିବାର ମୋର କାରଣ ହୋଇଛି । ଯାହା କରିବାକୁ ତୁମେ ମୋତେ ବାରଣ କରିଥିଲ, ମୁଁ ତାହା କରିଅଛି ଏବଂ ଯାହା ଅନୁଧ୍ୟାନ କରିବାକୁ ତୁମେ ମୋତେ ର୍ନିେଶ ଦେଇଥିଲ ତାହାକୁ ମୁଁ ଅମାନ୍ୟ କରିଛି । 


ତୁମର ସମୀପର୍ବୀ ହେବାକୁ ଯାହା ମୋତେ ସମର୍ଥ କରାଇବ ଏବଂ ମୋର ଅଲଙ୍ଘନୀୟ ପ୍ରବେଶରୁ ମୋତେ ପବିତ୍ର ରଖିବ, ତୁମର କ୍ଷମାଚାରଣ ତଥା ମୋ ମଧ୍ୟରେ ଯାହା ଆଗତ ହୋଇଛି, ତୁମର ସେହି କରୁଣାର ଦିବ୍ୟ ଲେଖନୀ ଦ୍ୱାରା ମୋ ପାଇଁ ଲିପିବଦ୍ଧ କରିବାକୁ, ସ୍ୱୟଂ ଯିଏ ହେଉଛନ୍ତି ଦିବ୍ୟ ନାମାବଳୀର ସାର୍ବଭୌମ ପ୍ରଭୁ ସ୍ୱୟଂ ତାଙ୍କର ଦ୍ୱାହି ଦେଇ ତୁମକୁ ମୁଁ ପ୍ରାର୍ଥନା କରୁଅଛି । 


ବାସ୍ତବିକ୍, ତୁମେ ହେଉଛ ପରମ ଶକ୍ତିମୟ, ପରମ ଅନୁଗ୍ରହର୍ପୂ । ସର୍ବଶକ୍ତିଶାଳୀ, ପରମ କାରୁଣିକ ସ୍ୱୟଂ ତୁମ ବ୍ୟତୀତ ଆଉ ଅନ୍ୟ କେହି ଈଶ୍ୱର ନାହାଁନ୍ତି ।

-Bahá'u'lláh
-----------------------

କ୍ଷମା (#15611)

ହେ ପ୍ରଭୁ, ହେ ମୋର ପରମେଶ୍ୱର ! ତୁମର ଜୟ ହଉ । ଯେତେବେଳେ ତୁମର ନାମ ସ୍ମରଣ କରିବାକୁ ମୁଁ ପ୍ରୟାସ କରୁଛି, ତୁମ ବିପକ୍ଷରେ ହୋଇଥିବା ମୋର ପାପ ଓ ଜଘନ୍ୟ ଅନଧିକାର ପ୍ରବେଶ ଦ୍ୱାରା ମୁଁ ପଛରେ ପଡ଼ିରହିଛି । ତୁମର ଅନୁଗ୍ରହରୁ ସଂର୍ପୂ ବôତ ହେବାର ମୁଁ ୍ରଅନୁମାନ କରିଥାଏ ଏବଂ ତୁମର ପ୍ରଶଂସାଗାନ କରିବାକୁ ମୁଁ ସଂର୍ପୂ ଅକ୍ଷମ ବୋଧ କରିଥାଏ । ତୁମ ଅନୁଗ୍ରହରେ ମୋର ବିରାଟ ଆସ୍ଥା ରହିଛି । ଯାହାହେଉନା କାହିଁକି, ତୁମଠାରେ ମୋର ଆଶା ସଂଚରିତ ହୁଏ ଏବଂ ମୋର ଦୃଢ଼ ନି୧⁄୨ିୟତା ଯାହାକି ତୁମେ ମୋ ସହିତ ଦୟାର୍ପୂ ଭାବେ ପରିଚାଳିତ କରିବ ତାହା ହିଁ ତୁମକୁ ମହିମାନ୍ୱିତ କରିବାକୁ ତଥା ତୁମ ଅଧିକୃତ ପଦାର୍ଥ ସମୂହ ପାଇଁ ତୁମକୁ ପଚାରିବାକୁ ମୋତେ ଅସୀମ ସାହସ ଦେବ । 
ହେ ମୋର ପରମେଶ୍ୱର ! ସକଳ ସୃଷ୍ଟ ପଦାର୍ଥକୁ ତୁମର ଯେଉଁ କରୁଣା ଅତିକ୍ରାନ୍ତ କରିଅଛି, ତୁମର ସେହି କରୁଣାର ଦ୍ୱାହି ଦେଇ ମୁଁ ତୁମକୁ ସବିନୟ ଅନୁରୋଧ କରୁଅଛି ଏବଂ ତୁମର ନାମାବଳୀର ଅତଳ ମହାସାଗରରେ ଯେଉଁମାନେ ନିମଜ୍ଜିତ ହୋଇଛନ୍ତି, ସେମାନେ ମୋତେ ମୋ ନିଜ ଠାରେ ନ ଛାଡ଼ି ଦେବାକୁ ସାକ୍ଷୀ ପ୍ରଦାନ କରନ୍ତି ।     କାରଣ ମୋର ହୃଦୟ ପାପପ୍ରବଣ ଅଟେ । ତେଣୁ ତୁମର ସୁରକ୍ଷାର ବଳୟ ମଧ୍ୟରେ ତଥା ତୁମ ଯତ୍ନର ଆଶ୍ରୟ ମଧ୍ୟରେ ମୋତେ ରକ୍ଷାକର । ହେ ମୋର ପରମେଶ୍ୱର ! ମୁଁ ହେଉଛି ସେହି ବ୍ୟକ୍ତି ଯାହାର କେବଳ ମାତ୍ର ଅଭିଳାଷ ହେଉଛି ତୁମର ଶକ୍ତିମା କ୍ଷମତା ଦ୍ୱାରା ଯାହା ତୁମେ ନିର୍ଦ୍ଧାରିତ କରିଅଛ, ତୁମର ସଦୟ ନିଯୁକ୍ତି ତଥା ତୁମ ଇଚ୍ଛାର ପ୍ରଶାସନ ଦ୍ୱାରା ସହାୟକ ହେବାକୁ ଏବଂ ତୁମର ଆଜ୍ଞା ତଥା ବିଚାରର ପ୍ରତୀକ ଦ୍ୱାରା ସାହାଯ୍ୟପ୍ରାପ୍ତ ହେବାକୁ ସବୁକିଛି ମୋ ନିଜ ପାଇଁ ମୁଁ ପସନ୍ଦ କରିଅଛି । 

ହେ ପ୍ରଭୁ, ତୁମ ପାଇଁ ଦୀର୍ଘ ଆଶାୟୀ ହୋଇ ରହିଥିବା ହୃଦୟମାନଙ୍କର ତୁମେ ହେଉଛ ପରମ ପ୍ରିୟତମ ! ତୁମର ଆରାଧ୍ୟ ସ୍ଥଳ ତଥା ତୁମର ଦିବ୍ୟ ପ  ମପ ରୂପକ ତୁମର ପବିତ୍ର ବାସସ୍ଥାନରୁ ବôତ ହେବାରେ ମୋତେ ଯାତନା ନ ଦେବା ପାଇଁ, ତୁମ ଧର୍ମର ଦିବ୍ୟ ପରିପ୍ରକାଶକଗଣ ତଥା ତୁମ ପ୍ରେରଣାର ଉଦୟସ୍ଥଳ ଏବଂ ତୁମ  ମହିମାର ଦିବ୍ୟ ବ୍ୟାଖ୍ୟାକାର ତଥା ତୁମ ପ୍ରଜ୍ଞାର ଦିବ୍ୟକୋଷାଗାର- ମାନଙ୍କର ଦ୍ୱାହି ଦେଇ ମୁଁ ତୁମକୁ ବିନମ୍ର ପ୍ରାର୍ଥନା କରୁଅଛି । ହେ ମୋର  ପ୍ରଭୁ ! ସ୍ୱୟଂ ତାଙ୍କର ପବିତ୍ର ଦରବାରକୁ ଲାଭ କରିବାକୁ, ତାଙ୍କର ଦିବ୍ୟ ଉପସ୍ଥିତିର ଚତୁଃପାଶ୍ୱର୍ରେ ପରିକ୍ରମଣ କରିବାକୁ ଏବଂ ତାଙ୍କର     ଦ୍ୱାର ଦେଶରେ ବିନମ୍ର ଭାବେ ଦାୟମାନ ହେବାକୁ ମୋତେ ସାହାଯ୍ୟ କର । 

ତୁମେ ହେଉଛ ସ୍ୱୟଂ ସେହି, ଯାହାଙ୍କର କ୍ଷମତା ଅନନ୍ତକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହି ଆସିଅଛି । ତୁମର ପ୍ରଜ୍ଞାକୁ କେହି ହେଲେ ବାଚ୍ଛନ୍ଦ କରିପାରିବେ ନାହିଁ । ତୁମେ ହେଉଛ ବାସ୍ତବିକ, କ୍ଷମତାର ଭଗବାନ୍, ଗୌରବ ଓ ବିଜ୍ଞତାର ଭଗବାନ୍ । 

ବିଶ୍ୱ ବ୍ରହ୍ମାର ପ୍ରଭୁ, ସ୍ୱୟଂ ଭଗବାନ୍ଙ୍କର ମହିମାଗାନ ହେଉ !

-Bahá'u'lláh
-----------------------

କ୍ଷମା (#15612)

ହେ ପ୍ରଭୁ ! ତୁମର ପ୍ରଶଂସାଗାନ ହେଉ । ଆମ୍ଭମାନଙ୍କ ପାପକୁ କ୍ଷମାକର, ଆମ୍ଭମାନଙ୍କ ଉପରେ କରୁଣା ଦେଖାଅ ଏବଂ ତୁମ ପାଖକୁ ପ୍ରତ୍ୟାର୍ବନ କରିବାକୁ ଆମ୍ଭଙ୍କୁ ସମର୍ଥ କର । ତୁମ ବ୍ୟତୀତ ଅନ୍ୟ କାହାଠାରେ ଆସ୍ଥା ନ ରଖିବାକୁ ଆମ୍ଭମାନଙ୍କୁ ଯାତନା ଦିଅ ଏବଂ ତୁମର ଅନୁଗ୍ରହ ମାଧ୍ୟମରେ ଆମକୁ କିଛି ମଞ୍ଜୁର କର, ଯେଉଁଗୁଡ଼ିକୁ ତୁମେ ଭଲପାଅ, ଆକାଙ୍କ୍ଷା କର ତଥା ତୁମକୁ ଯାହା ଉମ ରୂପେ ଉପଯୋଗୀ କରାଇଥାଏ, ଯେଉଁମାନେ ତୁମକୁ ବାସ୍ତବରେ ବିଶ୍ୱାସ     କରିଛନ୍ତି, ସେମାନଙ୍କର ସ୍ଥାନକୁ ମହିମାନ୍ୱିତ କର ଏବଂ ସେମାନଙ୍କୁ ତୁମର ସଦୟ କ୍ଷମାଗୁଣରେ କ୍ଷମା ପ୍ରଦାନ କର । 

ବାସ୍ତବରେ, ତୁମେ ହେଉଛ ସଂକଟରେ ପରମ ସହାୟ, ସ୍ୱୟଂଭୁ ।

-Bahá'u'lláh
-----------------------

କ୍ଷମା (#15613)

ହେ ସ୍ୱୟଂ ତୁମେ କ୍ଷମାମୟ ପ୍ରଭୁ ! ସ୍ୱୟଂ ତୁମେ ହେଉଛ ତୁମର ଏହି ସକଳ ସେବକମାନଙ୍କର ଆଶ୍ରୟଦାତା । ତୁମେ ଗୁପ୍ତ ତଥ୍ୟକୁ ଜାଣିପାର ଏବଂ ସକଳ ବସ୍ତୁର ଜ୍ଞାତା ଅଟ । ଆମ୍ଭେ ସମସ୍ତେ ଅସହାୟ ଏବଂ ତୁମେ ହେଉଛ ସର୍ବଶକ୍ତିମାନ୍, ଅସୀମ କ୍ଷମତାସମ୍ପନ୍ନ । ଆମ୍ଭେମାନେ ସମସ୍ତେ ପାପୀ ଏବଂ ତୁମେ ହେଉଛ ପାପଗୁଡ଼ିକର ମାର୍ଜନାକାରୀ, କରୁଣାମୟ, ଅନୁଗ୍ରହଦାତା । ହେ ପ୍ରଭୁ ! ଆମ୍ଭମାନଙ୍କ ମନ୍ଦ ଆଚରଣଗୁଡ଼ିକୁ ଦେଖନାହିଁ । ତୁମର ଅନୁଗ୍ରହ ତଥା କରୁଣା ଅନୁଯାୟୀ ଆମ୍ଭମାନଙ୍କୁ ପରିଚାଳିତ କର । ଆମ୍ଭମାନଙ୍କ ମନ୍ଦ ପ୍ରବୃି ଅନେକ ପ୍ରକାର, ମାତ୍ର ତୁମର କ୍ଷମାର ମହାସାଗର ଅସୀମ, ଅତୁଳନୀୟ । ଆମ୍ଭମାନଙ୍କ ଦୁର୍ବଳତା ଅକଥନୀୟ, ମାତ୍ର ତୁମର ସାହାଯ୍ୟ ଓ ସହାୟତାର ପ୍ରମାଣ ପ୍ରାଞ୍ଜଳ । ତେଣୁ ଆମ୍ଭମାନଙ୍କୁ ସ୍ୱୀକୃତି ତଥା ଶକ୍ତିଶାଳୀ କର । ତୁମର ପବିତ୍ର ଦ୍ୱାରଦେଶରେ ଯାହା     ଯୋଗ୍ୟ ବିବେଚିତ ହୁଏ, ତାହା କରିବାକୁ ଆମ୍ଭମାନଙ୍କୁ ସମର୍ଥ କରାଅ । ଆମ୍ଭମାନଙ୍କ ହୃଦୟକୁ ଆଲୋକିତ କର, ଆମ୍ଭମାନଙ୍କୁ ଦିବ୍ୟ ଦୃଷ୍ଟି ତଥା ଜାଗ୍ରତ ଶ୍ରୁତି ପ୍ରଦାନ କର । ମୃତକୁ ପୁନର୍ଜୀବିତ କର ଏବଂ ରୁଗ୍ଣକୁ ଆରୋଗ୍ୟ କରାଅ । ଦରିଦ୍ରକୁ ଭାର ତଥା ଭୟାତୁରକୁ ପ୍ରଶାନ୍ତି ଓ ନିରାପା ଯୋଗାଇଦିଅ । ତୁମ ଦିବ୍ୟ ସାମ୍ରାଜ୍ୟରେ ଆମ୍ଭମାନଙ୍କୁ ଗ୍ରହଣ କର ଏବଂ ପଥ ପ୍ରଦର୍ଶନ ଆଲୋକରେ ଆମ୍ଭମାନଙ୍କୁ ଦୀପ୍ତିମାନ କର । ତୁମେ ହେଉଛ କ୍ଷମତାବାନ୍ ଏବଂ ସର୍ବଶକ୍ତିଶାଳୀ । ତୁମେ ହେଉଛ ପରମ ଉଦାର । ତୁମେ ହେଉଛ ପରମ କ୍ଷମାମୟ । ତୁମେ ହେଉଛ ପରମ ଦୟାଳୁ ।

-`Abdu'l-Bahá
-----------------------

