ଆରୋଗ୍ୟ (#15493)

ଯେଉଁ ପ୍ରାର୍ଥନାଗୁଡ଼ିକ ଆରୋଗ୍ୟ ନିମି ପ୍ରକାଶିତ ହୋଇଛି, ସେଗୁଡ଼ିକ ଉଭୟ ଶାରୀରିକ ଏବଂ ଆଧ୍ୟାତ୍ମିକ ଆରୋଗ୍ୟ ପାଇଁ ପ୍ରଯୁଜ୍ୟ । ତେଣୁ ସେଗୁଡ଼ିକୁ ଉଭୟ ଆତ୍ମା ଓ ଶରୀରର ଆୋଗ୍ୟ ନିମନ୍ତେ ଆବୃି କର .....ା 
- ଆବ୍ଦୋଲ୍-ବାହ

ହେ ଈଶ୍ୱର, ମୋର ପରମେଶ୍ୱର ! ତୁମ ଆରୋଗ୍ୟକାରକ ମହାସାଗର, ତୁମ ଅନୁଗ୍ରହର ସୂର୍ଯ୍ୟଙ୍କ ଦୀପ୍ତି ଏବଂ ତୁମ ମହାନ୍ ନାମର ଦ୍ୱାହିଦେଇ ମୁଁ ତୁମକୁ ଅନୁନୟ କରୁଛି ଯେ, ଯାହା ମାଧ୍ୟମରେ ତୁମ ସେବକଗଣଙ୍କୁ ବଶୀଭୂତ କରିଛ, ତୁମ ମହାନ୍ ବାଣୀର ପରିବ୍ୟାପ୍ତ କ୍ଷମତା ଦ୍ୱାରା ଏବଂ ତୁମ ସର୍ବମହାନ୍ ଲେଖନୀର ପ୍ରଭାବ ଦ୍ୱାରା ତଥା ତୁମ କରୁଣା ଦ୍ୱାରା ଯାହା ସ୍ୱର୍ଗ ଓ ର୍ମ୍ୟରେ ବାସ କରୁଥିବା ସମସ୍ତଙ୍କର ସୃଷ୍ଟି ଆଗତ ହୋଇଛି, ତାହାରି ଦ୍ୱାହି ଦେଇ ମୁଁ ତୁମକୁ ବିନୀତ ପ୍ରାର୍ଥନା କରୁଛି ଯେ, ସମସ୍ତ ଦୁଃଖ ଏବଂ ବିଶୃଙ୍ଖଳାଠାରୁ ତଥା ସମସ୍ତ ଦୁର୍ବଳତା ଓ ଶକ୍ତିହୀନତାଠାରୁ ମୋତେ ତୁମର କରୁଣାର ଜଳରେ ପବିତ୍ର କରିଦିଅ । 
ତୁମେ ତ ଜାଣିଛ, ହେ ମୋର ପ୍ରଭୁ ! ଯିଏ ତୁମ କରୁଣାର ଦ୍ୱାରା ଦେଶରେ ଶରଣାପନ୍ନ ହୋଇଛି ଏବଂ ଯିଏ ତୁମ ଉଦାରତାର ରଜ୍ଜୁକୁ ଦୃଢ଼ଭାବରେ ଧାରଣ କରି ତୁମଠାରେ ଭରଷା ରଖିଛି ତଥା ଯେଉଁ ପଦାର୍ଥଗୁଡ଼ିକୁ ସେ ତୁମ କୃପାର ମହାସାଗରରୁ ଏବଂ ତୁମ ପ୍ରେମର୍ପୂ ଦୟାର ସୂର୍ଯ୍ୟଙ୍କଠାରୁ ଆଶାପୋଷଣ କରିଛି, ସେମାନଙ୍କୁ ସେଥିରୁ ବôତ କରନାହିଁ । ଏଥିପାଇଁ ମୁଁ ତୁମଠାରେ ପ୍ରାର୍ଥନା କରୁଛି ।  

 ତୁମ୍ଭଙ୍କୁ ଯାହା ଆନନ୍ଦ ଦିଏ, ତାହା ସମ୍ପନ୍ନ କରିବା ପାଇଁ ତୁମେ ସାମର୍ଥ୍ୟବାନ୍ । ତୁମ ବ୍ୟତୀତ ଅନ୍ୟ କେହି ଈଶ୍ୱର ନାହାନ୍ତି, ତୁମେ ସଦା କ୍ଷମାଶୀଳ, ସର୍ବ କରୁଣାମୟ ।

-Bahá'u'lláh
-----------------------

ଆରୋଗ୍ୟ (#15494)

ହେ ମୋର ଈଶ୍ୱର ! ତୁମ ନାମ ହିଁ ମୋର ଆରୋଗ୍ୟ ତଥା ତୁମର ସ୍ମରଣ ହିଁ ମୋର ଉପଚାର । ତୁମର ସାନିଧ୍ୟ ହିଁ ମୋର ଆଶା, ତୁମ ପ୍ରେମ ହିଁ ମୋର ସହଚର । ମୋ ପ୍ରତି ତୁମର ଦୟା ହିଁ ମୋର ଆରୋଗ୍ୟ ତଥା ଉଭୟ ଇହଲୋକ ଓ ପରଲୋକରେ ମୋର ସହାୟ । ବାସ୍ତବିକ୍, ତୁମେ ହିଁ ସର୍ବବଦାନ୍ୟ, ସର୍ବଜ୍ଞାତା, ସର୍ବବିଜ୍ଞ ।

-Bahá'u'lláh
-----------------------

ଆରୋଗ୍ୟ (#15495)

ତୁମର ମହିମାଗାନ ହେଉ । ହେ ପ୍ରଭୁ, ମୋର ପରମେଶ୍ୱର ! ଯେଉଁ ମାଧ୍ୟମରେ ସ୍ୱୟଂ ସେହି, ଯିଏ ହେଉଛନ୍ତି ଦିବ୍ୟ ସୌନ୍ଦର୍ଯ୍ୟ, ତୁମର ଧର୍ମ ସିଂହାସନ ଉପରେ ଅଧିଷ୍ଠିତ ହୋଇଛନ୍ତି- ସେହି ନାମର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି, ଯେଉଁ ନାମ ମାଧ୍ୟମରେ ତୁମେ ସମସ୍ତ ପଦାର୍ଥକୁ ପରିର୍ବନ କରିଥାଅ, ସମସ୍ତ ବସ୍ତୁକୁ ଏକତ୍ରିତ କରିଥାଅ, ସମସ୍ତ ପଦାର୍ଥକୁ ହିସାବ ଦେବାକୁ ଆହ୍ୱାନ କରିଥାଅ, ସମସ୍ତ ବସ୍ତୁକୁ ପୁରସ୍କୃତ କରିଥାଅ ଏବଂ ସମସ୍ତ ପଦାର୍ଥକୁ ସଂରକ୍ଷଣ କରିଥାଅ ଓ ସର୍ବଦା ପରିଚାଳିତ କରିଥାଅ- ସେହି ନାମରେ ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି, ଯେ, ଏହି ସେବିକାକୁ ସୁରକ୍ଷାରେ ରଖ, ଯିଏ ତୁମ ନିକଟରେ ଆଶ୍ରୟ ନେବାପାଇଁ ଶରଣାପନ୍ନ ହୋଇଛି ଏବଂ ଯାହାଙ୍କଠାରେ ତୁମେ ସ୍ୱୟଂ ନିଜକୁ ପ୍ରକାଶ କରିଛ । ସ୍ୱୟଂ ତାଙ୍କଠାରେ ସେ ଆଶ୍ରୟ ସନ୍ଧାନ କରିଛି ତଥା ତାହାର ସମସ୍ତ ଆସ୍ଥା ଓ ଦୃଢ଼ବିଶ୍ୱାସ ତୁମ ଠାରେ ସ୍ଥାପନ କରିଛି । 

ହେ ମୋର ଭଗବାନ୍ ! ସେହି ସେବିକା ରୋଗଗ୍ରସ୍ତ ଏବଂ ତୁମ ଆରୋଗ୍ୟକାରକ ବୃକ୍ଷର ଛାୟାତଳେ ସେ ପ୍ରବେଶ କରିଛି; ସେ ଯବଣାରେ ପୀଡ଼ିତ ଏବଂ ତୁମ ସୁରକ୍ଷା ନଗରୀରେ ଶରଣାପନ୍ନ; ସେ ରୁଗ୍ଣ ଏବଂ ତୁମ ଅନୁଗ୍ରହର ଉକୁ ଅନୁସନ୍ଧାନ କରିଛି । ସେ ଯବଣାରେ ପରିତ୍ୟକ୍ତ ଏବଂ ତୁମ ପ୍ରଶସ୍ତମୟ ବାଣୀର ନିର୍ଝରକୁ ପ୍ରାପ୍ତ ହେବା ନିମନ୍ତେ କ୍ଷୀପ୍ର ଗତିରେ ଆଗେଇ ଯାଇଛି । ସେ ପାପରେ ଭାରାକ୍ରାନ୍ତ ଏବଂ ତୁମ କ୍ଷମାର ଦରବାର ଆଡ଼କୁ ତାହାର ମୁଖ ଉନ୍ମୁଖ କରିଛି । 

ହେ ମୋର ଭଗବାନ୍, ମୋର ପ୍ରିୟତମ ! ଏହି ସେବିକାକୁ ତୁମ ଉପଶମକାରକ ତଥା ତୁମ ଆରୋଗ୍ୟକାରକ ପରିଚ୍ଛଦରେ ତୁମ ସାର୍ବଭୌମ କ୍ଷମତା ଏବଂ ତୁମ ପ୍ରେମର୍ପୂ ଅନୁକମ୍ପା ଦ୍ୱାରା ବିଭୂଷିତ କର ତଥା ତୁମ କୃପା ଓ ଅନୁଗ୍ରହ ପିଆଲାରୁ ତାହାକୁ ଆକଣ୍ଠ ପାନ କରିବାକୁ ଦିଅ । ପ୍ରତ୍ୟେକ ଦୁଃଖ ଓ ଅସୁସ୍ଥତାରୁ, ପ୍ରତ୍ୟେକ ବ୍ୟଥା ଓ ରୋଗଗ୍ରସ୍ତରୁ ଏବଂ ଯାହା ତୁମ ପ୍ରତି ଘୃଣ୍ୟ ସେଥିରୁ ତାହାକୁ ସୁରକ୍ଷିତ ରଖ । 

ସତ୍ୟତଃ, ସ୍ୱୟଂ ତୁମ ବ୍ୟତୀତ ଅନ୍ୟ ସମସ୍ତଙ୍କଠାରୁ ତୁମେ ଅପରିମେୟ ଭାବେ ମହୀୟାନ୍ ଅଟ । ବାସ୍ତବିକ୍, ତୁମେ ହେଉଛ ଦିବ୍ୟ ଆରୋଗ୍ୟକାରକ, ସର୍ବ ପ୍ରୟୋଜନର ପୂରଣକାରୀ, ଦିବ୍ୟ ସଂରକ୍ଷକ, ଚିର କ୍ଷମାଶୀଳ, ପରମ କରୁଣାମୟ ।

-Bahá'u'lláh
-----------------------

ଆରୋଗ୍ୟ (#15496)

ହେ ମୋର ପରମେଶ୍ୱର ! ତୁମେ ହେଉଛ ସେହି ଦିବ୍ୟପୁରୁଷ, ସ୍ୱୟଂ ଯାହାଙ୍କ ନାମାବଳୀ ମାଧ୍ୟମରେ ରୁଗ୍ଣ ବ୍ୟକ୍ତିଗଣ ଆରୋଗ୍ୟ ଲାଭ କରିଥାନ୍ତି, ପୀଡ଼ିତ ବ୍ୟକ୍ତିଗଣ ଉଦ୍ଧାର ପାଇଥାନ୍ତି । ତୁର୍ଷାମାନେ ତୃଷା ନିବାରଣ କରିଥାନ୍ତି । ଯବଣାରେ ଜର୍ଜରିତ ବ୍ୟକ୍ତିଗଣ ପ୍ରଶାନ୍ତି ଲାଭ କରିଥାନ୍ତି । ପଥଭ୍ରଷ୍ଟ ବ୍ୟକ୍ତିଗଣ ମାର୍ଗଦର୍ଶନ ପାଇଥାନ୍ତି । ଅଧଃପତିତ ବ୍ୟକ୍ତିଗଣ ମହୀୟାନ ହୋଇଥାନ୍ତି, ଦରିଦ୍ର ବ୍ୟକ୍ତିଗଣ ବିଶାଳୀ ହୋଇଥାନ୍ତି, ଅଜ୍ଞ ବ୍ୟକ୍ତିଗଣ ଜ୍ଞାନପ୍ରାପ୍ତ ହୋଇଥାନ୍ତି, ତମସାଚ୍ଛନ୍ନ ବ୍ୟକ୍ତିଗଣ ଆଲୋକିତ ହୋଇଥାନ୍ତି । ଶୋକାକୁଳ ବ୍ୟକ୍ତିଗଣ ଆନନ୍ଦିତ ହୋଇଥାନ୍ତି, ହତୋାହୀ ବ୍ୟକ୍ତିଗଣ ଉାହ ଲାଭ କରିଥାନ୍ତି ଏବଂ ନିଷ୍ପେସିତ ବ୍ୟକ୍ତିଗଣ ଉନ୍ନତି ଲାଭ କରିଥାନ୍ତି । ହେ ମୋର ଈଶ୍ୱର ! ତୁମ ନାମ ମାଧ୍ୟମରେ ସକଳ ସୃଷ୍ଟ ବସ୍ତୁ ଆତଯାତ ହୋଇଛନ୍ତି, ଅନ୍ତରୀକ୍ଷ ବିସ୍ତାରିତ ହୋଇଛି, ପୃଥିବୀ ସ୍ଥାପିତ ହୋଇଛି, ମେଘବାଦଲ ଉଚ୍ଚ ଆକାଶରେ ଭାସମାନ ହେବାର ବ୍ୟବସ୍ଥା କରାହୋଇଛି ଏବଂ ଧରାପୃଷ୍ଠରେ ତାହା ବର୍ଷଣ ହେବାକୁ ତିଆରି କରାଯାଇଛି । ବସ୍ତୁତଃ, ଏହା ତୁମର ସକଳ ପ୍ରାଣୀଙ୍କ ପ୍ରତି ତୁମ କରୁଣାର ଏକ ପ୍ରତୀକ ଅଟେ? 

ଯେଉଁ ନାମ ଦ୍ୱାରା ତୁମେ ତୁମର ପ୍ରଭୁତ୍ୱକୁ ପ୍ରକାଶ କରିଛ ଏବଂ ତୁମର ଧର୍ମକୁ ସକଳ ସୃଷ୍ଟିର ଊଦ୍ଧ୍ୱର୍ରେ ମହୀୟାନ୍ କରିଛ, ତଥା ତୁମର ପ୍ରତ୍ୟେକ ସେର୍ବୋକ୍ରୃଷ୍ଟ ଉପାଧି ଓ ସର୍ବମହାନ୍ ଗୁଣାବଳୀ ଦ୍ୱାରା ତଥା ସକଳ ପୁଣ୍ୟ କାର୍ଯ୍ୟ ମାଧ୍ୟମରେ ତୁମର ଅତୀନ୍ଦ୍ରିୟତା ତଥା ସର୍ବମହାନ୍ ଦିବ୍ୟାତ୍ମା ପ୍ରଶଂସିତ ହୋଇଛନ୍ତି, ସେହି ନାମରେ ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି କି, ଏହି ରାତ୍ରିରେ ତୁମ କରୁଣାର ବାଦଲ ମଧ୍ୟରୁ ତୁମ ରୋଗ ନିବାରକ ବାରିଧାରା ଏହି ନିରୀହ ଶିଶୁ ଉପରେ ବର୍ଷଣ କର, ଯାହାକୁ ତୁମ ସୃଷ୍ଟିରେ ସାମ୍ରାଜ୍ୟ ମଧ୍ୟରେ ତୁମର ସର୍ବ ଗୌରବ ସ୍ୱୟଂସକ୍ତା ସହିତ ସଂପର୍କରେ ବାନ୍ଧିଅଛ । ହେ ମୋର  ଈଶ୍ୱର ! ତାହାହେଲେ ତୁମେ କରୁଣା ମାଧ୍ୟମରେ କଲ୍ୟାଣ ଓ ସୁ- ସ୍ୱାସ୍ଥ୍ୟ, ନିରୋଗତାର ପରିଚ୍ଛଦରେ ତାକୁ ବସ୍ତ୍ରାଚ୍ଛାଦିତ କର । ହେ  ମୋର ପ୍ରୟତମ ! ପ୍ରତ୍ୟେକ ଦୁଃଖ ଓ ବିଶୃଙ୍ଖଳା ତୁମ ପ୍ରତି ଯାହାସବୁ ଘୃଣ୍ୟ ଅଥବା ଅପ୍ରୀତିକର, ତନ୍ମଧ୍ୟରୁ ତାକୁ ସୁରକ୍ଷିତ ରଖ । ବସ୍ତୁତଃ, ତୁମର ସାମର୍ଥ୍ୟ ସକଳ ବସ୍ତୁ ପ୍ରତି ସମାନ ରହିଛି । ସତ୍ୟତଃ, ତୁମେ ହେଉଛ ପରମ କ୍ଷମତାବାନ୍, ସ୍ୱ-ନିର୍ଭରଶୀଳ । ହେ ମୋର ପରମେଶ୍ୱର ! ସୁତରାଂ, ତାପାଇଁ ଏହି ଜଗତ ତଥା ଆଗାମୀ ଜଗତର ମଙ୍ଗଳ ଯୋଗାଇଦିଅ ଏବଂ ତାହାର ପୂର୍ବତନ ତଥା ଆଗାମୀ   ବଂଶଧର ନିମନ୍ତେ ମଙ୍ଗଳ ବିଧାନ କର । ସତ୍ୟତଃ, ତୁମର କ୍ଷମତା ଓ ବିଜ୍ଞତା, ଏହା ସହିତ ସମାନ ରହିଅଛି ।

-Bahá'u'lláh
-----------------------

ଆରୋଗ୍ୟ (#15497)

ତୁମର ଜୟ ହେଉ, ହେ ପ୍ରଭୁ ! ମୋର ପରମେଶ୍ୱର ! ତୁମ ନାମର ଦ୍ୱାହି ଦେଇ ମୁଁ ତୁମକୁ ପ୍ରାର୍ଥନା କରୁଛି ଯେ, ତୁମର ସେହି ନାମ ମାଧ୍ୟମରେ ତୁମ ମାର୍ଗଦର୍ଶନର ନିଦର୍ଶନକୁ ତୁମେ ଉୋଳନ କରିଛ ଏବଂ ତୁମ ପ୍ରେମର୍ପୂ କରୁଣାର ଉଜ୍ଜ୍ୱଳତାକୁ ବିଚ୍ଛୁରିତ କରିଛ ଓ ତୁମ ପ୍ରଭୁତ୍ୱର ସାର୍ବଭୌମତ୍ୱକୁ ପ୍ରକାଶିତ କରିଛ; ସେହି ନାମ ମାଧ୍ୟମରେ ତୁମ ଗୁଣାବଳୀର କୃତିତ୍ୱ ସ୍ଥଳରେ ତୁମ ନାମାବଳୀର ପ୍ରଦୀପ ଉଦ୍ଭାସିତ ହୋଇଛି ଏବଂ ସ୍ୱୟଂ ସେ ଯିଏ ହେଉଛନ୍ତି- ତୁମ ଏକତାର ଦିବ୍ୟ ପ  ମପ ତଥା ଅନାସକ୍ତିର ଦିବ୍ୟ ପରିପ୍ରକାଶ, ସ୍ୱୟଂ ସେ ଉଦୀୟମାନ ହୋଇଛନ୍ତି; ସେହି ନାମ ମାଧ୍ୟମରେ ତୁମ ପଥ-ପ୍ରଦର୍ଶନର ମାର୍ଗ ଦୃଷ୍ଟିଗୋଚର ହୋଇଛି ଓ ତୁମ ସୁ-ପ୍ରସାଦର ପଥସମୂହ ରେଖାଙ୍କିତ ହୋଇଛି । ଯେଉଁ ନାମ ମାଧ୍ୟମରେ ଭ୍ରମାତ୍ମକ ମୂଳଦୁଆଗୁଡ଼ିକ ପ୍ରକମ୍ପିତ ହୋଇଛି ଏବଂ ଖଳ ପ୍ରକୃତିର ସଂକେତଗୁଡ଼ିକ ମୂଳୋତ୍ପାଟନ କରାଯାଇଛି; ସେହି ନାମ ମାଧ୍ୟମରେ ବିଜ୍ଞତାର ନିର୍ଝରଗୁଡ଼ିକ ଉଦ୍ଗମ ହୋଇଛି ଏବଂ ସ୍ୱର୍ଗୀୟ ଖାଦ୍ୟର୍ପୂ   ମେଜ ପ୍ରେରିତ ହୋଇଛି । ସେହି ନାମ ମାଧ୍ୟମରେ ତୁମେ ତୁମର ସେବକଗଣଙ୍କୁ ସଂରକ୍ଷିତ ରଖିଛ ଓ ତୁମ ନିରୋଗତାର ଅନୁଗ୍ରହ ପ୍ରଦାନ କରିଛ । ସେହି ନାମ ମାଧ୍ୟମରେ ତୁମର ସେବକଗଣଙ୍କ ଉପରେ ତୁମେ ତୁମର ସୁକୋମଳ କରୁଣା ପ୍ରଦାନ କରିଛ ଓ ତୁମ ସୃଷ୍ଟ ଜୀବମାନଙ୍କ ମଧ୍ୟରେ ତୁମର କ୍ଷମା ଆଚରଣକୁ ପ୍ରକାଶ କରିଛ । ସେହି ନାମରେ ଦ୍ୱାହି ଦେଇ ମୁଁ ତୁମକୁ ଅନୁନୟ କରୁଛି ଯେ, ଯିଏ ତୁମଠାରେ ଦୃଢ଼ ରହି ତୁମ ନିକଟକୁ ଫେରିଆସି ପାରିଛି, ତୁମ କରୁଣାକୁ ଜାବୁଡ଼ି ଧରିଛି ଏବଂ ତୁମ ପ୍ରେମର୍ପୂ ଦୈବୀ ଅନୁଗ୍ରହର ବସ୍ତ୍ରାଳକୁ ଧାରଣ କରି ଅବରୁଦ୍ଧ କରିଛି, ତାହାକୁ ସୁରକ୍ଷିତ ରଖ । ତାହା ପାଇଁ ତୁମର ଆରୋଗ୍ୟତା ପ୍ରେରଣ କର । ତାକୁ ନିଖୁଣ କରି ଗଢ଼ିତୋଳ ଓ ରୋଗମୁକ୍ତ କର ତଥା ତାକୁ ତୁମର ଅନବରତ ଅନୁଗ୍ରହ ମାଧ୍ୟମରେ ସମନ୍ୱିତ କର ଓ ତୁମ ମହାନତା ଦ୍ୱାରା ପ୍ରଦ ଏକ ପ୍ରଶାନ୍ତ ଚି ତାହାକୁ ପ୍ରଦାନ କର । 

ବାସ୍ତବିକ, ତୁମେ ହେଉଛ ଦିବ୍ୟ ଆରୋଗ୍ୟକାରକ, ସଂରକ୍ଷକ, ସହାୟକ, ସର୍ବଶକ୍ତିଶାଳୀ, ମହାବଳବାନ୍, ସର୍ବ ଗୌରବମୟ । ସର୍ବଜ୍ଞାତା ।

-Bahá'u'lláh
-----------------------

