ଅନାସକ୍ତି (#15488)

ହେ ମୋର ପରମେଶ୍ୱର ! ତୁମ ନାମର ଯଶୋଗାନ ହେଉ! ତୁମ କରୁଣା ପରିଚ୍ଛଦର ସୌଗନ୍ଧ, ତୁମ ଆଜ୍ଞାରେ ତଥା ତୁମ ଅଭିଳାଷ ଅନୁଯାୟୀ ସମଗ୍ର ସୃଷ୍ଟି ଉପରେ ବିଚ୍ଛୁରିତ ହୋଇଛି ଏବଂ ସଂକଳ୍ପର ଦିବ୍ୟସୂର୍ଯ୍ୟ ତୁମ ଶକ୍ତି ତଥା ସାର୍ବଭୌମ କ୍ଷମତା ମାଧ୍ୟମରେ ତୁମ କରୁଣାର ଦିଗ୍ବଳୟ ଉପରେ ଜାଜ୍ଜ୍ୱଲ୍ୟମାନ ଭାବେ ଦୃଶ୍ୟମାନ ହୋଇଛି, ତାହାରି ଦ୍ୱାହି ଦେଇ ମୁଁ ତୁମକୁ ମିନତି କରୁଛି ଯେ, ହେ ସ୍ୱୟଂ ତୁମ୍ଭେ ସକଳ ମାନଜାତିର ପ୍ରଭୁ ! ମୋ ହୃଦୟ-ମଧ୍ୟରୁ ସକଳ ବୃଥାକଳ୍ପନା ତଥା କପୋଳକଳ୍ପିତ ଚିନ୍ତାଧାରାଗୁଡ଼ିକ ବିଲୋପ କରିଦିଅ, ମୋର ସକଳ ଅନୁରାଗ ଓ ପ୍ରୀତି ସହ ମୁଁ ତୁମ ପ୍ରତି ଯେପରି ଅଭିମୁଖୀ ହୋଇପାରିବି, ମୋତେ ସେହି ଅନୁମତି ଦିଅ । ହେ ମୋର ପରମେଶ୍ୱର ! ମୁଁ ତୁମର ସେବକ ତଥା ତୁମ ସେବକର ପୁତ୍ର, ତୁମ ଅନୁଗ୍ରହର ଶାସନ ଉପରେ ମୁଁ ଆସ୍ଥା ସ୍ଥାପନ କରିଛି ତଥା ତୁମ ସୁକୋମଳ କରୁଣାର ରଜ୍ଜୁକୁ ଦୃଢ଼ଭାବେ ଧାରଣ କରିଛି । 
ତୁମଠାରେ ଥିବା ସକଳ ଉତ୍ତମ ପଦାର୍ଥ ମୋ ପାଇଁ ପ୍ରେରଣ କର ଏବଂ ତୁମ ଅନୁକମ୍ପାର ମେଘମାଳା ମଧ୍ୟରୁ ତଥା ତୁମ ଅନୁଗ୍ରହର ସ୍ୱର୍ଗରୁ ତୁମେ ପ୍ରେରଣ କରିଥିବା ଦିବ୍ୟ ଖାଦ୍ୟ ମେଜରୁ ମୋତେ ପ୍ରତିପୋଷଣ କର । 
ବାସ୍ତବରେ ତୁମେ ହେଉଛ ଜଗତ ସମୂହର ପ୍ରଭୁ ଏବଂ ସ୍ୱର୍ଗ ଓ ମର୍ତ୍ତ୍ୟରେ ଥିବା ସକଳର ଅଧୀଶ୍ୱର ।

-Bahá'u'lláh
-----------------------

ଅନାସକ୍ତି (#15489)

ହେ ମୋର ଈଶ୍ୱର ! ତୁମ ଦିବ୍ୟ ଧର୍ମର ବହ୍ନି ଅନେକ ଶିଥିଳ ହୃଦୟକୁ ଉୀପିତ କରି ଦେଇଛି ଏବଂ ତୁମ କଣ୍ଠର ମଧୁର ମୂର୍ଚ୍ଛନା ଅନେକ ସୁପ୍ତ ଜନଗଣଙ୍କୁ ଜାଗ୍ରତ କରିଦେଇଛି । ଏହିରି କେତେ ଯେ ଅପରିଚିତ ଲୋକେ ତୁମ ଦିବ୍ୟ ଏକତ୍ୱର ତରୁ ଛାୟା ତଳେ ଆଶ୍ରୟ ଗ୍ରହଣ କରିଛନ୍ତି ଏବଂ କେତେ ଯେ ତୁଷାର୍ତ୍ତ ବ୍ୟକ୍ତି ତୁମ ଦିନଗୁଡ଼ିକରେ ତୁମ ଜୀବନ୍ତ ଜଳରାଶିର ପ୍ରସ୍ରବଣ ଆଡ଼କୁ ଆଶାୟୀ ହୋଇଛନ୍ତି । ସେ ହେଉଛି ଆଶିଷପ୍ରାପ୍ତ, ଯିଏ ନିଜେ ତୁମ ଆଡ଼କୁ ଅଗ୍ରସର ହୋଇଛି ଏବଂ ତୁମ ଶ୍ରୀମୁଖ ଦୀପ୍ତିର ଉଦୟସ୍ଥଳକୁ ଲାଭ କରିବା ନିମନ୍ତେ ଚଳଚଞ୍ଚଳ ହୋଇଛି । ସେ ହେଉଛି ଆଶିଷପ୍ରାପ୍ତ, ଯିଏକି ତାହାର ସମସ୍ତ ଅନୁରାଗ ସହିତ ତୁମର ଦିବ୍ୟ ପରି ୍ରକାଶର ଉନ୍ମେଷସ୍ଥଳ ତଥା ତୁମ ପ୍ରେରଣାର ଉ ଆଡ଼କୁ ଅଭିମୁଖୀ ହୋଇଛି । 
ସେ ହେଉଛି ଆଶିଷପ୍ରାପ୍ତ ଯିଏକି ତୁମ କରୁଣା ଓ ଅନୁଗ୍ରହ ମାଧ୍ୟମରେ ତାଙ୍କୁ ତୁମେ ଯାହା ପ୍ରଦାନ କରିଥିଲ, ସେହି ସବୁକୁ ତୁମରି ମାର୍ଗରେ ବ୍ୟୟ କରିଅଛି । ସେ ହେଉଛି ଆଶିଷପ୍ରାପ୍ତ ଯିଏ ତୁମକୁ ପ୍ରାପ୍ତ ହେବା ନିମନ୍ତେ ତାହାର ଅତିଷ୍ଠ କାମନାରେ ତୁମ ବ୍ୟତୀତ ସବୁ କିଛିକୁ ସେ ପରିତ୍ୟାଗ କରି ଦେଇଛି । 
ସେ ହେଉଛି ଆଶିଷପ୍ରାପ୍ତ, ଯିଏ ତୁମ ସହିତ ଘନିଷ୍ଠ ସାହଚର୍ଯ୍ୟ ଦ୍ୱାରା ଆନନ୍ଦପ୍ରାପ୍ତ ହୋଇଛି ଏବଂ ତୁମ ବ୍ୟତୀତ ନିଜକୁ ସକଳ ଆସକ୍ତିରୁ ମୁକ୍ତ କରିଛି । ହେ ମୋର ପ୍ରଭୁ ! ସ୍ୱୟଂ ଯିଏ ହେଉଛନ୍ତି ତୁମର ଦିବ୍ୟ ନାମ, ଯିଏକି ତୁମ ସାର୍ବଭୌମତ୍ୱ ତଥା ଶକ୍ତିର କ୍ଷମତାର ସ୍ୱୟଂ ତାଙ୍କ ବନ୍ଦୀଶାଳାର ଦିଗ୍ବଳୟର ଊଦ୍ଧ୍ୱର୍ରେ ଉଦିତ ହୋଇଛନ୍ତି, ତାଙ୍କର ଦ୍ୱାହିଦେଇ ମୁଁ ତୁମକୁ ମିନତି କରୁଛି ଯେ, ଯାହା ତୁମଠାରେ ଘଟିଅଛି ତଥା ତୁମର ବିଜୟୋଲ୍ଲାସ ପ୍ରତି ଉପଯୋଗୀ ହୋଇଛି, ତାହା ପ୍ରତ୍ୟେକଙ୍କ ପାଇଁ ନିେର୍ଶିତ ହେଉ । 
ସତ୍ୟତଃ, ସବୁକିଛିର ସମ୍ମୁଖୀନ ହେବା ପାଇଁ ତୁମର ସାମର୍ଥ୍ୟ ରହିଛି ।

-Bahá'u'lláh
-----------------------

ଅନାସକ୍ତି (#15490)

ତୁମର ଜୟଗାନ ହେଉ, ହେ ମୋର ପରମେଶ୍ୱର ! ମୁଁ ତୁମର ସେହି ସେବକମାନଙ୍କ ମଧ୍ୟରୁ ଜଣେ, ଯିଏକି ତୁମ ଉପରେ ଏବଂ ତୁମର ସଙ୍କେତଗୁଡ଼ିକ ଉପରେ ବିଶ୍ୱାସ ରଖିଛି । ତୁମେ ତ ଦେଖୁଛ ମୁଁ ନିଜେ କିରି ତୁମ ଅନୁକମ୍ପାର ଦ୍ୱାରଦେଶ ଆଡ଼କୁ ଯାତ୍ରାରମ୍ଭ କରିଛି ଏବଂ ତୁମ ସସ୍ନେହ-କରୁଣା ପାଇଁ ସେହି ଦିଗକୁ ମୋର ମୁଖ ଅଭିମୁଖୀ କରିଛି । ତୁମ ଅନୁଗ୍ରହର ଦ୍ୱାରଦେଶକୁ ମୋ ସମ୍ମୁଖରେ ଉନ୍ମୋଚନ କରିବା ପାଇଁ ତୁମର ସର୍ବଶ୍ରେଷ୍ଠ ଉପାଧି ତଥା ତୁମର ପରମ ମହାନ୍ ଗୁଣାବଳୀ ମାଧ୍ୟମରେ ମୁଁ ତୁମଠାରେ ଅନୁନୟ କରୁଛି । ଯାହା ମଙ୍ଗଳଦାୟକ ତାହା ସମ୍ପନ୍ନ କରିବା ପାଇଁ ମୋତେ ସହାୟ ହୁଅ । ହେ ସ୍ୱୟଂ ତୁମ୍ଭେ ଯିଏ ହେଉଛ ସକଳ ନାମାବଳୀ ଏବଂ ଗୁଣାବଳୀର ଦିବ୍ୟ ଅଧିକାରୀ ! ହେ ମୋର ପ୍ରଭୁ ! 
ମୁଁ ଦରିଦ୍ର ଏବଂ ତୁମେ ଐଶ୍ୱର୍ଯ୍ୟବାନ୍ । ମୋର ମୁଖକୁ ତୁମ ଆଡ଼କୁ ଅଭିମୁଖୀ କରିଛି ଏବଂ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ନିଜକୁ ଦୂରେଇ ରଖିଛି । ମୁଁ ତୁମକୁ ମିନତି କରୁଛି ଯେ, ତୁମ ସୁକୋମଳ କରୁଣାର ମୃଦୁମନ୍ଦ ସମୀରଣ ଠାରୁ ମୋତେ ବଞ୍ଚôତ କରନାହିଁ ଏବଂ ତୁମ ମନୋନୀତ ସେବକମାନଙ୍କ ନିମିତ୍ତ ଯାହା ତୁମେ ନିର୍ଦ୍ଧାରିତ କରିଛ ସେ ସବୁ ପ୍ରାପ୍ତ ହେବା ପାଇଁ ମୋତେ ବଞ୍ଚôତ କରନାହିଁ । ହେ ମୋର ପ୍ରଭୁ ! ମୋ ଚକ୍ଷୁ ସମ୍ମୁଖରେ ଥିବା ପରଦାକୁ ଅପସାରିତ କରିଦିଅ, ଯ୍ୱାରା ଯାହା ତୁମ ପ୍ରାଣୀମାନଙ୍କ ନିମନ୍ତେ ଅଭିଳାଷ କରିଛ ତାହାକୁ ମୁଁ ଚିହ୍ନିାରିବି ଏବଂ ତୁମର ସର୍ବଶକ୍ତିଶାଳୀ କ୍ଷମତାର ପ୍ରକାଶଗୁଡ଼ିକୁ ତୁମ କୃତ୍ତିର ସକଳ ପରି ୍ରକାଶରେ ଆବିଷ୍କାର କରିାରିବି । ହେ ମୋର ପ୍ରଭୁ ! ତୁମ ପରମ ଶକ୍ତିଶାଳୀ ସଙ୍କେତଗୁଡ଼ିକ ଦ୍ୱାରା ମୋର ଆତ୍ମାକୁ ଆନନ୍ଦିତ କର ଏବଂ ମୋର କଳୁଷିତ ଓ ମନ୍ଦ ଅଭିଳାଷରୁ ମୋତେ ଉଦ୍ଧାର କର । ଏହି ଜଗତ ତଥା ଆଗାମୀ ଜଗତରେ ମୋ ପାଇଁ ମଙ୍ଗଳ ବିଧାନ କର । ଯାହା ତୁମକୁ ଆନନ୍ଦ ଦିଏ, ତାହା ସମ୍ପନ୍ନ କରିବା ପାଇଁ ତୁମେ କ୍ଷମତାବାନ୍ । ତୁମ ବ୍ୟତୀତ ଅନ୍ୟ କେହି ସର୍ବମହିମାମୟ ଈଶ୍ୱର ନାହାନ୍ତି, ସ୍ୱୟଂ ଯାହାଙ୍କ ସହାୟତାକୁ ସକଳ ମନୁଷ୍ୟ କାମନା କରିଥାଆନ୍ତି । ହେ ମୋର ପ୍ରଭୁ ! ମୁଁ ତୁମଠାରେ କୃତଜ୍ଞ । ତୁମେ ମୋତେ ନିଦ୍ରାରୁ ଜାଗ୍ରତ କରିଛ ଏବଂ ଆଲୋଡ଼ିତ କରିଛ । ଉପଲବ୍ଧି କରିବାର ଅଭିଳାଷକୁ ମୋଠାରେ ସୃଷ୍ଟି କରିଛ, ଯାହାକି ତୁମର ଅଧିକାଂଶ ସେବକଗଣ ହୃଦୟଙ୍ଗମ କରିବାରେ ବିଫଳ ହୋଇଛନ୍ତି । ହେ ମୋର ପ୍ରଭୁ ! 
ତୁମର ପ୍ରେମ ନିମିତ୍ତ ତଥା ତୁମର ପ୍ରସନ୍ନତା ଅବକାଶରେ ଯାହାସବୁ ତୁମେ କାମନା କରିଛ, ତାହା ଦର୍ଶନ କରବା ନିମନ୍ତେ ମୋତେ ସମର୍ଥ କର । ତୁମେ ହେଉଛ ସ୍ୱୟଂ ସେହି, ଯାହାଙ୍କ ସାମର୍ଥ୍ୟ ଏବଂ ସାର୍ବଭୌମ ଶକ୍ତିର କ୍ଷମତା ପ୍ରତି ସକଳ ପଦାର୍ଥ ସାକ୍ଷ୍ୟ ପ୍ରମାଣ ଦେଇଥାନ୍ତି । 
ତୁମ ବ୍ୟତୀତ ଅନ୍ୟ କେହି ସର୍ବଶକ୍ତିମାନ୍, ପରମ କୃ ।ଳୁ ଈଶ୍ୱର ନାହାନ୍ତି ।

-Bahá'u'lláh
-----------------------

ଅନାସକ୍ତି (#15491)

ହେ ମୋର ଈଶ୍ୱର, ମୋର ପ୍ରଭୁ ଏବଂ ମୋର ମାଲିକ ! ମୁଁ ମୋର ଆତ୍ମୀୟ ସ୍ୱଜନଙ୍କ ଠାରୁ ଅନାସକ୍ତ ରହିଛି ଏବଂ ପୃଥିବୀରେ ବାସ କରୁଥିବା ସମସ୍ତଙ୍କଠାରୁ ମୁକ୍ତ ରହିବା ପାଇଁ ତୁମ ଠାରେ ମୁଁ ପ୍ରାର୍ଥନା କରୁଛି ତଥା ତୁମ ଦୃଷ୍ଟିରେ ଯାହାସବୁ ପ୍ରଶଂସନୀୟ, ତାହା ଗ୍ରହଣ କରିବା ପାଇଁ ସର୍ବଦା ମୁଁ ପ୍ରସ୍ତୁତ ହୋଇ ରହିଛି । ମୋତେ ସେହି ଉତ୍ତମ ଫଳ ପ୍ରଦାନ କର, ଯେପରି କି ତୁମ ବ୍ୟତୀତ ମୋତେ ଅନ୍ୟ ସବୁଥିରୁ ମୁକ୍ତ ରଖିବ, ତଥା ତୁମ ଅସୀମ ଅନୁଗ୍ରହର ଏକ ପର୍ଯ୍ୟାପ୍ତ ଅଂଶ ମୋତେ ପ୍ରଦାନ କରିବ । ବାସ୍ତବିକ, ତୁମେ ହେଉଛ ଅସୀମ କରୁଣାର ପ୍ରଭୁ ।

-The Báb
-----------------------

ଅନାସକ୍ତି (#15492)

ହେ ଈଶ୍ୱର, ମୋର ପରମେଶ୍ୱର ! ତୁମେ ହେଉଛ ମୋର ପରମ ଆଶା ଏବଂ ମୋର ପରମ ପ୍ରିୟତମ ! ମୋର ସର୍ବୋଚ୍ଚ ଦିବ୍ୟ ଲକ୍ଷ୍ୟ ଏବଂ ପରମ ଆକାଙ୍କ୍ଷା ! ସବିନୟ ଓ ଏକାଗ୍ର ଅନୁରକ୍ତିରେ ମୁଁ ତୁମକୁ ମିନତି କରୁଛି ଯେ, ତୁମ ଭୂ ୃଷ୍ଠରେ ମୋତେ ତୁମ ପ୍ରେମର ଏକ ନିଦର୍ଶନ ରୂପେ, ତୁମ ସୃଷ୍ଟ ପ୍ରାଣୀମାନଙ୍କ ମଧ୍ୟରେ ତୁମ ଜ୍ଞାନର ଏକ ପ୍ରଦୀପ ରୂପେ ଏବଂ ତୁମ ସାମ୍ରାଜ୍ୟ ମଧ୍ୟରେ ସ୍ୱର୍ଗୀୟ କରୁଣାର ଏକ ଧ୍ୱଜା ରୂପେ ପରିଣତ କର । 

ତୁମର ସେହି ସେବକମାନଙ୍କ ମଧ୍ୟରେ ମୋତେ ଏପରି ପରିଗଣିତ କର, ଯେପରି ସ୍ୱୟଂ ତୁମ ବ୍ୟତୀତ ଅନ୍ୟ ସବୁଥିରୁ ଯେଉଁମାନେ ଅନାସକ୍ତ ହୋଇ ରହିଛନ୍ତି, ଏହି ପୃଥିବୀର କ୍ଷଣସ୍ଥାୟୀ ବସ୍ତୁସମୂହରୁ ନିଜକୁ ବିଶୁଦ୍ଧ ରଖିଛନ୍ତି ଏବଂ ବୃଥା କଳ୍ପନାରେ ମଜ୍ଜି ରହିଥିବା ଲୋକମାନଙ୍କ ପ୍ରରୋଚନାରୁ ସେମାନେ ନିଜ ନିଜକୁ ନିବୃତ୍ତ ରଖିଛନ୍ତି । 

ତୁମ ସାମ୍ରାଜ୍ୟରୁ ଦୃଢ଼ ସମର୍ଥନର ସତ୍ତା ମାଧ୍ୟମରେ ମୋର ହୃଦୟକୁ ଆନନ୍ଦରେ ବିଭୋର କରିଦିଅ ଏବଂ ତୁମର ସର୍ବଶକ୍ତିଶାଳୀ ଗୌରବର ସାମ୍ରାଜ୍ୟରୁ ସ୍ୱର୍ଗୀୟ ସହାୟତା ମୋ ଉପରେ ନିରନ୍ତର ବର୍ଷଣ କରୁଥିବା ଦେବଦୂତଗଣଙ୍କୁ ଦର୍ଶନ କରି ମୋର ନେତ୍ରଯୁଗଳକୁ ଦୀପ୍ତିମାନ କରିଦିଅ । 
ସତ୍ୟତଃ, ତୁମେ ହେଉଛ ସର୍ବଶକ୍ତିଶାଳୀ, ସର୍ବମହିମାମୟ, ସର୍ବକ୍ଷମତାଶାଳୀ ।

-The Báb
-----------------------

