ଅଧିବେଶନ (#15476)

ହେ ଦୟାମୟ ପ୍ରଭୁ ! ତୁମେ ସର୍ବଶକ୍ତିମାନ୍ ପରମ ପୁରୁଷ !
ଆତ୍ମାସମୂହଙ୍କର ଏହି ସମାବେଶ ଅନୁନୟ ପୂର୍ବକ ତୁମ ଆଡ଼କୁ ଅଭିମୁଖୀ ହୋଇଛନ୍ତି । ବିନମ୍ରତା ଓ ଆନୁଗତ୍ୟ ସହ ସେମାନେ ତୁମର ଦିବ୍ୟରାଜ୍ୟ ଆଡ଼କୁ ଚାହିଁ ରହିଛନ୍ତି ଏବଂ ତୁମକୁ ମାର୍ଜନା ତଥା କ୍ଷମା ଭିକ୍ଷା କରୁଛନ୍ତି । ହେ ପରମାତ୍ମା ! ଏହି ସଭାକୁ ତୁମ ନିଜର ଆଦରଣୀୟ କରିନିଅ । ଏହି ଆତ୍ମାଗଣଙ୍କୁ ପବିତ୍ର କରିଦିଅ ତଥା ତୁମ ମାର୍ଗଦର୍ଶନର ରଶ୍ମିକୁ ସେମାନଙ୍କ ଉପରେ ବିକିରଣ କର । ତୁମର ଶୁଭ ସମାଚାର ଦ୍ୱାରା ସେମାନଙ୍କ ହୃଦୟକୁ ଆଲୋକିତ କର ଏବଂ ସେମାନଙ୍କର ଆତ୍ମାକୁ ପୁଲକିତ କର । ତୁମର ପବିତ୍ର ସାମ୍ରାଜ୍ୟ ମଧ୍ୟରେ ସେମାନଙ୍କୁ ଗ୍ରହଣ କର । ତୁମର ଅସରନ୍ତି କରୁଣା ସେମାନଙ୍କ ଉପରେ ଅଜାଡ଼ି ଦିଅ । ଏହି ଜଗତ ତଥା ଆଗାମୀ ଜଗତରେ ସେମାନଙ୍କୁ ସୁଖୀ କରାଅ ।

-`Abdu'l-Bahá
-----------------------

ଅଧିବେଶନ (#15484)

ହେ ପରମେଶ୍ୱର ! ବାସ୍ତବିକ, ତୁମ ପ୍ରେମର ସୌଗନ୍ଧରେ ଆମ୍ଭେମାନେ ଏଠାରେ ଏକତ୍ରିତ ହୋଇଛୁ । ଆମ୍ଭେମାନେ ତୁମ ଦିବ୍ୟରାଜ୍ୟ ପ୍ରତି ଉନ୍ମୁଖ ହୋଇଛୁ । ତୁମ ବ୍ୟତୀତ ଆମ୍ଭେମାନେ ଅନ୍ୟକିଛି ଲୋଡ଼ୁନାହୁଁ କି ତୁମର ସନ୍ତୋଷ ବିଧାନ ବ୍ୟତୀତ ଅନ୍ୟ କିଛି ଅଭିଳାଷ କରୁନାହୁଁ । ହେ ପରମେଶ୍ୱର ! ଏହି ଖାଦ୍ୟ ସ୍ୱର୍ଗରୁ ପ୍ରେରିତ ତୁମର ଦିବ୍ୟ ଅମୃତ ହେଉ ଏବଂ ଏହି ସମାବେଶ ତୁମର ଶ୍ରେଷ୍ଠ ପ୍ରିୟ ବ୍ୟକ୍ତିମାନଙ୍କର ଏକ ସମାଗମ ହେବା ପାଇଁ ଅନୁମତି ମିଳୁ । ସେମାନେ ଯେପରି ମାନବ ସମାଜ ପ୍ରତି ପ୍ରେମର ପୁନର୍ଜୀବନ ପ୍ରଦାନ କରିବାର କାରଣ ହୁଅନ୍ତି ତଥା ମାନବଜାତି ପ୍ରତି ଆଲୋକର ଉ ହୁଅନ୍ତି । ସେମାନେ ଯେପରି ଧରାପୃଷ୍ଠରେ ତୁମ ମାର୍ଗ ପ୍ରଦର୍ଶନର ମାଧ୍ୟମ ହୁଅନ୍ତି । ବାସ୍ତବିକ, ତୁମେ ହେଉଛ ପରମ ସାମର୍ଥ୍ୟବାନ୍ ! ତୁମେ ହେଉଛ ଦିବ୍ୟ ପ୍ରଦାତା, ତୁମେ ହେଉଛ ପରମ କ୍ଷମାଶୀଳ ଏବଂ ତୁମେ ହେଉଛ ସର୍ବଶକ୍ତିମାନ୍ !

-`Abdu'l-Bahá
-----------------------

ଅଧିବେଶନ (#15485)

ହେ ଦିବ୍ୟ ବିଧାତା ! ଏହି ସମାବେଶଟି ତୁମ ପ୍ରିୟ ବନ୍ଧୁମାନଙ୍କୁ ନେଇ ଗଠିତ ହୋଇଛି । ଯେଉଁମାନେ କି ତୁମର ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୋଇଛନ୍ତି ଏବଂ ତୁମ ପ୍ରେମର ବହ୍ନି ଦ୍ୱାରା ପ୍ରଜ୍ଜ୍ୱାଳିତ ହୋଇଛନ୍ତି । ଏହି ଆତ୍ମାଗଣଙ୍କୁ ସ୍ୱର୍ଗୀୟ ଦେବଦୂତ ଭାବରେ ପରିଣତ କର, ତୁମର ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ସେମାନଙ୍କୁ ପୁନର୍ଜୀବିତ କର, ସେମାନଙ୍କୁ ବାଗ୍ମୀତାପୂର୍ ଜିହ୍ୱା ଏବଂ ସ୍ଥିତପ୍ରଜ୍ଞ ହୃଦୟ ପ୍ରାପ୍ତ ହେବା ପାଇଁ ଅନୁମତି ପ୍ରଦାନ କର । ସେମାନଙ୍କୁ ସ୍ୱର୍ଗୀୟ ଶକ୍ତି ଏବଂ ଦୟାପୂର୍ ସମ୍ବେଦନଶୀଳତା ପ୍ରଦାନ କର । ମାନବଜାତିର ଏକତ୍ୱ ପ୍ରତିଷ୍ଠା ନିମେନ୍ତ ତଥା ମାନବ ଜଗତରେ ପ୍ରେମ ଓ ସଂହତିର କାରଣ ହେବା ନିମନ୍ତେ ପ୍ରଚାରକ ହେବାକୁ ସେମାନଙ୍କର କାରଣ ହୁଅ, ଯ୍ୱାରା ପରମ ସତ୍ୟ-ସୂର୍ଯ୍ୟଙ୍କ ଆଲୋକ ମାଧ୍ୟମରେ ଅଜ୍ଞ କୁସଂସ୍କାରର ବିଦପୂର୍ ଅନ୍ଧକାର ଦୂର ହୋଇପାରିବ । ଏହି ନିରାନନ୍ଦମୟ ଜଗତ ଆଲୋକିତ ହୋଇପାରିବ । ଏହି ଭୌତିକ ଜଗତ ଆତ୍ମାର ଜଗତରେ ଥିବା ରଶ୍ମିକୁ ଗ୍ରହଣ କରି ।ରିବ । ଏହି ବିବିଧ ରଙ୍ଗଗୁଡ଼ିକ ଏକ ରଙ୍ଗରେ ୪ ମିଶିଯାଇପାରିବେ ଏବଂ ମହିମାର ସୁମଧୁର ସଙ୍ଗୀତ ତଥା ପବିତ୍ରତାର ଦିବ୍ୟ ଦରବାର ପର୍ଯ୍ୟନ୍ତ ଶୁଣାଯାଇପାରିବ । 
ବାସ୍ତବିକ, ତୁମେ ହେଉଛ ସର୍ବଶକ୍ତିମାନ୍ ଓ ମହାବଳବାନ୍ ।

-`Abdu'l-Bahá
-----------------------

ଅଧିବେଶନ (#15486)

ହେ ମୋର ଭଗବାନ୍ ! ହେ ମୋର ପରମେଶ୍ୱର ! ବାସ୍ତବିକ୍, ଏହି ସେବକଗଣ ତୁମ ଆଡ଼କୁ ଅଭିମୁଖୀ ହୋଇ ତୁମ କରୁଣାର ଦିବ୍ୟ ଦରବାର ପ୍ରତି ପ୍ରାର୍ଥନା କରୁଛନ୍ତି । ବାସ୍ତବିକ, ସେମାନେ ତୁମର ଅଦ୍ଭୁତ ଦିବ୍ୟ ସାମ୍ରାଜ୍ୟ ମଧ୍ୟରୁ ସ୍ୱୀକୃତି ଭିକ୍ଷା କରି ତୁମ ସ୍ୱର୍ଗୀୟ ରାଜ୍ୟ ମଧ୍ୟରେ ପ୍ରବେଶ ଲାଭ କରିବା ନିମନ୍ତେ ଆଶାୟୀ ହୋଇ ତୁମ ପବିତ୍ରତା ମାଧ୍ୟମରେ ଆକର୍ଷିତ ହୋଇଛନ୍ତି ଏବଂ ତୁମ ପ୍ରେମର ଅଗ୍ନି ଦ୍ୱାରା ଜାଜ୍ଜ୍ୱଲ୍ୟମାନ ହୋଇଛନ୍ତି । ବାସ୍ତବିକ୍, ସେମାନେ ଦିବ୍ୟ ବାସ୍ତବତାଙ୍କ ପରମ ସୂର୍ଯ୍ୟଙ୍କଠାରୁ ଆଲୋକ ଆକାଙ୍କ୍ଷା କରି ତୁମ ଦାନର ଅବତରଣ ନିମନ୍ତେ ଅଭିଳାଷ କରୁଛନ୍ତି । ହେ ପ୍ରଭୁ ! ସେମାନଙ୍କୁ ଉଜ୍ଜ୍ୱଳମୟ ପ୍ରଦୀପ ରୂପେ, ଦୟାପୂର୍ ସଂକେତାବଳୀ ରୂପେ, ଫଳରେ ପରିୂର୍ ବୃକ୍ଷରାଜି ରୂପେ ଏବଂ ପ୍ରଜ୍ଜ୍ୱାଳିତ ନକ୍ଷତ୍ର ରୂପେ ପରିଣତ କର । ତୁମ ଅନୁଗ୍ରହର ଆଲୋକ ନିମନ୍ତେ ଅଭିଳାଷ କରି ସେମାନେ ତୁମର ସେବା କରିବା ପାଇଁ ଆଗେଇ ଆସନ୍ତୁ ଏବଂ ତୁମ ପ୍ରେମର ବନ୍ଧନ ରଜ୍ଜୁ ଦ୍ୱାରା ତୁମ ସହିତ ସଂଯୁକ୍ତ ହୁଅନ୍ତୁ । ହେ ପ୍ରଭୁ ! ସେମାନଙ୍କୁ ତୁମେ ମାର୍ଗଦର୍ଶନର ସଂକେତାବଳୀ ରୂପେ, ତୁମ ଅବିନଶ୍ୱରତ୍ୱ ଦିବ୍ୟ ସାମ୍ରାଜ୍ୟର ଆଦର୍ଶ ରୂପେ, ତୁମ କରୁଣା ସାଗରର ତରଙ୍ଗାବଳୀ ରୂପେ, ତୁମ ମହାନତା ଆଲୋକର ଦର୍ପଣରେ ପରିଣତ କର । 
ବାସ୍ତବିକ, ତୁମେ ହେଉଛ ପରମ ସଦାଶୟ । ବାସ୍ତବିକ, ତୁମେ ହେଉଛ ପରମ କରୁଣାମୟ ! ସତ୍ୟତଃ ତୁମେ ହେଉଛ ଦିବ୍ୟ ଅମୂଲ୍ୟ ସମ୍ପଦ, ପରମ ପ୍ରିୟତମ !

-`Abdu'l-Bahá
-----------------------

ଅଧିବେଶନ (#15487)

ଯେତେବେେଳେ ଦଳେ ଲୋକ ଗୋଟିଏ ସଭା ସ୍ଥଳରେ ଏକତ୍ରିତ ହେବେ, ପରମାତ୍ମାଙ୍କ ଯଶୋଗାନରେ ସେମାନେ ବ୍ୟସ୍ତ ରହିବେ ଏବଂ ପରମାତ୍ମାଙ୍କ ରହସ୍ୟକୁ ବିନା ଦ୍ୱିଧାରେ ପରସ୍ପର ମଧ୍ୟରେ ସେମାନେ ମହିମାନ୍ୱିତ କରିବେ, ସେତେବେଳେ ପବିତ୍ରାତ୍ମାଙ୍କର ଆଶୀର୍ବାଦ ସେମାନଙ୍କ ଉପରେ ଧୀରେ ଧୀରେ ପ୍ରବାହିତ ହେବ ଏବଂ ପ୍ରତ୍ୟେକ ବ୍ୟକ୍ତି ତହିଁରୁ ଗୋଟିଏ ଲେଖାଏଁ ଅଂଶ ପ୍ରାପ୍ତ ହେବେ ।

-`Abdu'l-Bahá
-----------------------

