ଉପବାସ (#15618)

*(ଉପବାସ ଏକ ବାର୍ଷିକ ଅବସର ଭାବରେ ର୍ନିେଶିତ ହୋଇଛି ଏବଂ ବାହଈ ବର୍ଷର ଶେଷ ମାସ ନାମରେ ନାମିତ ହୋଇଛି । ଏହା ମାର୍ଚ୍ଚ ୨ ତାରିଖରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ରହିଥାଏ । ଏହି ଦିବସଗୁଡ଼ିକ ମଧ୍ୟରେ ସୂର୍ଯେ୍ୟାଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ କୌଣସି ଖାଦ୍ୟ କିମ୍ବା କୌଣସି ପାନୀୟ ଗ୍ରହଣ କରାଯାଇ ନଥାଏ । ଏହି ସମୟ ହେଉଛି ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ନବୀକରଣର ସମୟ । ଏହି ଦିବସଗୁଡ଼ିକ ମଧ୍ୟରେ ପ୍ରତୁ୍ୟଷ ପ୍ରାର୍ଥନା ଅତ୍ୟନ୍ତ ବିସ୍ତାରିତ ଭାବରେ ବ୍ୟବହୃତ ହୋଇଥାଏ । ପନ୍ଦର ବର୍ଷରୁ କମ୍ ବୟସ ହୋଇଥିବା ବ୍ୟକ୍ତି, ଯାତ୍ରୀ, ଅସୁସ୍ଥ, ଦୁର୍ବଳ ଏବଂ କୋଳରେ ଶିଶୁ ଥିବା ମାମାନେ ଉପବାସରୁ ନିବୃ ରହିବା ଅନୁମତିପ୍ରାପ୍ତ ଅଟନ୍ତି ।) 

ହେ ପ୍ରଭୁ, ହେ ମୋର ପରମେଶ୍ୱର ! ତୁମର ସ୍ତୁତିଗାନ ହେଉ । ଏହି ଦିବ୍ୟ ପ୍ରକାଶ ଯାହାଦ୍ୱାରା ଅନ୍ଧକାର ଆଲୋକରେ ରୂପାନ୍ତରିତ ହୋଇଛି, ଯାହା ମାଧ୍ୟମରେ ବହୁଜନ ସେବିତ ଦେବସ୍ଥାନ ନିର୍ମିତ ହୋଇଛି, ଲିଖିତ ଫଳକଲିପି ପ୍ରକାଶିତ ହୋଇଛି ଏବଂ ବିସ୍ତୃତ ନାମାବଳୀ ଉନ୍ମୋଚିତ ହୋଇଛି, ତାହାରି ଦ୍ୱାହି ଦେଇ ମୁଁ ବିନୀତ     ଅନୁରୋଧ କରେ କି, ସବୁଠାରୁ ଶ୍ରେଷ୍ଠ ତୁମ ଗୌରବର ସ୍ୱର୍ଗ ମଧ୍ୟକୁ ଉଡ଼ିଯିବା ପାଇଁ ଯାହା ଆମକୁ ସାମର୍ଥ୍ୟ ପ୍ରଦାନ କରିବ ଏବଂ ଯେଉଁ ସଂଶୟ ସନେ୍ଦହୀମାନଙ୍କୁ ତୁମ ଏକାତାର ତମ୍ବୁ ମଧ୍ୟରେ ପ୍ରବେଶ କରିବା ପଥରେ ବାଧା ସୃଷ୍ଟି କରୁଛି ତାହାର କଳଙ୍କରୁ ଆମକୁ ଯାହା ଧୌତ କରିପାରିବ, ତାହାକୁ ମୋ ପାଇଁ ଏବଂ ମୋର ସହଚରମାନଙ୍କ ପାଇଁ ପ୍ରେରଣ କର । 

ହେ ମୋର ପ୍ରଭୁ ! ତୁମ ପ୍ରେମମୟ କରୁଣାର ରଜ୍ଜୁକୁ ମୁଁ ଦୃଢ଼ ଭାବେ ଧାରଣ କରିଛି ଓ ତୁମ କରୁଣା ତଥା ଅନୁକମ୍ପାର ବସନାଳ ପ୍ରତି ସଂଲଗ୍ନ ହୋଇ ରହିଛି । ମୁଁ ତଥା ମୋ ପ୍ରିୟଜନମାନଙ୍କ ପାଇଁ ଇହଲୋକ ଓ ଆଗାମୀ ଲୋକର ମହତ ବିଷୟ ବିଧାନ କର । ତୁମ ସୃଷ୍ଟ ଜୀବମାନଙ୍କ ମଧ୍ୟରେ ମନୋନୀତ ବ୍ୟକ୍ତିମାନଙ୍କ ପାଇଁ ତୁମେ ନିର୍ଦ୍ଧାରିତ କରିଥିବା ନିଗୂଢ଼ ଉପହାର ସେମାନଙ୍କୁ ପ୍ରଦାନ କର । 

ହେ ମୋର ପ୍ରଭୁ ! ତୁମର ସେବକମାନଙ୍କୁ ଏହି ଦିବସଗୁଡ଼ିକରେ ଉପବାସ ପାଳନ ପାଇଁ ତୁମେ ର୍ନିେଶ ଦେଇଛ । ଯିଏ ତୁମ ବ୍ୟତୀତ ଅନ୍ୟ ସମସ୍ତ ବିଷୟରୁ ଅସଂଲଗ୍ନ ରହି କେବଳ ତୁମେ କହିଥିବା ଯୋଗୁ ହିଁ ଉପବାସ ପାଳନ କରନ୍ତି, ସେ ଭାଗ୍ୟବାନ ଅଟନ୍ତି । ତୁମକୁ ମାନିବା ପାଇଁ ତଥା, ତୁମ ର୍ନିେଶକୁ ଦୃଢ଼ ଭାବରେ     ଅନୁସରଣ କରିବା ପାଇଁ ମୋତେ ଓ ସେମାନଙ୍କୁ ସହାୟତା ପ୍ରଦାନ କର । ବାସ୍ତବିକ, ତୁମର ମନୋନୀତ କାର୍ଯ୍ୟାବଳୀକୁ ସମ୍ପନ୍ନ କରିବା ନିମି ତୁମର କ୍ଷମତା ରହିଛି । 

ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାଁନ୍ତି । ତୁମେ ହିଁ ସର୍ବଜ୍ଞାତା, ସର୍ବବିଜ୍ଞ । ସକଳ ଜଗତର ପ୍ରଭୁ ସ୍ୱୟଂ ପରମେଶ୍ୱରଙ୍କ ପ୍ରଶଂସାଗାନ ହେଉ ।

-Bahá'u'lláh
-----------------------

ଉପବାସ (#15619)

ହେ ଦିବ୍ୟ ବିଧାତା ! ଦୈହିକ କାମନାଗୁଡ଼ିକରୁ ମୁଁ ଯେପରି ବିରତ ହୋଇଛି ଏବଂ କୌଣସି ଖାଦ୍ୟ ତଥା ପାନୀୟରୁ ଯେପରି ନିବୃ ଅଛି, ଠିକ୍ ସେହିପରି ମୋର ହୃଦୟକୁ ତୁମ ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରେମଠାରୁ ଶୁଦ୍ଧ ଏବଂ ପରିଷ୍କୃତ କରିଦିଅ ଏବଂ ଭ୍ରଷ୍ଟ ଇଚ୍ଛା ଏବଂ ଶଇତାନ୍ ପ୍ରବୃିଗୁଡ଼ିକରୁ ମୋର ଆତ୍ମାକୁ ସୁରକ୍ଷିତ ରଖ, ଯାହାଫଳରେ ମୋର ଚେତନା ପବିତ୍ରତାର ପ୍ରଶ୍ୱାସ ସହ ସଂଳାପ କରିପାରିବ ଏବଂ ତୁମ ବ୍ୟତୀତ ଉଲ୍ଲେଖ କରାଯାଇଥିବା ସକଳ ବସ୍ତୁରୁ ଉପବାସ ରହିପାରିବ ।

-`Abdu'l-Bahá
-----------------------

