ଏକତା (#15514)

ହେ ମୋର ଈଶ୍ୱର ! ହେ ମୋର ପରମେଶ୍ୱର ! ତୁମର ସେବକମାନଙ୍କ ହୃଦୟ ମିଳନ କର ଓ ତୁମର ମହତ ଉଶ୍ୟେ ସେମାନଙ୍କୁ ପ୍ରକାଶ କର । ସେମାନେ ତୁମ ଆଦେଶ ପାଳନ କରନ୍ତୁ ଏବଂ ତୁମ ନୀତି ନିୟମରେ ଚଳନ୍ତୁ । ହେ ଈଶ୍ୱର ! ସେମାନଙ୍କର ଉଦ୍ୟମରେ ସେମାନଙ୍କୁ ସାହାଯ୍ୟ କର ଏବଂ ତୁମର ସେବା କରିବା ପାଇଁ ସେମାନଙ୍କୁ ଶକ୍ତି ଦିଅ । ହେ ଈଶ୍ୱର ! ସେମାନଙ୍କୁ ସେମାନଙ୍କ ଉପରେ ଛାଡ଼ିଦିଅ ନାହିଁ, କିନ୍ତୁ ତୁମ୍ଭ ଜ୍ଞାନାଲୋକରେ ସେମାନଙ୍କର ପାଦ କଢ଼ାଇ ନିଅ ଏବଂ ତୁମ୍ଭର ପ୍ରେମ ସ୍ପର୍ଶତାରେ ସେମାନଙ୍କର ହୃଦୟକୁ ଆହ୍ଲାଦିତ କର । ବାସ୍ତବିକ, ତୁମ୍ଭେ ହେଉଛ ସେମାନଙ୍କର ସାହାଯ୍ୟକାରୀ ଓ ପ୍ରଭୁ ।

-Bahá'u'lláh
-----------------------

ଏକତା (#15515)

ହେ ଈଶ୍ୱର ! ଅନୁମତି ଦିଅ ଯେ ତୁମ ଏକତାର ଆଲୋକ ସମଗ୍ର ପୃଥିବୀକୁ ଆଚ୍ଛାଦିତ କରୁ ଏବଂ ସବୁ     ଲୋକମାନଙ୍କ କପାଳରେ ଏହା ଈଶ୍ୱରଙ୍କ ରାଜ୍ୟ ବୋଲି ମୁଦ୍ରିତ ହୋଇଯାଉ ।

-Bahá'u'lláh
-----------------------

ଏକତା (#15516)

ହେ ଈଶ୍ୱର, ମନୁଷ୍ୟଜାତି ପ୍ରତି ତୁମେ ପ୍ରେମ ପ୍ରକାଶ କରିଥିବା ହେତୁ ତୁମର ମହିମା ଘୋଷିତ ହେଉ । ହେ ଆମର ଜୀବନ ଓ ଆଲୋକ ! ତୁମ ମାର୍ଗରେ, ତୁମ ସେବକଗଣଙ୍କୁ ପରିଚାଳିତ କର ଏବଂ ଆମକୁ ତୁମଠାରେ ସମୃଦ୍ଧ କରାଅ ଓ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ମୁକ୍ତ ରଖ । 

ହେ ଈଶ୍ୱର ! ଆମ୍ଭମାନଙ୍କୁ ତୁମ ଏକତ୍ୱ ବିଷୟରେ ଶିକ୍ଷା ଦିଅ ଓ ତୁମ ଏକତାର ଏକ ଅନୁଭବ ଆମକୁ ପ୍ରଦାନ କର, ଯ୍ୱାରା ଆମେ ତୁମ ବ୍ୟତୀତ ଅନ୍ୟ କାହାକୁ ଅବଲୋକନ କରିବୁ ନାହିଁ । ତୁମେ ହେଉଛ କରୁଣାମୟ ଓ ବଦାନ୍ୟତା ପ୍ରଦାୟକ ! 

ହେ ଈଶ୍ୱର ! ତୁମ ପ୍ରିୟଜନମାନଙ୍କ ହୃଦୟରେ ତୁମ ପ୍ରେମର- ବହ୍ନି ସୃଷ୍ଟି କର, ଯ୍ୱାରା ଏହା ତୁମ୍ଭ ବ୍ୟତୀତ ଅନ୍ୟ ସମସ୍ତ ବିଷୟର  ଚିନ୍ତାକୁ ଦଗ୍ଧିଭୂତ କରିଦେଇପାରିବ । 

ହେ ଈଶ୍ୱର, ତୁମର ସା ସର୍ବଦା ରହିଛି ଏବଂ ରହିଥିବ ମଧ୍ୟ, ତଥା ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି ବୋଲି ତୁମରି ଏହି ମହାନ୍ ଅବିନଶ୍ୱରତାକୁ ଆମ ନିକଟରେ ପ୍ରକାଶ କର । କେବଳ ତୁମଠାରେ ହିଁ ଆମେ ସାନ୍ତ୍ୱନା ଓ ଶକ୍ତି ପାଇପାରିବୁ ।

-Bahá'u'lláh
-----------------------

ଏକତା (#15517)

ହେ ତୁମେ ସକଳ ପ୍ରଭୁଙ୍କର ପ୍ରଭୁ ! ମୁଁ ସାକ୍ଷୀ ଦେଉଛି ଯେ ତୁମେ ସକଳ ସୃଷ୍ଟିର ପ୍ରଭୁ ଅଟ ଏବଂ ଦୃଶ୍ୟ ଓ ଅଦୃଶ୍ୟ ସକଳ ପ୍ରାଣୀମାନଙ୍କ ଦିବ୍ୟ ଶିକ୍ଷାଦାତା ଅଟ । ମୁଁ ସାକ୍ଷୀ ଦେଉଛି ଯେ ତୁମର କ୍ଷମତା ସମଗ୍ର ବିଶ୍ୱକୁ ପରିବେଷ୍ଟନ କରିଛି ଏବଂ ପୃଥିବୀର ଅଗଣିତ ବ୍ୟକ୍ତି ତୁମକୁ କେବେହେଲେ ଆତଙ୍କିତ କରିପାରିବେ ନାହିଁ କିମ୍ବା ସକଳ ଜନତାଙ୍କ ଆଧିପତ୍ୟ ତଥା ରାଷ୍ଟ୍ରସମୂହ ତୁମର ଉଶ୍ୟେକୁ ପରିପୂରଣ କରିବାଠାରୁ ତୁମକୁ ପ୍ରତିରୋଧ କରିପାରିବେ ନାହିଁ । ମୁଁ ସ୍ୱୀକାର କରୁଛି ଯେ, ସମଗ୍ର ପୃଥିବୀର ଉନ୍ନତି ସାଧନ ଏବଂ ଏହାର ଲୋକମାନଙ୍କ ମଧ୍ୟରେ ଏକତା ସ୍ଥାପନ ତଥା ତନ୍ମଧ୍ୟରେ ବାସ କରୁଥିବା ସକଳ ଜନତାଙ୍କ ମୁକ୍ତି ବ୍ୟତୀତ ତୁମର ଅନ୍ୟ କୌଣସି ଆକାଙ୍କ୍ଷା ନାହିଁ ।

-Bahá'u'lláh
-----------------------

ଏକତା (#15518)

ହେ ମୋର ପରମେଶ୍ୱର ! ହେ ମୋର ଭଗବାନ୍ ! ମୁଁ ତୁମକୁ ପ୍ରାର୍ଥନା କରୁଛି ଏବଂ ତୁମ ଦ୍ୱାରଦେଶରେ ଅନୁନୟ ହୋଇ ମିନତି କରୁଛି ଯେ, ଏହି ଆତ୍ମାମାନଙ୍କ ଉପରେ ତୁମର ସମସ୍ତ କରୁଣା ଅଜାଡ଼ି ଦିଅ । ତୁମର ଅନୁକମ୍ପା ଓ ସତ୍ୟତା ନିମନ୍ତେ ସେମାନଙ୍କୁ ଉପଯୋଗୀ କରାଅ । 

ହେ ପ୍ରଭୁ ! ଲୋକମାନଙ୍କ ହୃଦୟକୁ ଏକତ୍ର ବାନ୍ଧିଦିଅ, ସକଳ ଆତ୍ମାଙ୍କୁ ସମନ୍ୱୟରେ ମିଳିତ କରାଅ, ତଥା ତୁମ ପବିତ୍ରତା ଓ ଏକତ୍ୱର ସଙ୍କେତାବଳୀ ମାଧ୍ୟମରେ ସେମାନଙ୍କର ଆତ୍ମାକୁ ଉଲ୍ଲସିତ କର । ହେ ପ୍ରଭୁ ! ତୁମ ଏକତ୍ୱର ଆଲୋକରେ ସେମାନଙ୍କ ମୁଖକୁ ଦୀପ୍ତିମାନ କର । ତୁମ ସାମ୍ରାଜ୍ୟର ସେବାରେ ତୁମ ସେବକଗଣଙ୍କ କଟୀଦେଶକୁ ମଜ୍ଭୁତ କର । 

ହେ ପ୍ରଭୁ ! ତୁମେ ଅସୀମ କରୁଣାର ଅଧିକାରୀ ! ହେ କ୍ଷମା ଓ ମାର୍ଜନାର ପ୍ରଭୁ ! ଆମ୍ଭମାନଙ୍କର ପାପକୁ କ୍ଷମା କର, ଆମ୍ଭମାନଙ୍କ ଦୋଷ ଦୁର୍ବଳତାକୁ ମାର୍ଜନା କର ଏବଂ ତୁମ କରୁଣାର ସାମ୍ରାଜ୍ୟ ଆଡ଼କୁ ଅଭିମୁଖୀ ହେବା ପାଇଁ, ଶକ୍ତି ଓ ସାମର୍ଥ୍ୟର ସାମ୍ରାଜ୍ୟକୁ ପ୍ରାପ୍ତ ହେବା ପାଇଁ, ତୁମର ସମାଧିପୀଠରେ ବିନମ୍ର ପ୍ରଣିପାତ କରିବା     ପାଇଁ ତଥା ତୁମର ପ୍ରତ୍ୟକ୍ଷ ପ୍ରମାଣାବଳୀର ଗୌରବ ସ୧ୁଖରେ ସମର୍ପିତ ହେବା ପାଇଁ ଆମ୍ଭମାନଙ୍କୁ କାରଣ କରାଅ । 





ହେ ପ୍ରଭୁ, ପରମେଶ୍ୱର ! ଆମ୍ଭମାନଙ୍କୁ ସାଗରର ଉର୍ମିମାଳା ସଦୃଶ କର । ଉଦ୍ୟାନର ପୁଷ୍ପରାଜି ସଦୃଶ କର । ତୁମ ପ୍ରେମର ଅନୁକମ୍ପା ମାଧ୍ୟମରେ ଆମ୍ଭମାନଙ୍କୁ ଏକତ୍ରିତ କରି ଏକ ମନରେ ପରିଣତ କର । ହେ ପ୍ରଭୁ ! ତୁମ ଅଦ୍ୱିତୀୟତ୍ୱର ସଂକେତ ମାଧ୍ୟମରେ ବକ୍ଷସମୂହକୁ ପ୍ରସାରିତ କର ଏବଂ ସମଗ୍ର ମାନବଜାତିକୁ ଗୌରବର ସମ ଶିଖରରୁ ବିକିରିତ ହେଉଥିବା ତାରକା ସଦୃଶ, ଜୀବନର ଦିବ୍ୟ ତରୁ ଉପରେ ବୃଦ୍ଧିପ୍ରାପ୍ତ ହେଉଥିବା ପକ୍ୱଫଳ ସଦୃଶ ଗଢ଼ିତୋଳ । 
ସତ୍ୟତଃ, ତୁମେ ହେଉଛ ଶକ୍ତିଶାଳୀ, ସ୍ୱନିର୍ଭରଦାତା, କ୍ଷମାଶୀଳ, ମାର୍ଜନାକାରୀ, ସର୍ବତ୍ର ବିଦ୍ୟମାନ୍, ଏକମେବ ସୃଷ୍ଟିର୍କା ।

-The Báb
-----------------------

